No Result
View All Result
ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ସୁନାଖଳା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଜାତୀୟ ସ୍ବାସ୍ଥ୍ୟ ବିଭାଗ ଆହ୍ବାନ ରେ ଏଵଂ ରାଜ୍ୟ ସରକାର ଙ୍କ ସ୍ବାସ୍ଥ୍ୟ ବିଭାଗ ଙ୍କ ପ୍ରାୟୋଜିତ ଦଶଦିନ ବ୍ୟାପୀ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଚାଲୁ ରହିଛି । ଏହି କ୍ରମରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଚିକିତ୍ସା ଅଧିକାରୀ, ନର୍ସିଂ ଅଫିସର, ଫାର୍ମାସିଷ୍ଟ ଅଧିକାରୀ ଏବଂ ବିଭିନ୍ନ ଗ୍ରାମ ପାଇଁ ଉଦ୍ଦିଷ୍ଟ ଆଶାକର୍ମୀ ଏବଂ ସ୍ଥାନୀୟ ଜନସାଧାରଣଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏହି ଶିବିରରେ ସୁନାଖଳା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ଚିକିତ୍ସା ଅଧିକାରୀ ଡାକ୍ତର ପଦ୍ମଲୋଚନ ସେଠି,ଆୟୂଷ ଚିକିତ୍ସା ଅଧିକାରୀ ଡାକ୍ତର ଏଲୋରା ଦାସ, ନର୍ସିଂ ଅଫିସର ପ୍ରିୟଙ୍କା ପ୍ରିୟଦର୍ଶିନୀ ମହାନ୍ତି, ଫାର୍ମାସିଷ୍ଟ ଅଧିକାରୀ ରାଜେଶ କୁମାର ନାୟକ,ଲାଵରଟେରୀ ଟେକ୍ ନିସିଆନ୍ ପ୍ରକାଶ ରଞ୍ଜନ ବାରିକ , କେନ୍ଦ୍ର ଅନ୍ତର୍ଗତ ସମସ୍ତ ଆଶା କର୍ମୀ ଏବଂ ସମସ୍ତ ସ୍ଵାସ୍ଥ୍ୟ କେନ୍ଦ୍ର କର୍ମଚାରୀ ମାନେ ଯୋଗଦେଇ ଅଭିଯାନ ସମ୍ପର୍କରେ ଜନ ସାଧାରଣ ଙ୍କୁ ସୂଚନା ପ୍ରଦାନ ସହ କାର୍ଯ୍ୟ କ୍ରମର ସମୀକ୍ଷା କରିଥିଲେ।
ବିଶେଷକରି ବାଳିକା ଏଵଂ ସବୁ ବୟସର ମହିଳା ମାନଙ୍କ ବିସ୍ତୃତ ସ୍ଵାସ୍ଥ୍ୟ ଯତ୍ନ ଏବଂ ସ୍ଵାସ୍ଥ୍ୟ ସେବା । ତଥା ପରୀକ୍ଷା, ମହିଳା ମାନଙ୍କ ଋତୁସ୍ରାବ ଜନିତ ପରିଚ୍ଛନ୍ନତା , ବିଭିନ୍ନ ଅଣ ସଂକ୍ରାମକ ରୋଗ, ଯକ୍ଷ୍ମା, ରକ୍ତହୀନତା,ସିକେଲ୍ ସେଲ୍,ଥାଲ୍ ସେମିଆ ଏଵଂ ବୟସ ଅନୁଯାୟୀ ଟୀକାକରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

No Result
View All Result