• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ଗୋଟିଏ ରାତିରେ ୩ ମଦ ଦୋକାନରୁ ଚୋରି ଘଟଣାର ପର୍ଦ୍ଦାଫାଶ କଲା ଓଡଗାଁ ପୋଲିସ

Proprietor Abhimanyu Maharana by Proprietor Abhimanyu Maharana
October 19, 2025
in ଅପରାଧ, ଓଡ଼ିଶା, ଗଞ୍ଜାମ, ହୋମ୍
0
ଗୋଟିଏ ରାତିରେ ୩ ମଦ ଦୋକାନରୁ ଚୋରି ଘଟଣାର ପର୍ଦ୍ଦାଫାଶ କଲା ଓଡଗାଁ ପୋଲିସ
Share on FacebookShare on TwitterWhatsapp

୧ ଲକ୍ଷ ୬୨ ହଜାର ଟଙ୍କା, ଟାଟା ଇଣ୍ତିଗୋ, ୪ଟି ବାଇକ୍ ଓ ୧୧ଟି ମୋବାଇଲ୍ ଜବତ 

ଓଡ଼ଗାଁ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :-  ଓଡ଼ଗାଁ ଥାନା ସିନେମା ହଲ ଛକ ନିକଟରେ ଥିବା ଦୁଇଟି ବିଦେଶୀ ମଦ ଦୋକାନ ଓ ରୋହିବାଙ୍କ ଠାରେ ଥିବା ଅନ୍ୟ ଏକ ମଦ ଦୋକାନର ସଟରକୁ ଭାଙ୍ଗି ଦୋକାନରୁ ୧ଲକ୍ଷ ୯୮ ହଜାର ଟଙ୍କା ଓ ବିଦେଶି ମଦ ଚୋରି କରି ଧରାପଡ଼ିଛନ୍ତି ୭ଜଣ ଡ଼କାୟତ । ସେମାନଙ୍କ ଠାରୁ ୧ଲକ୍ଷ ୬୨ ହଜାର ଟଙ୍କା, ଇଣ୍ତିଗୋ କାର, ୪ଟି ବାଇକ୍, ମୋବାଇଲ୍ ଫୋନ୍ ଜବତ କରାଯାଇଥିବା ନୟାଗଡ଼ ଏସପି ଏସ. ସୁଶ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ସୂଚନା ଅନୁସାରେ, ଚଳିତ ମାସ ୧ତାରିଖ ଦିନ ସକାଳୁ ମଦ ଦୋକାନ ସଟର ଭାଙ୍ଗି ଚୋରି ହୋଇଥିବା ଘଟଣା ଜଣାପଡ଼ିବା ପରେ ସିନେମା ହଲ ଛକ ମଦ ଦୋକାନର ମ୍ୟାନେଜର ସମୀର ସାମାନ୍ତସିଂହାର, ରୋହିବାଙ୍କ ମଦ ଦୋକାନ ମାଲିକ ଶରତ କୁମାର ଡ଼ାକୁଆ ଓ ଓଡ଼ଗାଁ ଭଞ୍ଜନଗର ରୋଡ଼ରେ ଥିବା ଆଉ ଏକ ମଦ ଦୋକାନ ମାଲିକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପୃଥକ ଭାବେ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଓଡ଼ଗାଁ ପୁଲିସ ତିନୋଟି ମାମଲା ୩୦୯, ୩୧୦, ୩୧୧/୨୫ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ନୟାଗଡ଼ ଏସପି ଏସ. ସୁଶ୍ରୀଙ୍କ ନିର୍ଦ୍ଦେଶକ୍ରମେ ଓଡ଼ଗାଁ ପୁଲିସ ଏକ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢଉ କରିଥିଲା । ସିସଟିଭି ଫୁଟେଜ ଆଧାରରେ ଡ଼କାୟତ ଗ୍ୟାଙ୍ଗର ମାଷ୍ଟରମାଇଣ୍ତକୁ ଭଞ୍ଜନଗର ପୁଲିସ ଜାଣିପାରିଥିଲା । ଏହି ଡ଼କାୟତ ଦଳର ମାଷ୍ଟର ମାଇଣ୍ତ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅରଖପୁର ଗ୍ରାମର ଦୋଳଗୋବିନ୍ଦ ଜେନାଙ୍କ ପୁଅ ଚିତ୍ରସେନ ଜେନା (୨୨) ଓ ହିଞ୍ଜିଳିକାଟ ବୁରୁପଦା ଗ୍ରାମର ସନ୍ତୋଷ ଦଳେଇଙ୍କ ପୁଅ ବାବୁଲା ଦଳେଇ (୨୧) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଏହି ଦୁଇଜଣ ଡ଼କାୟତ ମାର୍ଚ୍ଚ ମାସରେ କୋର୍ଟରୁ ବାହାରିବା ପରେ ପୁଣି ନୂଆ ଯୋଜନା କରି ଯୁବକମାନଙ୍କୁ ଡ଼କାୟତି କାର୍ଯ୍ୟରେ ସାମିଲ କରିଥିଲେ । ଯୋଜନା ମୁତାବକ ଓଡ଼ଗାଁ ବିଦେଶୀ ମଦ ଦୋକାନ ଉପରେ ଟାଗେର୍ଟ କରି ରାତିରେ ଡ଼କାୟତି କରିଥିଲେ। ଏହି ଡ଼କାୟତ ଦଳ ରମ୍ଭା ନିକଟସ୍ଥ ଏକ ଗାଁରେ ଭଡ଼ା ଘର ନେଇ ଯୋଜନା କରୁଥିଲେ। ପୁଲିସ ଡ଼କାୟତ ଦଳର ମାଷ୍ଟର ମାଇଣ୍ତ ଚିତ୍ରସେନଙ୍କ ଫୋନ୍ ନମ୍ବର ବିଶ୍ବସ୍ତ ସୂତ୍ରରୁ ପାଇ ଟ୍ରାକିଂ କରିଥିଲେ ।

୭ଜଣ ଡ଼କାୟତଙ୍କୁ ଭଞ୍ଜନଗର ପୁଲିସ ସହାୟତାରେ ଭଡ଼ା ଘରୁ ଗିରଫ କରିଥିଲେ । ଦୁଇ ଜଣ ମାଷ୍ଟର ମାଇଣ୍ତଙ୍କ ସମେତ ଗଞ୍ଜାମ ଜିଲ୍ଲା କୋଦାଳ ଥାନା ପ୍ରକାଶ ରାଉଲଙ୍କ ପୁଅ ରଞ୍ଜନ ରାଉଲ (୨୬), ରମ୍ଭା ଥାନା ଅରୁଣପୁର ଗ୍ରାମର ମୁନି ମହାରଣାଙ୍କ ପୁଅ ଶଙ୍କର ମହାରଣା, ରମ୍ଭା ଥାନା ବାଲିପଦର ଅରଖପୁର ଗ୍ରାମର ଦୋଳଗୋବିନ୍ଦ ଜେନାଙ୍କ ପୁଅ ନାରାୟଣ ଜେନା (୨୭) ବୁଗୁଡ଼ା ଥାନା ପୋଚାରମୁଣ୍ତି ଗ୍ରାମର ଭଗବାନ ସ୍ବାଇଁଙ୍କ ପୁଅ ଶିଶିର ସ୍ବାଇଁ (୨୭) ଓ କୋଦାଳ ଥାନା ଯୁଧିଷ୍ଠିର ପାଣ୍ତିଙ୍କ ପୁଅ କିଶାନ ପାଣ୍ତି (୨୩) ଙ୍କୁ ପୁଲିସ ଗିରଫ କରିଥିଲା ।

ଏହି ଡ଼କାୟତମାନେ ବିଦେଶି ମଦ ଦୋକାନରୁ ଚୋରି କରିଥିବା ୧ଲକ୍ଷ ୯୨ ହଜାର ଟଙ୍କା ମଧ୍ୟରୁ ୩୦ ହଜାର ଟଙ୍କା ଖର୍ଚ୍ଚ କରି ଦେଇଥିବା ବେଳେ ବାକି ୧ଲକ୍ଷ ୬୨ ହଜାର ଟଙ୍କା ସହିତ ବ୍ୟବହାର କରୁଥିବା ଇଣ୍ତିଗୋ କାର, ୪ଟି ବାଇକ୍, ୯ଟି ସ୍ମାର୍ଟ ଫୋନ୍, ୨ଟି କି ପ୍ୟାଡ଼ ଫୋନ୍, ଗୋଟିଏ ଶାବଳ, ୩ଟି ତାଲା, ପେଚକସ, ମୋବାଇଲ୍ ଚାର୍ଜର, କଟୁରୀ ଜବତ କରାଯାଇଛି । ଏହାପୂର୍ବରୁ ଏହି ଡ଼କାୟତମାନଙ୍କ ନାମରେ ବିଭିନ୍ନ ଜିଲ୍ଲାରେ ୯ଟି ମାମଲା ଥିବା ନୟାଗଡ଼ ଏସପି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଜନସାଧାରଣ ଓ ଭଞ୍ଜନଗର ପୁଲିସ ପାଇଁ ଅପରେସନ ସଫଳତାର ସହ ଶେଷ ହୋଇଛି । ଏହି ପୁଲିସ ଟିମ୍ ରେ ଓଡ଼ଗାଁ ଆଦର୍ଶ ଥାନା ଅଧିକାରୀ ଅଭୟ କୁମାର ବେହେରା, ସବ ଇନସପେକ୍ଟର ଚକ୍ରଧର ସିଂହ ଓ ପୁଲିସ କର୍ମଚାରୀମାନେ ସାମିଲ୍ ଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ତା, ଶରଣକୁଳ ଏସଡ଼ିପିଓ ଦିପ୍ତିକାନ୍ତ ପ୍ରଧାନ ଓ ଥାନାର ସମସ୍ତ ପୁଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶ୍ରୀମନ୍ଦିର ର ଶୁଦ୍ଧ ସୁଆର ଓ ଦଇତାପତି ସେବକ ନିଲମ୍ବିତ

ଶ୍ରୀମନ୍ଦିର ର ଶୁଦ୍ଧ ସୁଆର ଓ ଦଇତାପତି ସେବକ ନିଲମ୍ବିତ

April 25, 2026
ମହିଳା ବିଲ ସଂରକ୍ଷଣ ପ୍ରସଙ୍ଗରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ମହିଳା ବିଲ ସଂରକ୍ଷଣ ପ୍ରସଙ୍ଗରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

April 25, 2026
ବ୍ଲକ ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳନ

ବ୍ଲକ ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳନ

April 25, 2026
ବନମାଳୀପୁର ଡିଗ୍ରୀ କଲେଜ ରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

ବନମାଳୀପୁର ଡିଗ୍ରୀ କଲେଜ ରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

April 25, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶ୍ରୀମନ୍ଦିର ର ଶୁଦ୍ଧ ସୁଆର ଓ ଦଇତାପତି ସେବକ ନିଲମ୍ବିତ

ଶ୍ରୀମନ୍ଦିର ର ଶୁଦ୍ଧ ସୁଆର ଓ ଦଇତାପତି ସେବକ ନିଲମ୍ବିତ

April 25, 2026
ମହିଳା ବିଲ ସଂରକ୍ଷଣ ପ୍ରସଙ୍ଗରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ମହିଳା ବିଲ ସଂରକ୍ଷଣ ପ୍ରସଙ୍ଗରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

April 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version