ଆର -ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲା ଆର – ଉଦୟଗିରି ବ୍ଲକ ଛେଲାଗଡ କ୍ଳଷ୍ଟରରେ ଥିବା ରୁପାସିଂ ଆଶ୍ରମ ବିଦ୍ୟାଳୟରେ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ -2025 ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ରୁପାସିଂ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁମଳ ଘଣ୍ଟଙ୍କ ସଭାପତିତ୍ୱରେ ଓ ସି ଆର ସି ସି ପଦ୍ମଲୋଚନ ଗଡ଼ନାୟକଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସୁଣ୍ଡୁରଵା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୁସିୟ ଦୋରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଛେଲାଗଡା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବକାନ୍ତ ସାମଲ,

ବରିଷ୍ଠ ଶିକ୍ଷକ କେ ଅଭିନାଶ, ସମେତ ମୋଟ 11 ଗୋଟି ସ୍କୁଲର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ, ଶିକ୍ଷୟତ୍ରୀ, ସମସ୍ତ ଛାତ୍ରଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ l ସମସ୍ତଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ୱଳନ ସହ ସ୍ୱାଗତ ଭାଷଣ ଦିଆଯାଇଥିଲା l ତତସହିତ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସରେ ବରିଷ୍ଟ ନାଗରିକଙ୍କ ପ୍ରତି ଆମର ଦାୟିତ୍ୱ ଓ କର୍ତ୍ତବ୍ୟ ନିମନ୍ତେ ସମସ୍ତେ ସାମୁହିକ ପ୍ରତିଜ୍ଞା ନିଆଯାଇଥିଲା l

ବିଭିନ୍ନ ସ୍କୁଲରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କର ମଧ୍ୟ ପ୍ରତିଯୋଗିତା ଯେପରିକି, ” ଚିତ୍ରାଙ୍କନ, ଭାଷଣ, କୁଇଜ଼,ବିତର୍କ, ଚିତ୍ରକଳା, ଶିଳ୍ପକଳା, ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା l ଏବଂ ସମସ୍ତଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ଛେଲାଗଡ଼ ସ୍କୁଲର ପ୍ରଧାନ ଶିକ୍ଷକ,ଶିକ୍ଷକ ଲଷ୍ମୀକାନ୍ତ ବେହେରା ପରିଚାଳନା କରିଥିବା ବେଳେ କାନିକିପଦର ସ୍କୁଲର ସହକାରୀ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ l














