ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନୂତନ ପଞ୍ଚାୟତ ଗଠନ କରାଯିବ ବୋଲି ମାନ୍ୟବର ପଞ୍ଚାୟତରାଜ ବିଭାଗମନ୍ତ୍ରୀ ଘୋଷଣା ପରେ ଏଭଳି କାର୍ଯ୍ୟକ୍ରମ କୁ ସ୍ଵାଗତ ଜଣାଇ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲାପାଳ ଙ୍କ କାର୍ଯ୍ୟାଳୟ ର ଦ୍ବାରସ୍ଥ ହୋଇଛନ୍ତି ରାୟଗଡ ବ୍ଲକ ର ପୋତରା ଗ୍ରାମବାସୀ ମାନେ ଓ ସମିତି ସଭ୍ୟ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଲୋବା ଓ ପୋତାର ଗ୍ରାମପଞ୍ଚାୟତକୁ ପୁନର୍ଗଠନ କରିବା ପାଇଁ ଦାବି କରିଛନ୍ତି । ସେମାନଙ୍କ ଦାବି ହେଲା ରାଇକାଗୁଡ଼ା ଗ୍ରାମ ଠାରେ ଏକ ନୂତନ ଗ୍ରାମପଞ୍ଚାୟତ ସ୍ଥାପନ କରିଲେ ଏହି ଅଞ୍ଚଳର ଆଦିବାସୀ ଜନସାଧାରଣ ଉପକୃତ ହେବେ ଯାହା ଫଳରେ ଭାରତ ସରକାରଙ୍କର ଜନହିତକାରୀ ଯୋଜନା ଗୁଡିକ ସୂଚାରୁ ରୂପେ କାର୍ଯ୍ୟକାରୀ ହେବ ।















