No Result
View All Result
ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲାର ବରିଷ୍ଠ ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ ଓ ପଲ୍ଲବ କୁମାର ଲିମା ବିଜେଡି ଛାଡିଛନ୍ତି l ଶ୍ରୀ ଗମାଙ୍ଗ ୨୦୨୪ ସାଧାରଣ ନିର୍ବାଚନରେ ଗଜପତି ଜିଲ୍ଲାର ମୋହନା ଆସନରୁ ବିଜେଡିର ବିଧାୟକ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ସେ ୨୦୦୯ ମସିହା ପୂର୍ବରୁ ବିଜେପିରେ ଥିଲେ l ବିଗତ 2009 ମସିହାରେ ବିଜେପିର ମୋହନା ବିଧାୟକ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ୨୦୧୪ରେ ସେ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ । ତାଙ୍କ ଯୋଗଦାନ ପରେ ମୋହନାରେ ବିଜେଡି ସଶକ୍ତ ହୋଇଥିଲା ।
ଏହାପରେ ଦଳ ତାଙ୍କ ପତ୍ନୀ ପୂର୍ଣ୍ଣବାସୀ ନାୟକଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା. ସେ ମଧ୍ୟ ପରାଜିତ ହୋଇଥିଲେ. ୨୦୨୪ ନିର୍ବାଚନରେ ବିଜେଡି ଅନ୍ତର୍ଯ୍ୟାମୀଙ୍କୁ ପ୍ରାର୍ଥୀ କରିଥିଲା । ଏହି ନିର୍ବାଚନରେ ମଧ୍ୟ ଶ୍ରୀ ଗମାଙ୍ଗ ପରାଜିତ ହୋଇଥିଲେ l ସେ ୨୦୧୭ରୁ ୨୦୧୯ ଯାଏଁ ଗଜପତିର ସ୍ବତନ୍ତ୍ର ଉନ୍ନୟନ ପରିଷଦର ଜିଲ୍ଲା ଅଧ୍ୟକ୍ଷ ଥିଲେ । ବର୍ତ୍ତମାନ ସେ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିବା ନିଜ ଇସ୍ତଫା ପତ୍ରରେ ପ୍ରଦାନ କରିଛି l
ସେହିପରି ଅନ୍ୟତମ ଗଜପତି ଜିଲ୍ଲାର ବରିଷ୍ଠ ନେତା ପଲ୍ଲବ କୁମାର ଲିମା ମଧ୍ୟ ବିଜେଡି ଛାଡିଛନ୍ତି l ସେ ଦୀର୍ଘ 40 ବର୍ଷ ଧରି ବିଜୁ ପରିବାର ସହିତ ସମ୍ପୃକ୍ତ ରହି ଛାତ୍ର ଜୀବନରୁ ରାଜନୀତିକୁ ଆସିଥିଲେ l ବିଜୁ ଜନତା ଦଳ ଗଠନ ହେବା ପରେ ଶ୍ରୀ ଲିମ୍ମା ବିଜେଡିରେ ସାମିଲ ହୋଇ ଦଳକୁ ଜିଲ୍ଲାରେ ମଜବୁତ କରିବା ସହ ମାଇନରଟି ସେଲର ରାଜ୍ୟ ଅଧକ୍ଷ ଭାବେ ଦାୟିତ୍ୱ ତୁଲାଇ ଥିଲେ l ବର୍ତ୍ତମାନ ସେ ମଧ୍ୟ ଦଳର ବିଭିନ୍ନ ବିଶୃଙ୍ଖଳା ଜନିତ କାର୍ଯ୍ୟ କାରଣରୁ ବିଜେଡି ଛାଡିଥିବା ସୂଚନା ଦେଇଛନ୍ତି l

No Result
View All Result