• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଉରକେଲାରେ ଆର୍ସିଏମ୍ ର ‘ରୂପାନ୍ତରଣ ଯାତ୍ରା’କୁ ଭବ୍ୟ ସ୍ୱାଗତ ଯୋଗଦେଲେ ୨୦ ହଜାରରୁ ଊଦ୍ଧ୍ୱର୍ ଉଦ୍ୟୋଗୀ

Proprietor Abhimanyu Maharana by Proprietor Abhimanyu Maharana
October 18, 2025
in ଓଡ଼ିଶା, ସୁନ୍ଦରଗଡ଼, ହୋମ୍
0
ରାଉରକେଲାରେ ଆର୍ସିଏମ୍ ର ‘ରୂପାନ୍ତରଣ ଯାତ୍ରା’କୁ ଭବ୍ୟ ସ୍ୱାଗତ ଯୋଗଦେଲେ ୨୦ ହଜାରରୁ ଊଦ୍ଧ୍ୱର୍ ଉଦ୍ୟୋଗୀ
Share on FacebookShare on TwitterWhatsapp

ରାଉରକେଲା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ରାଇଟ୍ କନସେପ୍ଟ ଅଫ୍ ମାର୍କେଟିଂ (ଆର୍ସିଏମ୍)ର ଦେଶବ୍ୟାପୀ ରୂପାନ୍ତରଣ ଯାତ୍ରା ଆରମ୍ଭ ହେବା ପରଠାରୁ, ଏହି ଲୋକଭିମୁଖୀ ଅଭିବୃଦ୍ଧି ଯାତ୍ରାରେ ଲକ୍ଷାଧିକ ଆକାଂକ୍ଷୀ ଉଦ୍ୟୋଗୀ ଅଂଶଗ୍ରହଣ କରିଛନ୍ତି, ଯାହାକି କମ୍ପାନୀ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବେ ସାବ୍ୟସ୍ତ ହୋଇଛି । ରାଉରକେଲା ସହର ଏହିଯାତ୍ରାର ଅନ୍ତିମ ଗନ୍ତବ୍ୟ ସ୍ଥଳ ହୋଇଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅଦ୍ଭୂତପୂର୍ବ ଉତ୍ସାହ ।

ଏହି ରୂପାନ୍ତରଣ ଯାତ୍ରାରେ ସ୍ୱାସ୍ଥ୍ୟ, ସେବା ଓ ସଂସ୍କୃତିକୁ ପ୍ରୋତ୍ସାହିତ କରୁଥିବା ବିଭିନ୍ନ ସାମୁହିକ କାର୍ଯ୍ୟକଳାପରେ ହଜାର ହଜାର ନାଗରିକ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ରାଉରକେଲା ସମେତ ଏପର୍ଯ୍ୟନ୍ତ ଦେଶର ୨୦ ଟି ସହରରେ ଆୟୋଜିତ ଏହି ରୂପାନ୍ତରଣ ଯାତ୍ରାରେ ଲକ୍ଷାଧିକ ଲୋକ ଅଂଶଗ୍ରହଣ କରିଛନ୍ତି । ୨୩ ଡିସେମ୍ବର, ୨୦୨୫ ସୁଦ୍ଧା ଏହି ଲୋକାଭିମୁଖୀ ଯାତ୍ରା ୭୫ ଟି ସହରର ପ୍ରାୟ ୧୦ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚିବ ବୋଲି ପୂର୍ବାନୁମାନ କରାଯାଇଛି ।

ରାଉରକେଲାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହରର ଯୁବବର୍ଗଙ୍କ ଠାରୁ ଆରମ୍ଭ କରି ମହିଳା ତଥା ପରିବାରର ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଉତ୍ସାହର ସହ ଯୋଗ ଦେଇଥିଲେ । ରକ୍ତଦାନ କରିବା ସହ ଏକ ସୁସ୍ଥ ଏବଂ ଆତ୍ମନିର୍ଭର ଜୀବନ ଶୈଳୀ ସମ୍ବନ୍ଧରେ ଜ୍ଞାନ ଅର୍ଜନ କରିଥିଲେ । କେବଳ କାର୍ଯ୍ୟକ୍ରମରେ ଯୋଗଦେବା ଲୋକଙ୍କ ଉଦେ୍ଦଶ୍ୟ ନଥିଲା, ଏଠାରେ ସମସ୍ତେ ନିଷ୍ଠା ଓ ନିଃସ୍ୱାର୍ଥ ଭାବେ ଜନସେବା ପାଇଁ ଆଗ୍ରହର ସହ ଆଗେଇ ଆସିଥିଲେ । ସ୍ୱାସ୍ଥ୍ୟ, ସେବା ଓ ସଂସ୍କାର ୩ଟି ପ୍ରମୁଖ ସ୍ତମ୍ଭକୁ ଭିତ୍ତି କରି ଏହି ଯାତ୍ରା ଲୋକମାନଙ୍କୁ ଅନୁପ୍ରାଣିତ କରିଥିଲା । ଆର୍ସିଏମ୍ର ବିକାଶଯାତ୍ରାରେ ଓଡ଼ିଶାର ସ୍ଥାନ ସ୍ୱତନ୍ତ୍ର । ଆର୍ସିଏମ୍ ସହ ରାଜ୍ୟର ଏହି ଗଭୀର ସମ୍ପର୍କ ଲୋକମାନଙ୍କ ଆସ୍ଥା ଓ ସାମାଜିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।

୨୦୨୫ ସେପ୍ଟେମ୍ବର ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ରୂପାନ୍ତରଣ ଯାତ୍ରାରେ ୨୦ ହଜାରରୁ ଊଦ୍ଧ୍ୱର୍ ଲୋକ ଆର୍ସିଏମ୍ ପରିବାରରେ ସାମିଲ ହୋଇଛନ୍ତି, ଯାହା ବର୍ତ୍ତମାନ ୨୦ ଲକ୍ଷ ଆସୋସିଏଟ ବାୟର୍ଙ୍କ ନେଟ୍ୱର୍କକୁ ସମୃଦ୍ଧ କରିଛି । ଆଗାମୀ ଦିନରେ ଏହା ବୃଦ୍ଧି ଘଟିବାର ସମ୍ଭାବନା ରହିଛି । ଆର୍ସିଏମ୍ର ସୁଲଭ ଓ ଗୁରବତ୍ତାସମ୍ପନ୍ନ ଉତ୍ପାଦ ସହ ବଢିଛି ଲୋକମାନଙ୍କର ଆସ୍ଥା, ସଶକ୍ତ ହୋଇଛନ୍ତି ମହିଳା ଓ ଯୁବବର୍ଗ ଏବଂ ଉଦ୍ୟୋଗୀମାନଙ୍କୁ ମିଳିଛି ଆତ୍ମନିର୍ଭର ହେବାର ସୁଯୋଗ । ରୂପାନ୍ତରଣ ଯାତ୍ରା ସମୟରେ ରାଉରକେଲାସ୍ଥିତ ଭଞ୍ଜ ଭବନ, ଫାଇଭ ରିଙ୍ଗ ରୋଡ, ବ୍ୟାଙ୍କ ଷ୍ଟ୍ରିଟ୍, ସେକ୍ଟର ୧୯ରେ ଆୟୋଜିତ ବିଶାଳ ସମାରୋହରେ ସ୍ୱତନ୍ତ୍ର ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା ଯେଉଁଥିରେ ୨୦୦୦ ଲୋକ ଅଂଶଗ୍ରହଣ କରିବା ସହ ସୁସ୍ଥ ଜୀବନଶୈଳୀ ଆପଣାଇବା ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।

ଦୁଇଟି ପର୍ଯ୍ୟାୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବାହ୍ନରେ ସ୍ୱାସ୍ଥ୍ୟ ଓ ସେବା ସମ୍ପର୍କିତ ଏବଂ ଅପରାହ୍ନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରୂପାନ୍ତରଣ ମେଳାରେ ଆର୍ସିଏମ୍ର ‘ସ୍ୱେଚ୍ଛ ଓ ଗୁଡ୍ ଡଟ୍’ ବ୍ରାଣ୍ଡ ଖାଦ୍ୟ ସହ ମହିଳାଙ୍କ ପାଇଁ ବିଭିନ୍ନ ସାମଗ୍ରୀର ସ୍ୱତନ୍ତ୍ର ପାଭିଲିଅନ୍ ରହିଥିଲା । ଏତଦ୍ବ୍ୟତୀତ ଆର୍ସିଏମ୍ର ପ୍ରତିଷ୍ଠାତା ଶ୍ରୀ ତିଲୋକ୍ଚନ୍ଦ ଛାବ୍ରାଙ୍କର ଆତ୍ମଜୀବନୀ ସମ୍ପର୍କିତ ପୁସ୍ତକ ‘ମନ୍ସା ବାଚ୍ଚା କର୍ମଣା-ଏକ କର୍ମଯୋଗୀ କି ଜୀବନୀ’ ଉନ୍ମୋଚନ କରାଯାଇଥିଲା, ଯେଉଁଥିରେ କର୍ମଯୋଗୀ ଭାବେ ତାଙ୍କର ମୂଲ୍ୟବୋଧ ଏବଂ ଲକ୍ଷାଧିକ ଲୋକଙ୍କ ଜୀବନରେ ଏହାର ପ୍ରଭାବ ବିଷୟରେ ବର୍ଣ୍ଣନା କରାଯାଇଛି ।

ଏହି ଅବସରରେ ରାଉରକେଲାବାସୀଙ୍କ ଠାରୁ ମିଳିଥିବା ଅଦ୍ଭୂତପୂର୍ବ ସମର୍ଥନ ପାଇଁ ଆନନ୍ଦ ବ୍ୟକ୍ତ କରିବା ସହ ସ୍ୱସ୍ଥ ଓ ବିକଶିତ ଭାରତର ଏହି ଯାତ୍ରାରେ ପ୍ରତି ପରିବାରକୁ ବଳିଷ୍ଠ ମୂଲ୍ୟବୋଧ ଆଧାରରେ ଉତ୍ତମ ସ୍ୱାସ୍ଥ୍ୟ ଓ ପର୍ଯ୍ୟାପ୍ତ ଆର୍ଥିକ ସୁଯୋଗ ଯୋଗାଇ ଦେବା ପାଇଁ ଆମେ ସର୍ବଦା ପ୍ରତିବଦ୍ଧ ବୋଲି କହିଛନ୍ତି ଆର୍ସିଏମ୍ର ପରିଚାଳନା ନିଦେ୍ର୍ଦଶକ ଶ୍ରୀ ସୌରଭ ଛାବ୍ରା । ଦୀର୍ଘ ୧୭,୦୦୦ କି.ମି.ର ଏହି ରୂପାନ୍ତରଣ ଯାତ୍ରା ଏକ ମାଇଲଖୁଣ୍ଟ, ଯେଉଁଠି ଆମେ ମହିଳାମାନଙ୍କ ସଶକ୍ତିକରଣ ପାଇଁ ପ୍ରତିବଦ୍ଧ ବୋଲି ଅନ୍ୟ ଜଣେ ପରିଚାଳନା ନିଦେ୍ର୍ଦଶିକା ପ୍ରିୟଙ୍କା ଅଗ୍ରୱାଲ କହିଛନ୍ତି । ଏହି ଅବସରରେ ସିଇଓ ମନୋଜ କୁମାର କହିଛନ୍ତି ଯେ, ଯାତ୍ରାର ସଫଳତା ପାଇଁ ସେ ବେଶ୍ ଗର୍ବିତ ଏବଂ ଆଗାମୀ ପିଢି ପାଇଁ ଏହି ରୂପାନ୍ତରଣ ଯାତ୍ରା ସୁସ୍ଥ ଜୀବନ ବଞ୍ଚିବା ପାଇଁ ମାର୍ଗଦର୍ଶନ କରିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

March 6, 2026
ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

March 5, 2026
ପୁରୀରେ ସାଇବର ଠକେଇର ପର୍ଦାଫାଶ – ୩ ଅଭିଯୁକ୍ତ ଗିରଫ

ପୁରୀରେ ସାଇବର ଠକେଇର ପର୍ଦାଫାଶ – ୩ ଅଭିଯୁକ୍ତ ଗିରଫ

March 5, 2026
୫୪ତମ ଆଚାର୍ଯ୍ଯ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଊଦଘାଟିତ

୫୪ତମ ଆଚାର୍ଯ୍ଯ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଊଦଘାଟିତ

March 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

March 6, 2026
ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

March 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version