No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କଟକର ଶତାବ୍ଦୀ ନଗର ସ୍ଥିତ ଗୋଷ୍ଠୀ କେନ୍ଦ୍ରରେ ବାଇମୁଣ୍ଡି ବରିଷ୍ଠ ନାଗରିକ ସଙ୍ଘର ସଭାପତି ଶ୍ରୀ ବସନ୍ତ କୁମାର ସେଠୀଙ୍କ ପୌରାହିତ୍ୟରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଉଦ୍ଧିଷ୍ଟ ସଚେତନତା କାର୍ଯ୍ୟକ୍ରମ ଶିବିର ଅନୁଷ୍ଠିତ ହୋଇଯାଇଛି l ସଙ୍ଘର ସଂଗଠନ ସମ୍ପାଦକ ଶ୍ରୀ ବସନ୍ତ କୁମାର ସାହୁ ସ୍ୱାଗତ ଭାଷଣ ଦେବାସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ସାଧାରଣ ସମ୍ପାଦକ ଶ୍ରୀ ଗଙ୍ଗାଧର ବେହେରା ସଂଘ ଦ୍ୱାରା ଆୟୋଜିତ ବିଭିନ୍ନ ଗଠନ ମୂଳକ କାର୍ଯ୍ୟକ୍ରମ ଗୁଡିକର ବିବରଣୀ ପ୍ରଦାନ କରିଥିଲେ l

ଏହି କାର୍ଯ୍ୟକ୍ରମରେ ସୁର୍ୟୋଦୟ ବ୍ୟାଙ୍କର ଶାଖା ପରିଚାଳକ ଶ୍ରୀ ଗଣେଶ ଚନ୍ଦ୍ର ନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସମାଜରେ ବିଶେଷ କରି ବରିଷ୍ଠ ନାଗରିକମାନେ କିପରି ସାଇବର ଠକାମୀର ଶିକାର ହୋଇ ସର୍ବଶାନ୍ତ ହେଉଛନ୍ତି, ତାହାର ଉଦାହରଣ ଦେବା ସହ ଏଥିରୁ ରକ୍ଷା ପାଇବା ପାଇଁ କିପରି ସତର୍କତା ଅବଲମ୍ବନ କରାଯାଇପାରିବ ତାହାର ସୂଚନା ପ୍ରଦାନ କରିଥିଲେ l

ଶ୍ରୀ ନାୟକ ସଂଘ ଦ୍ୱାରା ଆୟୋଜିତ ବିଭିନ୍ନ ଲୋକଭିମୁଖୀ କାଯ୍ୟକଳାପ ର ଉଚ୍ଚ ପ୍ରଶଂସା କରିବା ସହ ଆଗାମୀ କାର୍ଯ୍ୟକ୍ରମରେ ସମସ୍ତ ପ୍ରକାର ସହଯୋଗ ଓ ସହାୟତା ପ୍ରଦାନ କରିବା ପାଇଁ ଦୃଢ ନିଶ୍ଚିତ କରିଥିଲେ l ସଙ୍ଘ ପରାମର୍ଶଦାତା ଡ଼ଃ ସିଦ୍ଧାର୍ଥ ସାହୁ, ଉପସଭାପତି ଶ୍ରୀ ନିବାସ ଚନ୍ଦ୍ର ମିଶ୍ର, ସଂଯୋଜ କୁମାର ସାମନ୍ତରାୟ,ଗଣେଶ ମିଶ୍ର,ସନ୍ତୋଷ କୁମାର ବିଶ୍ୱାଳ, କୈଳାସ ଚନ୍ଦ୍ର ମିଶ୍ର ପ୍ରମୁଖ ସ୍ୱାସ୍ଥ୍ୟ ସଚେତନତା ଉପରେ ଗୁରୁତ୍ୱ ଆରୋପ କରିଥିଲେ l ସହ ସମ୍ପାଦକ ଶ୍ରୀ ବିକ୍ରମ କୁମାର ଲେଙ୍କା,
କୋଷାଧକ୍ଷ ଅଭୟ କୁମାର ସେଠୀ, ଜ୍ୟୋତି ଭୂଷଣ ଦାସ, ସାମ୍ବାଦିକ ପ୍ରଭୁଦତ୍ତ ପ୍ରଧାନ କାଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ l ଶ୍ରୀ ରତ୍ନାକର ଜେନା, ଲମ୍ବୋଦର ପାଣିଗ୍ରାହୀ,ପବିତ୍ର ମୋହନ ସିଂ ସାମନ୍ତ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ l କାର୍ଯ୍ୟକାରୀ ସଭାପତି ଶ୍ରୀ ସୋମନାଥ ରାଉତ ସମାଜର ଉନତି ପାଇଁ ଐକବଦ୍ଧ ଯୋଜନା ପ୍ରସ୍ତୁତ କରିବାକୁ ଆୱାହାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result