No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ମାସାଧିକ କାଳ ଦିଲ୍ଲୀରେ ରହିବା ପରେ ଆଜି ସଂଧ୍ୟାରେ ନବୀନ ନିବାସ ଫେରି ଆସିଛନ୍ତି ନବୀନ ପଟ୍ଟନାୟକ । ସେପ୍ଟେମ୍ବର ୭ରେ ସେ ଦିଲ୍ଲୀ ଯାଇଥିଲେ । ରାଜନୀତିରେ ପ୍ରବେଶ ପରେ ପ୍ରଥମ ଥର ପାଇଁ ଏତେ ଲମ୍ବା ସମୟ ଧରି ଓଡ଼ିଶା ବାହାରେ ଥିଲେ । ସମ୍ପୂର୍ଣ୍ଣ ବିଶ୍ରାମ ପାଇଁ ସେ ଦିଲ୍ଲୀ ଯାଇଥିଲେ ବୋଲି କୁହାଯାଉଛି ।
ଏହା ପୂର୍ବରୁ ଓଡ଼ିଶା ବାହାରେ ନବୀନଙ୍କ ଲମ୍ବା ରହଣିର ଅବଧି ଥିଲା ୨୧ ଦିନ । ସର୍ଭିକାଲ୍ ଆଥ୍ରାଇଟିସ୍ ଚିକିତ୍ସା ପାଇଁ ସେ ଜୁନ୍ ୨୦ରେ ମୁମ୍ବାଇ ଯାଇଥିଲେ । ୨୨ ତାରିଖରେ ତାଙ୍କର ଅପରେସନ୍ ହୋଇଥିଲା । ଜୁଲାଇ ୭ ରେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଜୁଲାଇ ୧୨ ରେ ଓଡ଼ିଶା ଫେରିଥିଲେ ।
ନବୀନ ନିବାସରେ ସେ ବିଶ୍ରାମ ନେଉଥିଲା ବେଳେ ଡିହାଇଡ୍ରେସନ୍ କାରଣରୁ ଅଗଷ୍ଟ ୧୭ ରେ ଭୁବନେଶ୍ୱରର ସମ୍ ଅଲଟିମେଟ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ୪ ଦିନ ଲାଗିଥିଲା । ନବୀନ ନିବାସରେ ବିଶ୍ରାମ ନେଉଥିଲା ବେଳେ ସେପ୍ଟେମ୍ବର ୭ରେ ଦିଲ୍ଲୀ ଚାଲିଗଲେ । କେବେ ଫେରିବେ କାହାରିକୁ ଜଣା ନ ଥିଲା ।

No Result
View All Result