ବିଜୁ ଜନତା ଦଳର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାର୍ôଥପତ୍ର ଦାଖଲ ତାରିଖ ଯଦିଓ ଘୋଷଣା କରାଯାଇ ନାହିଁ, ବିଜେିଡି ଆସନ୍ତାକାଲି ନୂଆପଡ଼ାରେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରିବାକୁ ଯାଉଛି । ଏହି ନିର୍ବାଚନରେ ବିଜୟୀ ହେବା ପାଇଁ ତିନି ଦଳ ନିଜନିଜ ହିସାବରେ ଦକ୍ଷ ପ୍ରାର୍ଥୀ ପଡ଼ିଆକୁ ଓହ୍ଲାଇଛନ୍ତି । ତେବେ ନୂଆପଡ଼ାବାସୀ କାହାର ଉପରେ ଭରସା କରିବେ ତାହା ସମୟ କହିବ । ସ୍ୱର୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଗତକାଲି ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଥିଲେ ।
ବିଜେପି ଆଜି ତାଙ୍କୁ ଉପନିର୍ବାଚନ ପାଇଁ ଟିକେଟ୍ ଦେଇଛି । ଟିକେଟ୍ ହାତେଇବା ପୂର୍ବରୁ ଶ୍ରୀ ଢୋଲକିଆ ମଧ୍ୟ ତାଙ୍କ ଲୋକସମ୍ପର୍କ ଅଭିଯାନକୁ ଜୋରଦାର କରିଛନ୍ତି । ବାପା ରାଜେନ୍ଦ୍ରଙ୍କ ସମୟରେ ହୋଇଥିବା ପ୍ରମୁଖ କାର୍ଯ୍ୟଗୁଡ଼ିକ ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହ ସମର୍ଥନ ହାସଲ ପାଇଁ ଚେଷ୍ଟା କରୁଛନ୍ତି । ସ୍ନେହାଙ୍ଗିନୀ ଛୁରିଆ ଶିକ୍ଷକତାରୁ ରାଜନୀତିକୁ ଆସିଥିଲେ । ୨୦୧୪ରେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ । ହସ୍ତତନ୍ତ, ବୟନଶିଳ୍ପ ବିଭାଗ ପାଇଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକ ହାସଲ କରିଛନ୍ତି ।
ଆଡଗାଁ ବାଳିକା ବିଦ୍ୟାଳୟରେ ୧୯୯୫ରେ ଶିକ୍ଷକତା ଆରମ୍ଭ କରିଥିଲେ । ୧୯୯୭ରେ ଚାକିରି ଛାଡ଼ି ରାଜନୀତିକୁ ଆସିଲେ । ପ୍ରଥମ ଥର ପଞ୍ଚାୟତ ନିର୍ବାଚନରେ କ୍ୟାରିୟର ଆରମ୍ଭ କଲେ । ତଲମେଣ୍ଡା ପଞ୍ଚାୟତରୁ ସମିତିସଭ୍ୟ ଭାବେ ଜିତିଲେ । ଜିତିବା ପରେ ଭେଡେନ୍ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ । ସ୍ନେହାଙ୍ଗିନୀ ଛୁରିଆ ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀରୁ ୨୦୧୪ ଓ ୨୦୧୯ରେ ବିଜୟୀ ହୋଇଥିଲେ । ୨୦୨୪ ନିର୍ବାଚନରେ ୭୦,୫୭୭ ଭୋଟ୍ ? ପାଇଥିଲେ ।
ସେ ୨୮,୯୧୦ ଭୋଟ୍ରେ ପରାସ୍ତ ହୋଇଥିଲେ । କଂଗ୍ରେସ ପ୍ରାର୍ଥୀ ନିହାର ମହାନନ୍ଦଙ୍କ ଠାରୁ ହାରିଥିଲେ । ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ନଭେମ୍ବର ୧୧ ତାରିଖରେ ଦିନ ନୂଆପଡ଼ା ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ । ଏହାକୁ ନେଇ ବିଜେପି, ବିଜେଡି ଓ କଂଗ୍ରେସ ଶିବିର ଚଳଚଞ୍ଚଳ ହୋଇଯାଇଛି । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୨୦୨୪ ସାଧାରଣ ନିର୍ବାଚନରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ ।

© 2023 Odisha Taza News.