No Result
View All Result
କଳାହାଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଦେହେଲି ଗଡରାପଡ଼ା ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।ଭବାନୀପାଟଣା ପଟୁ ଆସୁଥିବା କାର୍ ଗାଡ଼ି ନଂ ସିଜି ୦୪କେଜେଡ ୭୮୯୦ ଏକ ବର ଗଛକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ସ୍ଵାଧୀନ ପାତ୍ର (୨୧) ଙ୍କ ମୃତ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ଅବସ୍ଥାରେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣା ପଡ଼ିଛି ।
ସୂଚନା ମତେ ଉର୍ଲାଦାନି ରଙ୍ଗାପଦରର ଜଳେଶ୍ବର ପାତ୍ରଙ୍କୁ (୨୨) ଛାତିରେ ମାଡ଼ ହୋଇ ଥିବା ବେଳେ ଇସ୍ମାଲ ନାଏକଙ୍କୁ (୧୯) ମୁଣ୍ଡରେ ଆଘାତ ହୋଇଛି ।ରାଜୁ ଦଣ୍ଡସେନା (୨୧) ଙ୍କୁ ଗଳାରେ ମାଡ଼ ହୋଇଥିବା ଜଣା ଯାଇଛି । ଧନୁର୍ଯ୍ୟ ପାତ୍ର ( ୨୨) ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଧନୁର୍ଯ୍ୟଙ୍କ କହିବା ଅନୁସାରେ ୩ ଜଣ ସୋଲାର କାମ କରିବା ପାଇଁ ମାଲକାନ ଗିରି ଯାଇଥିଲେ। ମାଲକାନ ଗିରିରୁ ବସ୍ ଯୋଗେ ଭବାନୀ ପାଟଣା ଆସିଥିଲେ।
ଭବାନୀ ପାଟଣାରୁ କାର ଯୋଗେ ଉର୍ଲାଦାନିରୁ କାର ଭଡ଼ା କରି ୩ ଜଣ ଧନୁର୍ଯ୍ୟ ପାତ୍ରକୁ ଆଣିବା ପାଇ ଯାଇଥିଲେ । ଘରକୁ ଫେରିବା ସମୟରେ ୩ ଜଣ ବ୍ୟକ୍ତି ମଦପାନ କରି ଥିବା ବେଳେ ଡ୍ରାଇଭର ଭାରସାମ୍ୟ ହରାଇ ଗଛରେ କାରଟିକୁ ପିଟି ଦେଇଥିବା ଧନୁର୍ଯ୍ୟ ପ୍ରକାଶ କରିଛନ୍ତି । ଫଳରେ ଘଟଣାସ୍ଥଳରେ ସ୍ଵାଧୀନ ପାତ୍ରର ମୃତ ହୋଇଥିବା ବେଳେ ଖବର ପାଇ ନର୍ଲା ପୋଲିସ୍ ପହଞ୍ଚି ଗାଡ଼ିକୁ ଜବତ୍ କରି ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ପାଇ ରାମପୁରକୁ ପଠାଇ ଅଧିକ ତଦନ୍ତ କରୁଥିବା ଜଣା ପଡ଼ିଛି।

No Result
View All Result