ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପ୍ରତିବର୍ଷ ଭଳି ଚଳିତ ବର୍ଷ ବାଜିନାହିଁ ଡ଼ି ଜେ କି ଫୁଟିନାହିଁ ବାଣ କିନ୍ତୁ ସୁବର୍ଣ ଜୟନ୍ତି ବର୍ଷରେ ହଜାର ହଜାର ଲୋକଙ୍କ ଗହଣରେ ମା, ଙ୍କ ପ୍ରତିମୂର୍ତ୍ତି ବିସର୍ଜନ ପାଇଁ ଭସାଣି ଉତ୍ସବ ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଛି । ପାର୍ବଣର ଶେଷ ପର୍ବ ଏହି ଭସାଣି ଉତ୍ସବ କୁଶଭଦ୍ରା ସାଂସ୍କୃତିକ ପରିଷଦ ପକ୍ଷରୁ ସବୁଠାରୁ ଆକର୍ଷଣୀୟ ହୋଇଥାଏ । ଆଜି ଅପରାହ୍ନରେ ବିଶାଳ ଲୋକ ସମାଗମରେ ମା, ଙ୍କ ମୂର୍ତ୍ତିକୁ ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇ ସନ୍ଧ୍ୟାରେ କୁଶଭଦ୍ରା ନଦୀରେ ବିସର୍ଜନ କରାଯାଇଛି ।

ଗତ ଅଷ୍ଟମୀ ତିଥିରେ ୫୦ ବର୍ଷ ପୂରଣ କରିଥିବା ପୂଜା କମିଟି ଏହାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରିଥିଲା । ଏଥିରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୂଖ୍ୟ ଅତିଥି ଭାବେ ଯୋଗଦେଇ ପୂଜା ପାଇଁ ଅବିରତ ସେବା ଯୋଗାଇ ଆସୁଥିବା ଭକ୍ତ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ମା , ଦୁର୍ଗା ନାମକ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା । ନବମୀ ତିଥିରେ ଯଥାରୀତି ପୂଜାପାଠ ସହିତ ହଜାର ହଜାର ଭକ୍ତ ଦର୍ଶନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ । ଏହି ଅବସରରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ମାନିତ କରାଯାଇଥିଲା ।

ଦଶମୀରେ ଦିବସ ବ୍ୟାପୀ ପୂଜା ପରେ ରାତ୍ର ୧୦ ଟା ପରେ ଆନୁଷ୍ଠାନିକ ବିସର୍ଜନ କରାଯାଇଥାଏ। ଦର୍ଶକ ମାନଙ୍କୁ ନୃତ୍ୟ, ସଙ୍ଗୀତ, ନାଟକ ମାଧ୍ୟମ ଅଷ୍ଟମୀ ଠାରୁ ଦଶମୀ ପର୍ଯ୍ୟନ୍ତ ଭରପୁର ମନୋରଞ୍ଜନ ପାଇଁ କମିଟି ତରଫରୁ ସମସ୍ତ ଆୟୋଜନ କରାଯାଇଥିଲା । ସେହିପରି ବାଲିପାଟଣା ବଜାର କମିଟି ଆନୁକୂଲ୍ୟରେ ମା ଙ୍କର ପୂଜା ଯଥାବିଧି ଆୟୋଜିତ ହୋଇଥିଲା । ଏଥି ଲାଗି ୧ ଓ ୨ ତାରିଖରେ ଦୁଇ ଗୋଟି ନାଟକ ମଞ୍ଚସ୍ଥ କରାଯାଇଥିଲା ।
ପ୍ରଥମ ଦିନ ବିଧାୟକ ନବକିଶୋର ମଲ୍ଲିକ ଉପସ୍ଥିତ ରହି ଉଦଘାଟନ କରିଥିବା ବେଳେ ଦ୍ଵିତୀୟ ଦିବସରେ ଯୁବନେତା ସତ୍ୟପ୍ରିୟ ବେହେରା ଉଦଯାପନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବାଲିପାଟଣା ବ୍ଲକ ଅଞ୍ଚଳର ବାଲିକୁଦା ପାଟଣାରେ ହର ପାର୍ବତୀଙ୍କ ମୂର୍ତ୍ତିକୁ ଅନ୍ୟାନ୍ୟ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାସମାରୋହରେ ପୂଜାପାଠ କରାଯାଇଛି ।














