No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କଟକ ବାଲିଯାତ୍ରା ପଡିଆରେ ଆଗାମୀ ଦିନରେ ଅନୁଷ୍ଠିତ ହେବlକୁ ଥିବା ଐତିହାସିକ ବାଲିଯାତ୍ରା ଉତ୍ସବରେ ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘ ପକ୍ଷରୁ କଳାକାର ସଚେତନତା ଶିବିର କାର୍ଯ୍ୟକ୍ରମ ହେବା ସହିତ, ପାନୀୟ ଜଳ ଯୋଗାଣ, ପ୍ରାଥମିକ ସ୍ବାସ୍ଥ୍ୟ ସେବା ଓ ମହାସଂଘ ଆନୁକୁଲ୍ୟରେ ଆଗାମୀ ଦିନରେ ହେବାକୁ ଥିବା ଲୋକକଳା ମହାକୁମ୍ଭର ପ୍ରଚାର ପ୍ରସାରର କାର୍ଯ୍ୟକ୍ରମ କରାଯିବା ପାଇଁ କଟକ ଜିଲ୍ଲାପାଳ ଦତ୍ତ ।

ତ୍ରୟ ଭାଉ ସାହେବ ସିନ୍ଧେଙ୍କୁ ଏକ ସ୍ମାରକ ପତ୍ର ଦିଆଯାଇଛି । ଏଥି ସହିତ ଜିଲାପାଳ ମଧ୍ୟ ଏହି କଳାକାର ସଚେତନତା ଶିବିର କାର୍ଯ୍ୟକ୍ରମ ପାଇଁ ଅନୁମୋଦନ କରିଥିବା ଜଣାପଡିଛି । ବନ୍ଦେ ଉତ୍କଳ ଲୋକକଳା ମହାସଂଘ ପକ୍ଷରୁ ରାଜ୍ୟ ସଭାପତି ବିଜୟ କୁମାର ମିଶ୍ର, ସାଧାରଣ ସମ୍ପାଦକ ବିନୋଦ କୁମାର ଭୋଇ, ଉପସଭାପତି ବିବେକାନନ୍ଦ ବେଉରା, ପ୍ରସନ୍ନ ପାତ୍ର, ରାଜ୍ୟ ସଂଯୋଜକ ଶ୍ରୀନିବାସ ଚନ୍ଦ୍ର ମିଶ୍ର, ଉପଦେଷ୍ଟା ଆଇନଜୀବୀ ସଂଯୋଜ କୁମାର ସାମନ୍ତରାୟ, କଟକ ଜିଲ୍ଲା ସଭାପତି ମାଗୁଣି ଚରଣ ରାଉତ, ସଙ୍ଗଠନ ସଂପାଦକ ସୋମନାଥ ଦାସ,
ଉପଦେଷ୍ଟା ଗୋପାଳ ଚନ୍ଦ୍ର ମିଶ୍ର, ପଶ୍ଚିମାଞ୍ଚଳ ସଂଯୋଜକ ରତ୍ନାକର ସାହୁ, ସମାଜ ସେବୀ ଡାକ୍ତର ଦିପକ ରାଜ, ଢେଙ୍କାନାଳର ଜିଲ୍ଲା ସଭାପତି ସୁଧାକର ଦାସ, ଉପସଭାପତି ଦିଲ୍ଲୀପ କୁମାର ରାଉତ, ପ୍ରମୁଖ କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କୁ ଭେଟି ଶ୍ରୀ ଜଗନ୍ନାଥଙ୍କ ଏକ ଫଟୋ ଏବଂ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ବାଲିଯାତ୍ରା ଉତ୍ସବରେ କଳାକାରମାନଙ୍କର ସଚେତନତା କାର୍ଯ୍ୟକ୍ରମ ଶିବିର ପାଇଁ ଅନୁଷ୍ଠାନ ପକ୍ଷରୁ ଅନୁମୋଦନ ପତ୍ର ଦେବା ପରେ ଆଗାମୀ ବାଲିଯାତ୍ରା ପାଇଁ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ଏହାକୁ ସହମତି ପ୍ରଦାନ କରିଥିଲେ । କଳାକାରମାନଙ୍କର ଏହି କାର୍ଯ୍ୟକ୍ରମ ପାଇଁ କଟକ ଜିଲ୍ଲାପାଳ ଖୁସିବ୍ୟକ୍ତ ହୋଇଥିଲେ ।

No Result
View All Result