No Result
View All Result
ନୟାଗ଼ଡ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଆଦି କର୍ମଯୋଗୀ ଅଭିଯାନ ଏକ ପ୍ରୟାସ ଯାହାର ବିକଶିତ ଭାରତ ଗଠନରେ ପ୍ରମୁଖ ଭୁମିକା ଅଛି । ଯହିଁରେ ସରକାରଙ୍କ ଦାୟିତ୍ବ ହେଉଛି ଅନୂସୁଚିତ ଜନଜାତି ଗ୍ରାମଗୁଡିକରେ ସମସ୍ତ ସୁବିଧା ପହଞ୍ଚାଇବା ସହ ସାମଗ୍ରିକ ବିକାଶ ଦିଗରେ କାର୍ଯ୍ୟ କରିବା । ସରକାରୀ କର୍ମଚାରୀଙ୍କ ସେବା ,ସମର୍ପଣ ଓ ସଙ୍କଳ୍ପ ମନୋଭାବ ହେଉଛି ଆଦି କର୍ମଯୋଗୀ ଅଭିଯାନର ମୂଖ୍ୟ ଲକ୍ଷ୍ୟ l

ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ତରଫରୁ ଧରିତି ଆବା- ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ ଦ୍ବାରା ଆମ ନୟାଗ଼ଡ ଜିଲ୍ଲାର ଦଶପଲ୍ଲା, ଗଣିଆ ଓ ନୂଆଗାଁ ବ୍ଲକର ମୋଟ 20 ଗୋଟି ପଞ୍ଚାୟତର ସମୁଦାୟ 113 ଜନଜାତି ବହୁଳ ଗ୍ରାମକୁ ଆଦି କର୍ମଯୋଗୀ ଅଭିଯାନରେ ସାମିଲି କରାଯାଇଛି ।
ଦଶପଲ୍ଲା ବ୍ଲକର ବାଣିଗୋଛା, କୁଜାମେଣ୍ଢି, ଡୁଡା, କୁଲୁରୁକୁମ୍ପା, ଚଢେୟାପଲ୍ଲି, କଳସକମଣ, ନୂଆଗାଁ,ଖମାରସାହି, ତେଣ୍ଡାବାଡି, ଭୋଗବାଡି, ପୋଖରୀଗୋଛା, ତୁମ୍ମାଣ୍ଡି, ସାରିଗଣ୍ଡା, ଟାକରା, ଗୋଳାହାଣ୍ଡି, ସିମିଳିସାହି , ଘୁଗୁଡିପଡା , ନଛିପୁର ଏବଂ ନୂଆଗାଁ ବ୍ଲକର ଗୁମ୍ମି ସହ ଗଣିଆ ବ୍ଲକର ବଡସିଲିଙ୍ଗା ପଞ୍ଚାୟତ ଅନ୍ତର୍ଭୁକ୍ତ ଅଟନ୍ତି ।

DA-JGUA ଗ୍ରାମର ସାମଗ୍ରିକ ବିକାଶ ନିମନ୍ତେ ସମସ୍ତ ବିଭାଗର ସହମତିରେ ପ୍ରତ୍ୟକ ଗ୍ରାମ ପାଇଁ ଏକ Village Vision Plan and Village Action Plan ପ୍ରସ୍ତୁତି ସହ ଆଜି ଅକ୍ଟୋବର ୨ ତାରିଖରେ DA-JGUA ଗ୍ରାମର Village Action Plan ସେହି ପଞ୍ଚାୟତର ଗ୍ରାମ ସଭାରେ ଅନୁମୋଦନ କରାଯିବ । ଆଦି କର୍ମଯୋଗୀ ଅଭିଯାନ ଏକ କେନ୍ଦ୍ର ସରକାରଙ୍କ ପ୍ରମୁଖ କାର୍ଯକ୍ରମ ଯହିଁରେ ନିମ୍ନଲିଖିତ ଯୋଜନା ଗୁଡିକ ଅନ୍ତର୍ଭୁକ୍ତ
– Dhariti Aba Janajatiya Gram Utkarsh Abhijan National Sickle Cell Elimination Mission Scholarship ଏହି ଜନ ଭାଗିଦାରୀ କାର୍ଯ୍ୟକ୍ରମ ତିନୋଟି କ୍ୟାଡରରେ ବିଭକ୍ତ କରାଯାଇଛି-
Adi Karmayogi – Govt officers (Central and state)
Adi Sahayogi – Youth Leaders, Teacher, Doctors and Social Workers
Adi Sathi – SHG Members, Tribal leaders, Volunteers, Cultural Icons etc
ଆଦି କର୍ମଯୋଗୀ ଅଭିଯାନ ମାଧ୍ୟମରେ ପ୍ରତ୍ୟକ ଗ୍ରାମରୁ ଅତି କମ୍ ରେ 15 ରୁ 20 ଜଣ Tribal leader ଚୟନ କରି ନିଜ ଅଂଚଳର ବିକାଶର ବାହକ ହେବା ସହ ବିକଶିତ ଭାରତ ଅଂଶିଦାରୀ ହେବାର ଲକ୍ଷ୍ୟ ରଖାଯାଇଛି l

No Result
View All Result