No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀରେ ପବିତ୍ର ଗୋପବନ୍ଧୁ ଜୟନ୍ତୀ ଠାରୁ ଏକ ମାସ ବ୍ୟାପୀ ଚାଲିବାକୁ ଥିବା ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଡୁମୁଡୁମା କିଡ଼ସ୍ ହସ୍ପିଟାଲ ଛକ ଠାରୁ ମୁନ୍ ମଣ୍ଡପ ପର୍ଯ୍ୟନ୍ତ ପୂର୍ବତନ ମନ୍ତ୍ରୀ ତଥା ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ଅଶୋକ ଚନ୍ଦ୍ର ପଣ୍ଡା ଙ୍କ ନେତୃତ୍ୱରେ ଏକ ବିଶାଳ ପଦଯାତ୍ରା ରେ ବରିଷ୍ଠ ଉପ ସଭାପତି ଦେବୀ ପ୍ରସାଦ ମିଶ୍ର, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ,
ମନ୍ମଥ ରାଉତରାୟ,ଡେପୁଟି ମେୟର ମଞ୍ଜୁଲତା କହଁର, ବିଜେଡି ନେତା ପ୍ରକାଶ ବସ୍ତିଆ, ଅମିୟ ଦାସ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟର ବିଫଳତାକୁ ସମାଲୋଚନା କରି ସ୍ଲୋଗାନ ମାଧ୍ୟମରେ ପଦଯାତ୍ରାରେ ଜନସଚେତତା କରାଇଥିଲେ । ସେହିପରି ପଦ ଯାତ୍ରାରେ ସାମିଲ ହୋଇଥିବା ଶତାଧିକ ମହିଳା, ଯୁବ, ବିଜୁ ଜନତା ଦଳର ବରିଷ୍ଠ କର୍ମକର୍ତ୍ତା, ବିଭିନ୍ନ ୱାର୍ଡ ର କର୍ପୋରେଟର, ସରପଞ୍ଚ, ସମିତି ସଭ୍ୟ,
ଜିଲ୍ଲା ପରିଷଦ ଏବଂ ସମସ୍ତ ଅତିଥି ମାନେ ସଭା ସ୍ଥଳରେ ପହଞ୍ଚିବା ପରେ ଡୁମୁଡୁମା, ଯଦୁପୁର, ରଘୁନାଥ ନଗର ଅଞ୍ଚଳର ହିନ୍ଦୁ ଓ ମୁସଲମାନ ମହିଳାମାନେ ଭବ୍ୟ ସ୍ଵାଗତ ଜଣାଇଥିଲେ । ଏହି ସଭାରେ ଶ୍ରୀ ପଣ୍ଡାଙ୍କ ସମେତ ସମସ୍ତ ଅତିଥି ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉତ୍କଳମଣି ଗୋପବନ୍ଧୁ ଦାସ, ମହାତ୍ମା ଗାନ୍ଧି, ବିଜୁ ବାବୁଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ସଭାକାର୍ଯ୍ୟ ଆରମ୍ଭ କରିଥିଲେ ।
ଶ୍ରୀ ପଣ୍ଡା କହିଥିଲେ ରାଜ୍ୟ ସରକାରଙ୍କ ବିଫଳତା ପଦାରେ ପଡ଼ିଲାଣି, ଆଇନ ଶୃଙ୍ଖଳା ଉଜୁଡ଼ିଗଲାଣି, ମହିଳାମାନେ ପଦାକୁ ବାହାରିବାକୁ ଭୟକଲେଣି,ପ୍ରତ୍ୟେକ ଦିନ ରାଜ୍ୟର ଅପରାଧ, ଲୁଣ୍ଠନ, ନାରୀ ନିର୍ଯାତନା ଖବର ରାଜ୍ୟ ଏବଂ ଜାତୀୟ ଗଣମାଧ୍ୟମରେ ଶୀର୍ଷ ସ୍ଥାନରେ ରହୁଛି । ଯାହାଫଳରେ ଜନସାଧାରଣ ଏ ସରକାରଙ୍କ ଉପରେ ଆସ୍ଥା ହରାଇ ବସିଲେଣି ।
ଏବଂ ନବୀନ ବାବୁଙ୍କ ଚବିଶ ବର୍ଷର ସୁଶାସନଙ୍କୁ ପୁଣି ମନେପକାଇବାକୁ ବସିଲେଣି । ସେହିପରି ଅନ୍ୟ ଅତିଥିମାନେ ରାଜ୍ୟ ସରକାରଙ୍କ ବିଫଳତା ବିଷୟରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ କର୍ପୋରେଟର ଛବି ଦାସ, ସକିବା ମୁସାରତ,ପୂର୍ବତନ କର୍ପୋରେଟର ମୁଜାହିଦ୍ ହୁସେନ,ଯୁବନେତା ରାଜେଶ ପାତ୍ର,ସେଖ ଅମିର ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result