No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଉତ୍କଳ ଗ୍ରାମ ସ୍ବରାଜ୍ୟ ଓ ଉତ୍କଳମଣି ଶିଶୁଶିକ୍ଷାମନ୍ଦିର ମିଳିତ ଆନୁକୂଲ୍ୟରେ ସଭାପତି କଳିଙ୍ଗରତ୍ନ ବ୍ରହ୍ମାନନ୍ଦ ମହାନ୍ତିଙ୍କ ପୌରହିତ୍ୟରେ ସ୍ଥାନୀୟ କଟକ ନୂଆପଡା ବଜାରସ୍ଥିତ ଉତ୍କଳମଣି ଗୋପବନ୍ଧୁଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ୧୪୮ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଡ.ଗୋବିନ୍ଦ ଚନ୍ଦ୍ର ଚାନ୍ଦ,ସମ୍ମାନୀତ ଅତିଥି ଅକ୍ଷୟ କୁମାର ମିଶ୍ର, ତାପସ କୁମାର ରାଉତ, ରାଜକିଶୋର ସ୍ବାଇଁ,ମନୋରଞ୍ଜନ ମିଶ୍ର,ଭଗବତୀ ଖଟୁଆ,କୈଳାସ ଚନ୍ଦ୍ର ଜେନା,ଗଣେଶ୍ବର ସ୍ବାଇଁ,ଡ.ବସନ୍ତ କୁମାରୀ ନନ୍ଦ,କାର୍ତ୍ତିକ ଚନ୍ଦ୍ର ପଣ୍ଡା,

ଚୈତନ୍ଯ କୁମାର ରାଉତ, ଅଶ୍ବିନୀ କୁମାର ସେଠୀ,ବାସୁଦେବ ଦାସ, ଡ.ଲଷ୍ମୀପ୍ରସାଦ ଆଚାର୍ଯ୍ଯ, ଡା.ଆର୍ତ୍ତତ୍ରାଣ ବିଶ୍ବାଳ,କମ୍ରେଡ ଶରତ ସ୍ବାଇଁ,ପ୍ରଭାତ କୁମାର ଜେନା, ବନ୍ଦେ ଉତ୍କଳ ମହାସଂଘର ନିର୍ଦେଶକ ନିବାସ ଚନ୍ଦ୍ର ମିଶ୍ର, ସହଦେବ ପରିଡା,ପ୍ୟାରିମୋହନ ସ୍ବାଇଁ,ସମରେଶ ଭୂୟାଁ, ରାଜକିଶୋର ସାହୁ ଆଇନଜୀବୀ,ସଂଯୋଜ କୁମାର ସାମନ୍ତରାୟ,ସସ୍ମିତା ମଲ୍ଲ ପ୍ରମୁଖ ପଣ୍ଡିତ ଗୋପବନ୍ଧୁଙ୍କର ବହୁମୁଖି ଜୀବନ ଦର୍ଶନ ବିଷୟରେ ଆଲେଚନା କରିବା ସହିତ ସମସ୍ତେ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦୁଃସ୍ଥ, ଦରିଦ୍ର, ଅସହାୟ ଲୋକ ମାନଙ୍କର ସେବା କରିବା ଉଚିତ୍ ବୋଲି ମତ ବ୍ୟକ୍ତ କରିଥିଲେ । ଅନୁଷ୍ଠାନର ସଂପାଦକ ଅନନ୍ତ ଜେନା ଉପସ୍ଥିତ ସମସ୍ତ ଅତିଥିମାନଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

No Result
View All Result