ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଚକାଚକ ନୂଆ କାର,,,କାର ରେ ଲାଗିଛି ଘରୋଇ ନମ୍ବର ପ୍ଲେଟ ODO2.CT 8056 । ଘରୋଇ କାର ରେ ଗଞ୍ଜେଇ ଚୋରା ଚାଲାଣ କରିବା ପାଇଁ ମୁଖ୍ୟ ଅଭିଯୁକ୍ତ କରିଥିଲା ସମ୍ପୂର୍ଣ ଯୋଜନା । ପୋଲିସ କୁ ଚକମା ଦେବା ପାଇଁ କାର ବନେଟ ସହ କାର ଡୋର ରେ ଗଞ୍ଜେଇ ପ୍ୟାକେଟ କୁ ଲୁଚାଇ ରଖିଥିଲା କାର ବାହାରିଥିଲା ଫୁଲବାଣୀ କନ୍ଧମାଳ ରୁ ଗଞ୍ଜାମ ଭାୟା ଦେଇ ୧୬ ନମ୍ବର ଜାତୀୟ ରାଜପଥ ରେ ଖୋର୍ଦ୍ଧା ଜିଲ୍ଲା କୁ।ଦୀର୍ଘ ୨୦୦ କିଲୋମିଟର ରାସ୍ତା ଅତିକ୍ରମ କରିଥିଲା ଗଞ୍ବୋଇ ବୋଝେଇ କାର ।

୬ ନମ୍ବର ଜାତୀୟ ରାଜପଥ ରୁ ବିରିବାଡ଼ି ରାସ୍ତା କୁ ଗଡିପଡିଥିଲା କାର।କୁହୁଡି କୁ ଯିବା ପାଇଁ ଅଗ୍ରସର ହେଉଥିଲା ଗଞ୍ଜେଇ ବୋଝେଇ କାର।ଏତିକି ବେଳେ ଛକି ବସିଥିଲା ଟାଙ୍ଗୀ ପୋଲିସ।ଟାଙ୍ଗୀ ଥାନା ଆଇ ଆଇ ସି ରବିନ୍ଦ୍ର କୁମାର ଭୁଜବଳ ଖବର ପାଇ ଟିମ ସହ ରାସ୍ତା ରେ ଛକି ବସିଥିଲେ।

କାର ବିରିବାଡ଼ି ରାସ୍ତା ରେ ୨୦୦ ମିଟର ରାସ୍ତା ଅତିକ୍ରମ କରିଛି କି ନାହିଁ ପୋଲିସ ଟିମ ମାଡି ବସିଥିଲେ ଗଞ୍ଜେଇ ବୋଝେଇ କାର କୁ।ସେପଟେ ଗଞ୍ଜେଇ ବିକ୍ରେତା କୁହୁଡି ର ରମେଶ ବେହେରା ମଧ୍ୟ ଗଞ୍ଜେଇ ନେବା ପାଇଁ ଆସିଥିବା ବେଳେ ପୋଲିସ ମଧ୍ୟ ତାକୁ ନେଇଥିଲା

ହେପାଜତ କୁ।ଫୁଲବାଣୀ ର ରାଜେଶ କୁମାର ଡିଗାଲ ୩୫ ବର୍ଷ ଓ କୁହୁଡି ର ରମେଶ ଚନ୍ଦ୍ର ବେହେରା କୁ ଗିରଫ କରିଥିଲା ପୋଲିସ। ଏହା ସହ ଚିଲିକା ଅତିରିକ୍ତ ତହସିଲ ଦାର ବିଷ୍ଣୁ ପ୍ରିୟା ବେହେରା ଙ୍କ ଉପସ୍ଥିତ ରେ ଗଞ୍ଜେଇ କୁ ଓଜନ କରିବା ସହ ଗଞ୍ଜେଇ ଓ କାର କୁ ଜବତ କରିଥିଲା ଟାଙ୍ଗୀ ପୋଲିସ,

ଜବତ ଗଞ୍ଜେଇ ର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେଵ ବୋଲି ଜଣା ପଡିଛି,,।ଆଗକୁ ଜୋରଦାର ଚଢ଼ାଉ ହେଵ ବୋଲି ଆଇ ଆଇ ସି ପ୍ରକାଶ କରିଛନ୍ତି । ଏହା ସହ ଏଭଳି ତରିକା ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଅତିରିକ୍ତ ତହସିଲ ଦାର ।