ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଲଗାଣ ବର୍ଷା ଆଉ ଜଣେକର ଜୀବନ ନେଇଗଲା । ଗଜପତି ଜିଲ୍ଲା ଆର,ଉଦୟଗିରି ଗ୍ରାମର ଯୁବ ବ୍ୟବସାୟୀ ପ୍ରତାପ କୁମାର ପଣ୍ଡା ପାଣିର ପ୍ରଖର ସ୍ରୋତରେ ଭାସି ଯିବା ଦୁଇଦିନ ହେଲା ନିଖୋଜ ହୋଇଥିଲେ । ଆଜି କାଳିଆତୋଟା ନାଳରୁ କାର୍ ସହ ତାଙ୍କ ଶବକୁ ଉଦ୍ଧାର କରାଯାଇଛି । ପ୍ରତାପ ଗତ ୨ ତାରିଖରେ କାରରେ ନିଜ ଦୋକାନ ତରଭାରୁ କାରରେ ଘୋଡାକୋଣ ରାସ୍ତା ଦେଇ ଆର,ଉଦୟଗିରି ନିଜ ଘରକୁ ଫେରୁଥିଲେ ।

ନିକଟସ୍ଥ ପୋଲରେ ୩ ରୁ ୪ ଫୁଟ ଉପରେ ପାଣି ଚାଲୁଥିଲା । ଏହାକୁ ଅତିକ୍ରମ କରୁଥିବା ବେଳେ ପ୍ରତାପ ଭାରସାମ୍ୟ ହରାଇ ଭାସି ଯାଇଥିଲେ । ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ, କାରଟିକୁ ୨ କିଲୋମିଟର ପର୍ଯ୍ୟନ୍ତ ଭସାଇ ନେଇଥିଲା । ୨ କିଲୋମିଟର ଅପରାହ୍ଣ ସାଢେ ଗୋଟେରେ ପ୍ରତାପଙ୍କ ମୋବାଇଲ୍ ସ୍ବିଚ୍ ଅଫ୍ ହୋଇଯାଇଥିବା ବେଳେ ବ୍ୟସ୍ତବିବ୍ରତ ପରିବାରବର୍ଗ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ ।

ଆଜି ଆର,ଉଦୟଗିରି ଥାନାରେ ପତ୍ନୀ ରୀନା ପଣ୍ଡା ନିଖୋଜ ଏତଲା ଦେଇଥିଲେ । ମସାଣିରେ ଶବ ଦାହା ସରବା ପରେ କାଳିଆତୋଟା ନାଳରେ ଜଣେ ଯୁବକ ନାଳରେ ଗାଧେଇବା ବେଳେ ତାଙ୍କ ଗୋଡରେ କାରର କିଛି ଅଂଶ ବାଜିଥିଲା । ଏହାପରେ ପାଣି ଭିତରେ ବୁଡି ଖୋଜାଖୋଜି କରିବା ବେଳେ କାର୍ ଭିତରୁ ଶବ ଠାବ କରିଥିଲେ । ଦମକଳ ବାହିନୀ ପହଞ୍ଚି ପ୍ରତାପଙ୍କ ଶବକୁ ଜବତ କରିଥିବା ବେଳେ ପରିବାର ବର୍ଗ ଚିହ୍ନଟ କରିଥିଲେ । ଏନେଇ ଆର,ଉଦୟଗିରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।















