No Result
View All Result
ନିମାପଡା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପୁରୀ ଜିଲ୍ଲା ଅନ୍ତର୍ଗତ ଧଳେଶ୍ଵର ଗ୍ରାମର ଅତ୍ୟନ୍ତ ଗରିବ ଓ ମେଧାବୀ ଛାତ୍ରୀ ନିଲିପ୍ତା ଭୋଇ, ପିତା: କୃଷ୍ଣ ଚନ୍ଦ୍ର ଭୋଇ, ମାତା: ସୁଶ୍ରୀ ସଂଗୀତା ଭୋଇ, ଯିଏକି ନିମାପଡା ଅଟୋନୋମସ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷର ବିଜ୍ଞାନ ଛାତ୍ରୀ ଅଟନ୍ତି। ତାଙ୍କର ପିତାମାତା ଅତ୍ୟନ୍ତ ଗରିବ ଓ ଦିନ ମଜୁରିଆ ଭାବେ କାର୍ଯ୍ଯ କରି ଝିଅର ପାଠପଢା ଖର୍ଚ୍ଚ ତୁଲାଇ ଥାଆନ୍ତି। ତାହା ମଧ୍ଯ ଠିକ୍ ସମୟରେ ଅର୍ଥ କଲେଜରେ ପୈଠ କରିବାକୁ ସକ୍ଷମ ହୋଇ ନଥାନ୍ତି ।

ନିଲିପ୍ତା ଜଣେ ଅତି ଉତ୍ତମ ମେଧାବୀ ଛାତ୍ରୀ ହୋଇ ଥିବାରୁ ପାଠପଢାରେ ଅଗ୍ରଗତି କରିବାକୁ ବହୁତ ବାଧାବିଘ୍ନର ସମ୍ମୁଖୀନ ହୋଇ ଥାଆନ୍ତି। ତାଙ୍କର ଏହି ଦୟନୀୟ ଅବସ୍ଥାର ଖବର ପାଇ ଭୁବନେଶ୍ବରସ୍ଥିତ କଳିଙ୍ଗ ନଗର ଠାରେ ଥିବା ସ୍ଵଛାସେବୀ ଅନୁଷ୍ଠାନ ” ଆଶା ” ସହାୟତାର ହାତ ବଢ଼ାଇଅଛି। ମେଧାବୀ ନିଲିପ୍ତାକୁ ସହାୟତା ରାଶି ସ୍ୱରୂପ ୧୦ହଜାର ଟଙ୍କାର ଏକ ବ୍ୟାଙ୍କ ଡ୍ରାଫ୍ଟ, ସହିତ ପୁସ୍ତକ, ପାଠୋପକରଣ, ଓ ପୋଷାକମାନ ପ୍ରଦାନ କରିଅଛନ୍ତି।
ଏହି ମହତ୍ କାର୍ଯ୍ଯକ୍ରମଟି ସଂଗଠନର ସଭାପତି ଶ୍ରୀଯୁକ୍ତ ଅକ୍ଷୟ କୁମାର ଭୋଇଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଥିଲା। ଏଥିରେ ସଂଗଠନର ସାଧାରଣ ସମ୍ପାଦକ ବାମଦେବ ଦାସ, ସଂଗଠନ ସଂପାଦକ ଅବକାଶ ଭଟ୍ଟ, କୋଷାଧ୍ୟକ୍ଷ ରବୀନ୍ଦ୍ର ନାଥ ଦାସ, ପ୍ରଶାନ୍ତ କୁମାର ଭୋଇ, ଗୋପୀନାଥ ଦାସ, କେଦାର ନାଥ ଭୋଇ, ପ୍ରମୋଦ କୁମାର ଦାସ, ଆଞ୍ଚଳିକ ସରପଞ୍ଚ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ରାଉତରାୟଙ୍କ ସମେତ ସମିତି ସଭ୍ଯ,
ୱାର୍ଡ ମେମ୍ବର, ଉତ୍ସାହୀ ଯୁବ ସ୍ଵଛାସେବୀ ଚନ୍ଦ୍ରକାନ୍ତ ବରାଳ ଓ ଅନେକ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହି ” ଆଶା ” ସଂଗଠନର ଏହି ମହତ୍ କାର୍ଯ୍ଯକୁ ଭୂୟସୀ ପ୍ରଶଂସା କରିବା ସହିତ ସଂଗଠନର ସମସ୍ତ କର୍ମକର୍ତାଂକୁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଅନୁଷ୍ଠାନର ସଭାପତି, କର୍ମକର୍ତ୍ତା ,ସମବେତ ଜନତା ଓ କୃତି ଛାତ୍ରୀଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।

No Result
View All Result