ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନଏସଇ) ପକ୍ଷରୁ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ପଟେଲଙ୍କ ଉପସ୍ଥିତିରେ ସୁରତ ମୁନିସିପାଲ କର୍ପୋରେଶନ (ଏସଏମସି) ଦ୍ୱାରା ଜାରି କରାଯାଇଥିବା ୨୦୦ କୋଟି ଟଙ୍କାର ଗ୍ରୀନ ମୁନିସିପାଲ ବଣ୍ଡର ଲିଷ୍ଟିଙ୍ଗ ସମାରୋହ ଆୟୋଜିତ ହୋଇଯାଇଛି । ୧୦୦ କୋଟି ଟଙ୍କାର ଏକ ବେସ୍ ସାଇଜ ଏବଂ ୧୦୦ କୋଟି ଟଙ୍କାର ଏକ ଗ୍ରୀନ-ସୁ ବିକଳ୍ପ ସହିତ ଏହି ଇସ୍ୟୁକୁ ୮ ଥର ଓଭରସବ୍ସ୍କ୍ରାଇବ କରାଯାଇଥିଲା ।

ଏସଏମସି ଏକ ପବ୍ଲିକ ଅଫରିଂ ମାଧ୍ୟମରେ ମୁନିସିପାଲ ବଣ୍ଡ ମାର୍କେଟକୁ ଆକ୍ସେସ କରିଥିବା ଗୁଜରାଟର ପ୍ରଥମ ଓ ଭାରତର ୨ୟ ମୁନିସିପାଲ କର୍ପୋରେଶନରେ ପରିଣତ ହୋଇଛି । ଏହି ଇସ୍ୟୁର ସଂଗୃହୀତ ପାଣ୍ଠିକୁ କ୍ଲାଇମେଟ ବଣ୍ଡ୍ ଇନିସିଏଟିଭ ଅଧିନରେ ସୌର ଓ ପବନ ଶକ୍ତି ଉତ୍ପାଦନ, ଜିରୋ-ଲିକ୍ୱିଡ ଡିସ୍ଚାର୍ଜ ୱାଟର ଟ୍ରିଟମେଂଟ, ଆଡ୍ଭାନ୍ସଡ, ଫିଲ୍ଟରେଶନ ସିଷ୍ଟମ ଓ ସାର୍ଟିଫାଏଡ ଗ୍ରୀନ ଇନ୍ଫ୍ରାଷ୍ଟ୍ରକ୍ଚର ସମେତ ପ୍ରମୁଖ ଜଳବାୟୁ-ସ୍ଥିରତା ପ୍ରକଳ୍ପଗୁଡିକ ପାଇଁ ବ୍ୟବହାର କରାଯିବ ।















