No Result
View All Result
ନୂଆଗାଁ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବିଭିନ୍ନ ସ୍ଥାନରେ ବୀର ସହୀଦ ଦିବସ ପାଳନ ହୋଇଯାଇଛି। ସୂଚନା ଥାଉକି ଜାକେଡ଼ା ଗ୍ରାମ ପଞ୍ଚାୟତ ପକ୍ଷରୁ ଶିମିଳିସାହି ଠାରେ ପଞ୍ଚାୟତ ସ୍ତରୀୟ ନୂତନ ଭାବେ ୮୪ ତମ ବୀର ସହୀଦ କଷ୍ଟି ଡ଼ାକୁଆ ଦିବସ ପାଳନ ହୋଇଯାଇଛି।ପ୍ରଥମେ ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ଙ୍କୁ ବାଜା,ବାଣ,ନାମ ସଂକୀର୍ତ୍ତନ, ଶଙ୍ଖ ନାଦ ଓ ହୁଳହୁଳି ଦେଇ ସ୍ୱାଗତ ଜଣାଇ ବୀର ସହୀଦ କଷ୍ଟି ଡ଼ାକୁଆ ଙ୍କ ସ୍ମୃତି ସ୍ତମ୍ଭ ନିକଟକୁ ପାଛୋଟି ଅଣାଯାଇଥିଲା।

ସେଠାରେ ବୀର ସହୀଦ କଷ୍ଟି ଡ଼ାକୁଆଙ୍କ ସ୍ମୃତି ସ୍ତମ୍ଭ ଓ ଫଟୋ ଚିତ୍ରରେ ପୁଷ୍ପମାଲ୍ୟା ଅର୍ପଣ କରିବା ସହ କଷ୍ଟି ଡ଼ାକୁଆ ଅମର ରହେ ସ୍ଲୋଗାନ ଦେଇଥିଲେ।ଏହାପରେ ସ୍ଥାନୀୟ ସରପଞ୍ଚ ସୁମିତ୍ରା ଜାନି ଙ୍କ ସଭାପତିତ୍ୱରେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ଯୋଗଦେଇ ବୀର ସହୀଦ କଷ୍ଟି ଡ଼ାକୁଆ ଙ୍କ ଜୀବନୀ ବର୍ଣ୍ଣନା କରିଥିଲେ।
ନୂତନ ଭାବେ ବୀର ସହୀଦ କଷ୍ଟି ଡ଼ାକୁଆ ଙ୍କ ସହୀଦ ଦିବସ ପାଳନ କରୁଥିବା କେବଳ ନିଜ ଗାଁ ସୀମିତ ନରଖି ଏହାକୁ ପଞ୍ଚାୟତ ସ୍ତରୀୟ ବହୁଆଡମ୍ବରରେ କାର୍ଯ୍ୟକ୍ରମ କରିଥିବାରୁ ସମଗ୍ର ପଞ୍ଚାୟତ ବାସୀଙ୍କୁ ବିଧାୟକ ଧନ୍ୟବାଦ ଜଣାଇଥିଲେ।ଏହାକୁ ଆଗାମୀ ଦିନରେ କିଭଳି ବ୍ୟାପକ ଭାବେ ପାଳନ କରାଯିବା ସହ ସହୀଦ କଷ୍ଟି ଡ଼ାକୁଆ ଙ୍କ ଏକ ପ୍ରତିମୃତ୍ତି ସ୍ଥାପନ କରାଯିବା ପାଇଁ ମଧ୍ୟ ପ୍ରତିଶୃତି ଦେଇଥିଲେ। ଏନେଇ ବିଧାୟକ ଙ୍କୁ ପଞ୍ଚାୟତର ଜନସାଧାରଣ ମାନେ ଧନ୍ୟବାଦ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳରୁ ବହୁ ସଂଖ୍ୟାରେ ଲୋକମାନେ ଯୋଗ ଦେଇଥିଲେ।ସେହିପରି ପାରାଢିପି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସ୍ୱାଧୀନତା ସଂଗ୍ରାମୀ ଆଦର୍ଶ ଗ୍ରାମ, ଗୌଡ଼ ଥୁଆବାରୀ ଠାରେ ସହୀଦ ଶ୍ରାଦ୍ଧ ଦିବସ ତଥା ପ୍ରଜାମଣ୍ଡଳ ସ୍ଵାଧୀନତା ସଂଗ୍ରାମୀ କଣ୍ଡୁରି ପରିଡ଼ା ,ବୁଦ୍ଧି ପରିଡ଼ା ଓ ଦୟା ବେହେରାଙ୍କ ସ୍ମୃତି ଉଦ୍ଧେଶ୍ୟରେ ୮୪ତମ ସହୀଦ ସ୍ମାରକୀ ସମାରୋହରେ ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ଯୋଗଦେଇ ସହୀଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲଷ୍ମୀପ୍ରିୟା ବେହେରା,୧୭ ନଂ ଜୋନ ଜିଲ୍ଲାପରିଷ ଙ୍କ ପ୍ରତିନିଧି ତଥା ଜିଲ୍ଲା ବିଜେଡ଼ି ଉପସଭାପତି ଦିଲ୍ଲୀପ କୁମାର ଦଳବେହେରା,ସମାଜସେବୀ ଶଙ୍କର୍ଷଣ ବେହେରା, ଜାକେଡ଼ା ପଞ୍ଚାୟତ ସମିତି ସଭ୍ୟା ପ୍ରଭାତୀ ମଳିକ,ପୂର୍ବତନ ସରପଞ୍ଚ ପାଣ୍ଡବ ଜେନା,ନାଏବ ସରପଞ୍ଚ ପ୍ରହଲ୍ଲାଦ ମଳିକ,ପାରାଢ଼ିପି ସରପଞ୍ଚ ବିଭୂତି ଭୂଷଣ ପ୍ରଧାନ, ଗୁମି ସମିତି ସଭ୍ୟ ସଞ୍ଜୀବ କୁମାର ଡ଼ାକୁଆ,କୋରଡ଼ା ପୂର୍ବତନ ସରପଞ୍ଚ ଗୋଲଖ ବିହାରୀ ଗୋଚ୍ଛାୟତ,
ନୂଆଗାଁ ସରପଞ୍ଚ ଙ୍କ ପ୍ରତିନିଧି ପଦ୍ମଲୋଚନ ପରିଡ଼ା,ମାଇଛେଳି ସରପଞ୍ଚ ଙ୍କ ପ୍ରତିନିଧି ଦାଶରଥି ପ୍ରଧାନ,ବେରୁଆଁବାରୀ ସମିତି ସଭ୍ୟ କେଦାର ସେଠି,ବରିଷ୍ଠ ବିଜେଡ଼ି ନେତା ସୁରେନ୍ଦ୍ର ପ୍ରଧାନ,ଇନ୍ଦ୍ରମଣି ମଳିକ, କୋରଡ଼ା ମାଳ ତଥା ୩୦ଖଣ୍ଡ ମୌଜାର ସଭାପତି ନରସିଂହ ଜାନି,ବିଶ୍ୱନାଥ ମଳିକ,ଲଷ୍ମୀଧର ଜାନି, ଅନିରୋଧ ମଳିକ, ପରକ୍ଷିତ ଜାନି,ସମ୍ପାଦକ ଅଇଁଠା ମଳିକ, ପ୍ରକାଶ ମଳିକ, ସୁବ୍ରତ ପରିଡ଼ା, ବୁଲୁ ମଳିକ ପ୍ରମୁଖ ଉପସ୍ଥିତ ରହିଥିଲେ।

No Result
View All Result