No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପୁରୀ ବାଲିଘାଟ ଜାଗେଶ୍ୱରୀ ଛକ ସ୍ଥିତ ଶ୍ରୀ ଶ୍ରୀ ମହାମାୟା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ୧୮ ତମ ମା ଗଜଲକ୍ଷ୍ମୀ ଦେବୀଙ୍କ ପୂଜା ଉତ୍ସବ ଚଳିତମାସ ୬ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି । ଏହି ଅବସରରେ ଆସନ୍ତା ୧୦,୧୧,୧୨ ତାରିଖ ତିନି ଦିନ ଧରି ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଥମ ଦିନ ସନ୍ଧ୍ୟାର ଆକର୍ଷଣ ସାଜିବ ଗୀତ ବାହାର କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଏବଂ ତାଙ୍କ ଗ୍ରୁପର ସୁମଧୁର ସଙ୍ଗୀତ, ଦ୍ଵିତୀୟ ସନ୍ଧ୍ୟାରେ ଆକର୍ଷଣ ସାଜିବ ନାଭିୟା ଜେଟୀ ଓ ତାଙ୍କ ଗ୍ରୁପ ସଦସ୍ୟଙ୍କ ମନ୍ତ୍ରମୁଗ୍ଧ ସଙ୍ଗୀତ ଏବଂ ଶେଷ ସନ୍ଧ୍ୟା ଅର୍ଥାତ୍ ୧୨ ତାରିଖ ସନ୍ଧ୍ୟାରେ ମହାରାଜା ବ୍ୟାଣ୍ଡ ପକ୍ଷରୁ ଗ୍ରୁପକୁ ନେଇ ମଞ୍ଚକୁ ଆସିବେ କଣ୍ଠଶିଳ୍ପୀ ସୁଜ୍ଞାନି ମହାପାତ୍ର ।

ଏହି କାର୍ଯ୍ୟକ୍ରମର ଉଦଘାଟନୀ ଅବସରରେ ମୁଖ୍ୟ ଅତିଥି ଭାବେ ପୁରୀ ବିଧାୟକ ସୁନୀଲ ମହାନ୍ତି,ପୂର୍ବତନ ପୌରାଧକ୍ଷ ଶାନ୍ତିଲତା ପ୍ରଧାନ, ପୂର୍ବତନ ପୌର ସଦସ୍ୟ ଭକ୍ତ ଚରଣ ଦାସ,ନାରଣ ପଟ୍ଟନାୟକ, ପ୍ରଦୀପ ନାୟକ,ସୁଦର୍ଶନ ଦାସ,କାଞ୍ଜିତା ମହାନ୍ତି, ପ୍ରିତମ ଜଗଦେବ, ରାଜ୍ୟ ସମ୍ପାଦକ ବିଜେଡି ଷ୍ଟାର୍ଲିନ ପରିଜା,ରାଜ୍ୟ ସଦସ୍ୟ ବିଜେଡି ପୁଷ୍ପାଞ୍ଜଳି ରଣା,ବିଜେଡି ସହରାଞ୍ଚଳ ସଭାପତି ସବ୍ୟସାଚୀ ମହାପାତ୍ର,ବ୍ଲକ ଚେୟାରମ୍ୟାନ ଦିବାକର ପାତ୍ର,
ଅର୍ବାନ ବ୍ୟାଙ୍କ ଚେୟାରମ୍ୟାନ ଗୁଣନିଧି ଦାସ ମହାପାତ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅନୁଷ୍ଠାନର ସଭାପତି ବିଭୂତି ଭୂଷଣ ସେଠୀ ।ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଭାଗିରଥି ପ୍ରଧାନ, ଉପସଭାପତି ସୁନିଲ ମହାରଣା,ସମ୍ପାଦକ ସୁଜିତ୍ ସାହୁ,ଅଶୋକ କୁମାର ସୁବୁଦ୍ଧି, ସଞ୍ଜିତ୍ କୁମାର ସାହୁ,ହିମାଂଶୁ ମୁଦୁଲି,ଭିକାରୀ ସାହୁ,ରଞ୍ଜନ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result