No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କଟକ ସହର ଭାଇଚାରାର ସହର ।ସିଲଭର ସିଟି କଟକ ସହରରେ ଅନୁଷ୍ଠିତ ଦୂର୍ଗା ପୂଜା ଏବଂ ଭଷାଣୀ ଉତ୍ସବ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଥିଲା । ମା’ଙ୍କୁ ଶେଷ ଦର୍ଶନ କରିବା ପାଇଁ କଟକ ପୁରୀଘାଟ ସ୍ଥିତ ଦେବୀଗଡା ଠାରେ ହଜାର ହଜାର ଲୋକଙ୍କ ଭିଡ଼ ଲାଗିଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ଏବଂ ଅଫିସରଙ୍କୁ ମୁତୟନ କରାଯାଉଥିଲା । ମା ଧରାପୃଷ୍ଠକୁ ଛ ଦିନ ଆସିଥିଲା ବେଳେ ଶୁକ୍ରବାର ବିଦାୟ ନେଇଥିଲେ । ମା’ଙ୍କୁ ବିଦାୟ ଦେଲାବେଳେ ଶ୍ରଦ୍ଧାଳୁଙ୍କ ଆଖିରେ ଲୁହ ଆସି ଯାଉଥିଲା ।

କଟକ ସହର ଭାଇଚାରାର ସହର ହୋଇଥିବାରୁ ଏଠାରେ ହିନ୍ଦୁ ମୁସଲିମ ସମସ୍ତେ ଏକତ୍ରିତ ହୋଇ ଭଷାଣୀ ଶୋଭାଯାତ୍ରାରେ ଯାଇଥିଲେ । ସେହିପରି ବିଭିନ୍ନ ରାଜନୈତିକ ଦଳର ନେତାମାନେ ଗୋଟିଏ ମଞ୍ଚରେ ଏକାଠି ହୋଇ ମା’ଙ୍କୁ ବିଦାୟ ଦେଇଥିଲେ । କଟକ ମେୟର ସୁବାସ ସିଂ, କଟକ ନଗର ପୂଜା କମିଟିର ସଂପାଦକ ତଥା ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ , ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ, ପୂର୍ବତନ ବିଧାୟକ ମହମ୍ମଦ ମୋକିମ, କଟକ ଜିଲ୍ଲା ବିଜେଡ଼ି ସଭାପତି ପ୍ରଫୁଲ୍ଲ ସିଂ,

କଟକ ନଗର କଂଗ୍ରେସ ନେତ୍ରୀ ଗିରିବାଳା ବେହେରା ପ୍ରମୁଖ ଗୋଟିଏ ମଞ୍ଚରେ ଏକାଠି ହୋଇ ବିଭିନ୍ନ ପୂଜା ମଣ୍ଡପର ସଭାପତି ସଂପାଦକ ଙ୍କୁ ଉତ୍ତରୀୟ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ଶୁକ୍ରବାର ସକାଳୁ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ମେଢ ବାହାର କରାଯାଇ ସାହି ପରିକ୍ରମା କରି ଭଷାଣୀ ଶୋଭାଯାତ୍ରାରେ ବାହାରିଥିଲେ । ଚଳିତ ବର୍ଷ ଡିଜେ ମୁକ୍ତ ରୋଷଣୀ ନିଶାମୁକ୍ତ ଭଷାଣୀ କାର୍ଯ୍ୟ ସମସ୍ତ ପୂଜା କମିଟି ମାନି ଭଷାଣୀ ଶୋଭାଯାତ୍ରାରେ ଯାଇଥିଲେ ।

ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତା ମାନେ ପାରମ୍ପରିକ ବାଦ୍ୟ ବଜାଇ ମେଢକୁ ଶୋଭାଯାତ୍ରାରେ ସହର ପରିକ୍ରମା କରି ପୁରୀଘାଟ ସ୍ଥିତ ଅସ୍ଥାୟୀ ପୋଖରୀରେ ମୂର୍ତ୍ତୀ ବିସର୍ଜନ କରିଥିଲେ । ବାଦାମ ବାଡି ଶଙ୍କର ପୁର , ମାଳିସାହି, ରାଣୀହାଟ, କଲେଜ ଛକ , କାଠଗଡ଼ାସାହି , ଶିଖରପୁର, ଗଣ୍ଡରପୁର, ନୂଆପଡ଼ା, ଖାନନଗର, ଚାଉଳିଆଗଞ୍ଜ, ନୂଆପଡ଼ା, ନୂଆବଜାର, ଦୋଳମୁଣ୍ଡେଇ, ହରିପୁର, ଅଲିଶାବଜାର, ମଙ୍ଗଳାବାଗ, ପୋତାପୋଖରୀ, ମଧୁପାଟଣା , ଯୋବ୍ରା, ବିନୋଦ ବିହାରୀ, ।

ଚୈ।ଧୁରିବଜାର, କାଳୀଗଳୀ, ଦେୱ।ନବଜାର , ଷ୍ଟେସନ ବଜାର, ମାଛୁଆ ବଜାର, ବିନୋଦ ବିହାରୀ, ଶେଖବଜାର, ତୁଳସୀ ପୁର , ନଆଦି ବିଭିନ୍ନ ପୂଜା ମଣ୍ଡପର ମେଢ଼ ଗୁଡ଼ିକ ସାହି ପରିକ୍ରମା କରି ଭଷାଣୀ ଶୋଭାଯାତ୍ରାରେ ବାହାରିଥିଲେ । ଚାନ୍ଦି ଓ ସୂନା ଅଳଙ୍କାରରେ ସଜ୍ଜିତ ମେଣରେ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇ ମେଢକୁ ଶୋଭାଯାତ୍ରାରେ ନିଆଯାଉଥିବା ଦେଖିବାକୁ ମିଳିଥିଲା । କଟକ ସହରରେ ହୋଇଥିବା ୧୭୨ ମେଢ଼ ଭଷାଣୀ କାର୍ଯ୍ୟ ଶନିବାର ଦିନ ଦଶଟା ପର୍ଯ୍ୟନ୍ତ ଚାଲିବ । ଭଷାଣୀ ଶୋଭାଯାତ୍ରା ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଲାଗିଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୂତୟନ କରାଯାଇଥିଲା ।

No Result
View All Result