ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲାରେ ପ୍ରବଳ ବର୍ଷାରୁ ରକ୍ଷା ପାଇବା ପାଇଁ ଜଣେ ବ୍ୟକ୍ତି ଯେଉଁ ପଥର ତଳେ ଆଶ୍ରୟ ନେଇଥିଲେ ସେହି ପଥର ହିଁ ତାଙ୍କ ଜୀବନ ନେଇଗଲା. ଏଭଳି ଏକ ଦୁଃଖଦ ଖବର ହସ୍ତଗତ ହୋଇଛି. ବର୍ଷା ଆରମ୍ଭ ହୋଇଯିବାରୁ ପଥର ତଳେ ଆଶ୍ରୟ ନେଇଥିଲେ ଗଜପତିର ତ୍ରିନାଥ. ତେବେ ପାହାଡ଼ରୁ ପ୍ରବଳ ପାଣି ସ୍ରୋତରେ ପଥର ତଳେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି.















