ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ସୁନ୍ଦରଡାଙ୍ଗ ଗ୍ରାମ ପଞ୍ଚାୟତ ଅଧିନସ୍ତ ବୁରିପଦର ଗ୍ରାମରେ ରେ ଲଗାଣ ବର୍ଷା ଗତ କଲି ସକାଳ 6 ଘଣ୍ଟା ରୁ ଆରମ୍ଭ ହେଇ ସନ୍ଧ୍ୟା 4 ପର୍ଯ୍ୟନ୍ତ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ଫଳରେ ଅନେକଙ୍କ ର ଫସଲ ସହ ଜମି ମଧ୍ୟ ବହୁ ପରିମାଣରେ କ୍ଷୟ କ୍ଷତି ହେଇଛି ଯାହାରି ଫଳରେ ଚାଷୀ ମାନେ ଚିନ୍ତାରେ ପଡିଛନ୍ତି.

ବର୍ତମାନ ଫସଲ ଅମଳ କରିବାର ସମୟ ଆସିଵା ପୂର୍ବରୁ ଲଗାଣ ବର୍ଷା ଯୋଗୁଁ ଫସଲ ନଷ୍ଟ ହେବା ସହ ବହୁ ଜମିରେ ହିଡ଼ ସବୁ ଭାଙ୍ଗି ଯାଇଥିବାରୁ ଚାଷୀ ମାନଙ୍କର ମୁଣ୍ଡରେ ଚଢ଼କ ପଡି ଯାଇଛି. କାରଣ ଚାଷୀ ମାନେ ବହୁ ପରିଶ୍ରମ ତ କରିଲେ ସତ ତା ସହିତ ବ୍ୟାଙ୍କ ରୁ ଋଣ ଆଣି ଫସଲ କୁ ଦୁଇ ଗୁଣ ଆଦାୟ କରିବା ଆଶାରେ ଥିଲେ

କିନ୍ତୁ ଅମଳ ତ ଦୂରର କଥା ସେମାନଙ୍କ ର ସ୍ବପ୍ନ ସ୍ୱପ୍ନରେ ହିଁ ରହିଗଲା. ଖାଲି ସେତିକି ନୁହଁ ଅନେକଙ୍କ ଘରେ ପାଣି ପଶି ଯାଇଥିବାରୁ ଆସବାବ ପତ୍ର ମଧ୍ୟ ନଷ୍ଟ ହେବା ର ଦେଖାଦେଇଛି ଯାହାରି ଫଳରେ ରୋଷେଇ କରିବାକୁ ମଧ୍ୟ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ସୂଚନା ଅନୁସାରେ କୌଣସି ଜୀବନ ହାନି ହେଇ ନାହିଁ ।















