No Result
View All Result
ଆର-ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲାର ବହୁଚର୍ଚ୍ଚିତ ଛେଳିଗଡ ଜଳପ୍ରକଳ୍ପକୁ ପରିଦର୍ଶନ କଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ l ଆଜି ଜଳପ୍ରକଳ୍ପ କାର୍ଯ୍ୟାଳୟ ଠାରେ ସକାଳ 10 ଘଣ୍ଟା ସମୟରେ ଛେଳିଗଡ ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ବୁଡି ଅଞ୍ଚଳର ସମସ୍ତ ଲୋକଙ୍କ ସହ ଏକ ବୈଠକ ବସିଥିଲା l ଏହି ବୈଠକରେ ଗଜପତି ଜିଲ୍ଲା ଉପଜିଲ୍ଲାପାଳ ଅନୁପ ପଣ୍ଡା,
ଆର -ଉଦୟଗିରି ତହସିଲଦାର ଜ୍ୟୋର୍ତିମୟୀ ଦାସ, ପ୍ରକଳ୍ପର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଜୟଦୀପ ପଣ୍ଡା, ପ୍ରକଳ୍ପ ଅଧିକାରୀ ବୀରେନ୍ଦ୍ର କୁମାର ଜଗତ, ସ୍ୱତନ୍ତ୍ର ଭୂ ଅର୍ଜନ ଅଧିକାରୀ ତଥା ପୁନଃବାସ ଓ ଥଇଥାନ ଅଧିକାରୀ ରବିନ୍ଦ୍ରନାଥ କଅଁର, ଜୋନ ଅଧିକାରୀ ଶିବାଶିଷ ପଣ୍ଡା ଓ ଭୋଳାନାଥ ବେହେରା ଉପସ୍ଥିତ ଥିଲେ l ଏହି ଜଳପ୍ରକଳ୍ପ ପାଇଁ 5 ଖଣ୍ଡ ଗାଁର ବିସ୍ଥାପିତ ହୋଇଥିବା ଲୋକଙ୍କର ଆଜିବି ଅନେକ ଦାବୀ ପୂରଣ ହୋଇପାରିନି l
ତେବେ ସମସ୍ତ ଦାବୀ ଗୁଡିକୁ ଅନୁଧ୍ୟାନ କରି ଶ୍ରୀ ପାଣିଗ୍ରାହୀ ଯଥା ଶୀଘ୍ର ସମସ୍ତ ଦାବୀ ଗୁଡିକୁ ସରକାରଙ୍କ ପାଖରେ ଉପସ୍ଥାପନା କରି ସମସ୍ତ ଦାବୀ ଗୁଡିକୁ ଯଥା ଶୀଘ୍ର ପୁରୁଣ କରିବି ବୋଲି ପ୍ରତିଶୃତି ଦେଇଛନ୍ତି l ବୈଠକ ଶେଷରେ ପ୍ରକଳ୍ପ କାର୍ଯ୍ୟକୁ ବୁଲି ଦେଖି ଥିଲେ l ଅନ୍ୟପଟେ ଶ୍ରୀ ପାଣିଗ୍ରାହୀଙ୍କ ପ୍ରତିଶୃତି ପରେ ବିସ୍ଥାପିତ ବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି l

No Result
View All Result