
ଓଡ଼ିଶା ତାଜା ନ୍ୟୁଜ (୧୪ ସେପ୍ଟେମ୍ବର ସୋମବାର) ହିଞ୍ଜିଳିକାଟୁ :- ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୧୦ମ ଶ୍ରେଣୀ ସପ୍ଳିମେଂଟାରୀ ପରୀକ୍ଷା ସୋମବାର ଠାରୁ ଆରମ୍ଭ ହୋଇଛି । ହିଞ୍ଜିଳିକାଟୁ ପୌରାଂଚଳ ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ପ୍ରଥମ ଦିବସରେ ୧୮୨ ପରୀକ୍ଷାର୍ଥୀ ଅଂଶ ଗ୍ରହଶ କରିବାକୁ ଥିବା ବେଳେ ୧୭୫ ଅଂଶ ଗ୍ରହଣ କରିଛନ୍ତି ଓ ୭ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ସୁତ୍ରରୁ ପ୍ରକାଶ ।

କୋଭିଡ଼ କଟକଣାକୁ ଆଖି ଆଗରେ ରଖି ପ୍ରଥମ ଥର ଲାଗି ଚଳିତ ବର୍ଷ ପ୍ରତି ବିଷୟରେ ୧୦୦ ମାର୍କ ପରିବର୍ତେ ୮୦ ମାର୍କ ରଖାଯାଇଛି ଏବଂ ସାଢେ ୨ଘଂଟା ପରିବର୍ତେ ୨ ଘଂଟାର ସମୟ ନିର୍ଘଂଟ କରାଯାଇଛି । ପରୀକ୍ଷା କେନ୍ଦ୍ରରେ କୋଭିଡ଼ ଗାଇଡ଼ଲାଇନକୁ କଡ଼ାକଡ଼ି କରାଯିବା ସହ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଯଥେଷ୍ଟ ବ୍ୟବଧାନ ରଖାଯାଇଛି । ପ୍ରଥମ ଦିବଦ ମାତୃଭାଷା ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିବା ଏବଂ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ପ୍ରତି ଦିନ ପରୀକ୍ଷା ଶେଷ ପରେ ପରୀକ୍ଷା କେନ୍ଦ୍ରକୁ ବିଶୋଧନ କରାଯିବ ବୋଲି ପରୀକ୍ଷା କେନ୍ଦ୍ର ଅଧିକ୍ଷକ ତଥା ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନି କହିଛନ୍ତି । (ହିଞ୍ଜିଳିକାଟୁ/ଶେଷଦେବ ସାହୁ)














