ଟିଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଶିକ୍ଷାନୁଷ୍ଠାନ ହେଉଛି ଭାରତର ଆତ୍ମା,,, ସେହି ଶିକ୍ଷାନୁଷ୍ଠାନ ଗୁଡିକରୁ ଆସନ୍ତା କାଲିର ଭବିଷ୍ୟତ ତିଆରି ହେବେ, ସେଥିପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ଯେଭଳି ସୁସ୍ଥ ପରିବେଶ ସୃଷ୍ଟି ହୋଇ ପାରିବ ସେଥିପାଇଁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି ନୂତନ ପଦକ୍ଷେପ ।

ରାଜ୍ୟ ସରକାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ରୟାଂଗିଙ୍ଗ ମୁକ୍ତ ରଖିବା ପାଇଁ ଦେଇଛନ୍ତି ଆହ୍ୱାନ,, ଏହି ଅବସର ରେ ନୟାଗଡ଼ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଚାନ୍ଦପୁର ଥାନା ଅନ୍ତର୍ଗତ ଚମ୍ପାଗଡ଼ ବ୍ଲୁ ହୁଇଲ ନର୍ସିଙ୍ଗ କଲେଜ ପରିସରରେ ନୂତନ ଆଇନ ସହ ଆଣ୍ଟି ରୟାଂଗିଙ୍ଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି।

ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଚାନ୍ଦପୁର ଥାନା ଆଇ ଆଇ ସି ଦିଲିପ ଚନ୍ଦ୍ର ସ୍ୱାଇଁ,,, ସବ ଇନ୍ସପେକ୍ଟର ଶ୍ରଦ୍ଧାଞ୍ଜଳି ନାୟକ ଯୋଗ ଦେଇ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ। ଶିକ୍ଷାନୁଷ୍ଠାନ ରେ କୌଣସି ଅପ୍ରିଟିକର ପରିସ୍ଥିତି ସୃଷ୍ଟି ହେଲେ ଅବା ଛାତ୍ର ଛାତ୍ରୀ ମାନଙ୍କୁ କେହି ଶାରୀରିକ ଓ ମାନସିକ ଶୋଷଣ କଲେ ପୋଲିସ ର ସହଯୋଗ ନେଇ ପାରିବେ।















