ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବିରିଡି ବ୍ଲକ ର ବିଭିନ୍ନ ସ୍ଥାନରେ ମଙ୍ଗଳବାର ଗଜ ଲଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି l ସୁନ୍ଦର ସାଜସଜାରେ ମଣ୍ଡପ ଗୁଡିକ ଝଲସୁଛି l ବିଶେଷ କରି ପଣ୍ଡିଆ ମା ସାରଳା ରାଇସ ମିଲ, ବାଇଶିମୌଜା ମଙ୍ଗୁଲି ବଣୁଆସାହି, ମହାନ୍ତି ସାହି, କମଳପୁର, ଚାଷୀଖଣ୍ଡ ଆନନ୍ଦ ବଜାର, ବାଇପଦା, ଅଲିପଡ଼ା, ପାର୍ବତୀପୁର, କଣ୍ଟୁଆର ଅଢଙ୍ଗ ଗଡ଼,

ଅଢଙ୍ଗ ମଜୁରାଇ, ଶିବପୁର, ଶଙ୍କରପୁର, ବାସନ୍ତପୁର ଅଲାଣ୍ଡ, ସହାବାଦ, ଅରଣା, ବଡଖଣ୍ଡେଇତା, ଗୋଠ ପଦା, ବରିପଦା, ଦରଡ଼ା ପାରି, ହାଟୁ ଆରୀ, ପଟୁଆରୀ, ନୂଆଗାଁ, ବାଗଲପୁର, ଆଦି 25ଟି ସ୍ଥାନରେ ମା ଗଜ ଲଷ୍ମୀ ଙ୍କର ମୂର୍ତ୍ତି ପୂଜା ପାଉଛନ୍ତି l ମଙ୍ଗଳବାର ଜଳଯାତ୍ରା, ଅଧିବାସ, ଚଖୁଦାନ, ପ୍ରାଣପ୍ରତିଷ୍ଠା, ମହାସ୍ନାନ, ଷୋଡ ସହ ଉପଚାର ପୂଜା, ସନ୍ଧ୍ୟା ଆଳତୀ,

କାର୍ଯ୍ୟ ସମାପନପରେ ମଙ୍ଗଳବାର ସୂର୍ଯ୍ୟ ପୂଜା, ଗୋପୁଜା, ମହାସ୍ନାନ, ଵାସ୍ତୁ ପୂଜା, ଗୀତା ଯଜ୍ଞ, ସନ୍ଧ୍ୟା ଆଳତୀ, ବୁଧବାର ମହାଲଷ୍ମୀ ନୃସିହଁ ସହସ୍ର ନାମ ଆହୁତି, କରାଯାଇ ଗୁରୁବାର ଷୋଡଶ ଉପଚାର ପୂଜା ପ୍ରତି ମଣ୍ଡପରେ ମାଙ୍କୁ ବଡଭୋଗ ଲାଗି କରାଯିବ l ଏଣୁ ରବିବାର ପୂର୍ଣ୍ଣାହୁତି ଓ ଭସାଣି ସମାପନ ହେବ l ସବୁଠାରୁ ପଣ୍ଡିଆ ମା ସାରଳା ରାଇସ ମିଲ ଠାରେ ହୋଇଥିବା ଲଷ୍ମୀ ନାରାୟଣ ଓ ଗରୁଡ ଙ୍କ ମୂର୍ତ୍ତି ବେଶ ଆକର୍ଷଣ ହୋଇଥିଲା l














