ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ୟୁନାଇଟେଡ କିଙ୍ଗଡମ ର ଚେଷ୍ଟରଫିଲ୍ଡି ଠାରେ ସ୍ୟାଣ୍ଡ ଆନିମେସନ ଓ ଲାଇଭ ଶୋ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଏହି ଶୋ ଅକ୍ଟୋବର ୧୧ ରୁ ୧୪ ପର୍ଯ୍ୟନ୍ତ ଏସିଆନ ଅସୋସିଏସନ ଅଫ ଚେଷ୍ଟରଫିଲ୍ଡ ଦ୍ୱାରା ୱାଇନଡିଙ୍ଗ ହ୍ବିଲ ଥିଏଟର ଠାରେ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ଏଥିରେ ସୁଦାମ ଦି ଷ୍ଟୋରୀ ଅଫ ଦୀପାବଳି ଉପରେ ୧୫ ମିନିଟ ସ୍ଯାଣ୍ଡ ଆନିମେସନ କରିଥିଲେ ।

ବାୟୁ ପ୍ରଦୂଷଣ ଓ ପ୍ଲାଷ୍ଟିକ ମୁକ୍ତ ପରିବେଶ ଜାଗୃତି ବିଷୟରେ ପୁଣି ୧୫ ମିନିଟ ସ୍ଯାଣ୍ଡ ଆନିମେସନ ପ୍ରଦର୍ଶିତ କରିଥିଲେ । ଦୀପାବଳି ସମ୍ପର୍କରେ ସ୍ଯାଣ୍ଡ ଆନିମେସନ କରି ବୁଝାଇଥିଲେ ଦୀପାବଳି ହେଉଛି ଆଲୋକର ପର୍ବ । ଅନ୍ଧାରକୁ ଆଲୋକ ଦୂରିଭୁତ କରିଥାଏ । ଅସତ୍ୟ ଉପରେ ସତ୍ୟର ବିଜୟକୁ ପ୍ରତିନିଧିତ୍ୱ କରେ। ଯେତେବେଳ ଶ୍ରୀରାମ ଶ୍ରୀଲଙ୍କାରେ ରାବଣକୁ ବଧ କରି ଅଯୋଧ୍ୟାକୁ ଫେରିଥିଲେ ସେତେବେଳ ଅଯୋଧ୍ୟାର ଜନତା ଦୀପ ଜଳାଇ ଶ୍ରୀରାମଙ୍କୁ ସ୍ବାଗତ କରିଥିଲେ ।
ଏହାକୁ ହଲରେ ଥିବା ତିନିଶହ ଦର୍ଶକ ଓ ଅତିଥିଙ୍କ ଉପସ୍ଥିତରେ ପଦର୍ଶିତ ହୋଇଥିଲା । ଏଥିରେ ଯୋଗ ଦେଇଥିବା ଅତିଥି ମାନେ ବ୍ଯାରି ଡାଇକ ମେୟର ଚେଷ୍ଟରଫିଲ୍ଡ ବରୋ କାଉନ୍ସିଲ , ମେୟୋରେସ ମାରି ଡ୍ୟୁକ୍, ଚେଷ୍ଟରଫିଲ୍ଡ ସଂସଦ ସଦସ୍ୟ ଟୋବି ପର୍କିନ୍ସ, ଡର୍ବିସାୟର କାଉନ୍ସିଲର ଲୁଇସ ହୁଇଟବ୍ରେଡ୍,ଉତ୍ତର ପୂର୍ବ ଡର୍ବିସାୟର କାଉନ୍ସିଲର ମାର୍ଟିନ ଥାକର୍, ଆଫ୍ରିକାନ କ୍ୟାରିବିୟାନ କମ୍ୟୁନିଟି ଅସୋସିଏସନର ପୂର୍ବତନ କାଉନ୍ସିଲର ଲୁଡ୍ ରାମସେ,ଏସିଆନ ଅସୋସିଏସନ ଚେଷ୍ଟରଫିଲ୍ଡ ଓ ନର୍ଥ ଡର୍ବିସାୟର ଅଧ୍ୟକ୍ଷ ଡା. ପର୍ଥସାରଥୀ ପୋଭାଥି,ଉପାଧ୍ୟକ୍ଷ ସୁଶ୍ରୀ ୱେଲ୍ସ,ସେଣ୍ଟର ମ୍ୟାନେଜର ଆଥିରା ଆଶୀର୍ବାଦ,ଅକାଉଣ୍ଟ ମ୍ୟାନେଜର ଏମା ହର୍ନେଟ୍ ଉପସ୍ଥିତ ଥିଲେ ।















