ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନୟାଗଡ଼ରେ ପୂଜ୍ୟପୂଜା କମିଟି ଏବଂ ସିଭିଲ ସୋସାଇଟିର ମିଳିତ ଆନୁକୂଲ୍ୟରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷା କେନ୍ଦ୍ର ପରିସରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ ତମ ଜୟନ୍ତୀ ପାଳିତ ହୋଇଯାଇଛି l ଏହି ଅବସରରେ ଶିକ୍ଷା କେନ୍ଦ୍ର ପରିସରରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଉପସ୍ଥିତ ଶ୍ରଦ୍ଧାଳୁ ପଣ୍ଡିତଙ୍କ ଜୟଗାନ କରିଥିଲେ l















