No Result
View All Result
ଓଡ଼ଗାଁ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଓଡ଼ଗାଁ ସାମ୍ବାଦିକ ସଂଘର ନୂତନ କର୍ମକର୍ତା ଚୟନ କରାଯାଇଛି ।ଆଜିର କାର୍ଯ୍ୟକାରୀ ସଭାପତି ଗଗନ ବିହାରୀ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା । ଓଡ଼ଗାଁ ସାମ୍ବାଦିକ ସଂଘ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଆସିବାପରେ ନୂତନ ଭାବେ କମିଟି ଗଠନ କରାଯାଇଛି । ସାମ୍ବାଦିକ ସଂଘ ସଭାପତି ଭାବେ ରାମକୃଷ୍ଣ ପରିଡ଼ାଙ୍କୁ ମନୋନୀତ କରାଯାଇଥିବା ବେଳେ ଉପସଭାପତି ଭାବେ ନାରାୟଣ ପାଣିଗ୍ରାହୀ,
ସଂପାଦକ ଗଣେଶ୍ବର ସାହୁ, ସହ ସଂପାଦକ ରିପନ ପଣ୍ତା,କୋଷାଧ୍ୟକ୍ଷ ଗଗନ ବିହାରୀ ମିଶ୍ର,କାର୍ଯ୍ୟକାରୀ ସଦସ୍ୟ ପ୍ରଶାନ୍ତ କୁମାର ଜେନା ଓ ଫକିର ମୋହନ ମହାରଣାଙ୍କୁ ଚୟନ କରାଯାଇଛି । ଏହାସହିତ ସଦସ୍ୟ ଭାବେ ଅଜ୍ଜୁର୍ନ ସାହୁ,ସୁନୀଲ କୁମାର ପଟ୍ଟନାୟକ,ଦିନବନ୍ଧୁ ମହାପାତ୍ର ପ୍ରମୁଖ ଉପସ୍ଥିତରହି ବୈଠକରେ ଭାଗ ନେଇଥିଲେ ।
ଆଗକୁ ସଂଘ ଏବଂ ସାମ୍ବାଦିକଙ୍କ ସମସ୍ତ ସୁବିଧା,ଅସୁବିଧା ଦୂର କରିବା ସହିତ ପ୍ରଶାସନର ସହଯୋଗ ଆବଶ୍ୟକବୋଲି ନୂତନ ସଭାପତି ଶ୍ରୀ ପରିଡ଼ା ପ୍ରକାଶ କରିଥିଲେ । ସାମ୍ବାଦିକମାନେ ହେଉଛନ୍ତି ଗଣତନ୍ତ୍ରର ମେରୁଦଣ୍ତ । ତେଣୁ ସମାଜର ବିକାଶପାଇଁ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ଉପସଭାପତି ଶ୍ରୀପାଣିଗ୍ରାହୀ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଶେଷରେ ସଭାପତି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

No Result
View All Result