ଓଡ଼ିଶା ତାଜା ନ୍ୟୁଜ (୧୪ ସେପ୍ଟେମ୍ବର ସୋମବାର) କଳାହାଣ୍ଡି :- ମା ମାଣିକେଶ୍ଵରୀ ଦେବୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅବସରରେ ପ୍ରତିବର୍ଷ ଭବାନୀପାଟଣା ସହରରେ ଜନସାଧାରଣଙ୍କ ଦ୍ଵାରା ବହୁ ସଂଖ୍ୟାରେ ନିରୀହ ପଶୁପକ୍ଷୀ ମାନଙ୍କୁ ବଳି ପ୍ରଦାନ କରାଯାଇଥାଏ । ଚଳିତ ବର୍ଷ ପଶୁବଳି ପ୍ରଥା ବନ୍ଦ ନିମନ୍ତେ ମାନ୍ୟବର ଉଚ୍ଚ ନ୍ୟାୟାଳୟ, ଓଡ଼ିଶାଙ୍କ ନିର୍ଦ୍ଧେଶନାମା ପରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏ ଦିଗରେ ତତ୍ପର ହୋଇ ଉଠିଛି ।
ଜିଲ୍ଲା ବ୍ୟାପି ଏଥିପାଇଁ ଜନସାଧାରଣଙ୍କୁ ସଚେତନ କରାଯାଉଛି । ଆଜି ଏହି କ୍ରମରେ ନର୍ଲା ବ୍ଲକସ୍ଥିତ ଭୀମକେଲା ଗ୍ରାମରେ ଏକ ସଚେତନ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ନର୍ଲା ସିଡିପିଓ ଦୀପ୍ତିମୟୀ ମାର୍ଗାରେଟ ଖଣ୍ଡପାଣି, ଭୀମକେଲା ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜାଫେତ୍ ନାଗ ଉପସ୍ଥିତ ଗ୍ରାମବାସୀଙ୍କୁ ଆସନ୍ତା ମାସରେ ହେବାକୁ ଥିବା ପ୍ରସିଦ୍ଧ ଛତର ଯାତ୍ରାରେ ଏହି ଗ୍ରାମରୁ ଯେପରି କୈ ।
ଣସି ବ୍ୟକ୍ତି ପଶୁବଳି ଦେବେ ନାହିଁ ସେ ସମ୍ପର୍କରେ ସଚେତନ କରାଇଥିଲେ । ସଭାରେ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ କଳ୍ପି ବୈଠାରୁ, ସଂୟ ସହାୟକ ଗୋଷ୍ଠୀ ସଭାନେତ୍ରୀ ସଙ୍ଗୀତା ଭୋଇ, ଆଶାକର୍ମୀ ଅର୍ଣ୍ଣପୂର୍ଣ୍ଣା ସାହୁ, ପଞ୍ଚାୟତ ଯୋଗାଣ ସହାୟକ ବିକ୍ରମ ସାହୁ ଓ ଗ୍ରାମବାସୀ କୋଭିଡ ନିୟମ ପାଳନ ପୂର୍ବକ ଯୋଗଦାନ କରିଥିଲେ । (ରିପୋର୍ଟ ପ୍ରଦୀପ କୁମାର ଗଉଡ)