ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପୁରୀଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ଶ୍ରୀରାମଚନ୍ଦ୍ରପୁର ଶାସନ ଗ୍ରାମରେ ମଞ୍ଚସ୍ଥ ହେବ ଚଳିତମାସ ୧୧ ତାରିଖ ଶନିବାର ରାତ୍ରରେ ଭିନ୍ନ ସ୍ବାଦର ସାମାଜିକ ନାଟକ ସମୟ କହିବ କିଏ କାହାର । ଶ୍ରୀରାମଚନ୍ଦ୍ରପୁର ଡ୍ରାମାଟିକ କ୍ଲବର ସଦସ୍ଯ ମାନେ ନାଟକ କୁ ସରସ ସୁନ୍ଦର କରିବା ପାଇଁ ଯୋରଦାର ପ୍ରସ୍ତୁତି ସହ ରିହଲସେଲ ଚଳାଇଛନ୍ତି ।

ଏହି ନାଟକକୁ ଲେଖିଛନ୍ତି ନାଟ୍ୟକାର ଅନନ୍ତ ଓଝା ଓ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ନଟବର ଆଚାର୍ଯ୍ଯ । କ୍ଲବର ସଭାପତି ପ୍ରଶାନ୍ତ କୁମାର ନନ୍ଦ ଓ ସମ୍ପାଦକ ଚିତ୍ତରଞ୍ଜନ ତ୍ରିପାଠୀଙ୍କ ଅକ୍ଲାନ୍ତ ପରିଶ୍ରମରେ ପ୍ରସ୍ତୁତି ଆଗେଇ ଚାଲିଛି ।















