No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପୁରୀଜିଲ୍ଲା ବ୍ରହ୍ମଗିରି ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ତ୍ରିପାଠୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଆୟୋଜିତ ଏକ ଭବ୍ୟ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ ହୋଇଯାଇଛି । ସଭାରେ ପ୍ରାକ୍ତନ ପ୍ରଧାନଶିକ୍ଷକ ତଥା ବିଶିଷ୍ଟ ଶିକ୍ଷାବତ ବିଶ୍ବମ୍ବର ବେହେରା ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଭାବେ ବରିଷ୍ଟ ସାହିତ୍ୟିକ ତଥା ପୋଲିସ ବିଭାଗର ପ୍ରାକ୍ତନ ଅଧିକାରୀ ରାଜକିଶୋର ଦାସ,ସମ୍ମାନିତ ଅତିଥି ଭାବେ ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଅଧିବକ୍ତା ପ୍ରଦୀପ କୁମାର ଦାସ,ମଞ୍ଜୁଲତା ମିଶ୍ର ,
ଧର୍ମପଦ ପଲାଇ, ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ସ୍ବର୍ଗତ ଲକ୍ଷ୍ମୀଧର ତ୍ରିପାଠୀଙ୍କ ଶିକ୍ଷା କ୍ଷେତ୍ରରେ ଉତ୍ସର୍ଗୀକୃତ ଜୀବନାଦର୍ଶ, ଓ ଉତ୍ତମମାନର ଶିକ୍ଷାଦାନ ଶୈଳୀ ଉପରେ ଆଲୋକପାତ କରିଥିଲେ। ସଭାରେ ସମରସତା ପ୍ରତିଷ୍ଠା ,ସମାଜ ସଂସ୍କାର ତଥା ସାଂସ୍କୃତିକ ପରମ୍ପରା ର ଅନୁପାଳନ କୁ ନେଇ ତାଙ୍କର ବହୁମୁଖୀକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ମହାନ ପ୍ରତିଭାଙ୍କର ସବୁଠାରୁ ଉଲ୍ଲେଖନୀୟ ଅବଦାନ ହେଉଛି ମହାପ୍ରଭୁ ଅଲାରନାଥଙ୍କ ଅନବସର ଉତ୍ସବର ବିଶେଷ ସମ୍ବୃଢି ।
ଏହି ସ୍ମୃତି ଚାରଣ ସଭାରେ ପୁରୀ ଜିଲ୍ଲା ତଥା ବାହାର ଜିଲ୍ଲାରୁ ବହୁ ମାନ୍ଯଗଣ୍ଯ ବ୍ୟକ୍ତି ମାନେ ଉପସ୍ଥିତ ରହି ଶ୍ରୀ ତ୍ରିପାଠୀଙ୍କ ଗୁଣଗାନ କରିବା ସହ ସ୍ମୃତିଚାରଣ କରିଥିଲେ । ତରୁଣ କବି ଦାମୋଦର ପରିଡ଼ା,ସୁଶାନ୍ତ କୁମାର ଜେନା, ଦିଲ୍ଲୀପ କୁମାର ବଳିଆରସିଂହ ତତ୍ତ୍ଵ କବି ଭିକାରୀ ଜେନା, ପ୍ରଫୁଲ୍ଲ ଜେନା,ପ୍ରହଲ୍ଲାଦ ପରିଡ଼ା, ଶିବ ପ୍ରସାଦ ମିଶ୍ର,ବିଜୟ କୁମାର ପଟ୍ଟନାୟକ, ବିଜୟ କୁମାର ସାହୁ, ଭବାନୀ ଶଙ୍କର ଚକ୍ରବର୍ତ୍ତୀ,
ପ୍ରଶାନ୍ତ ତ୍ରିପାଠୀ, ମହେଶ୍ୱର ନାୟକ, ଦିବାକର ଦଳାଇ, ଜଟିଆ ପୂଜାରୀ, ପଦ୍ମ ଚରଣ ପରିଡ଼ା,ରବି ନାରାୟଣ ପ୍ରଧାନ, ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ।ଏହି ସଭାରେ ସ୍ମୃତି ଶ୍ରଦ୍ଧାଞ୍ଜଳି ନାମକ ସ୍ମରଣିକା ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ଗୁରୁଜୀଙ୍କ ପ୍ରିୟ ଛାତ୍ର ଅଶୋକ କୁମାର ପରିଡ଼ା ଓ ଆଶିଷ କୁମାର ପରିଡ଼ା ।

No Result
View All Result