No Result
View All Result
ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ଗୃହ ରେ ଆଜି ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳନ ହୋଇ ଯାଇଛି । ଏଇ ସପ୍ତାହବ୍ୟାପୀ ଆନ୍ତର୍ଜାତୀୟ ବୟୋବୃଦ୍ଧ ଦିବସ ପାଳନ ହେବାକୁ ଥିବା ପରିପ୍ରେକ୍ଷୀରେ ସମର୍ପଣ ପରିଚାଳନା କମିଟିର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ମାଇଁ ଭାରତ କେନ୍ଦ୍ର, ନୟାଗଡ଼ ଆନୁକୁଲ୍ୟରେ ଏକତା ୟୁଥ୍ କ୍ଳବ୍ ନୟାଗଡ଼ ତରଫରୁ ସମର୍ପଣ ଗୃହରେ ଅନ୍ତେବାସୀ ମାନଙ୍କୁ ନେଇ ଏକ ସୁନ୍ଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ସମର୍ପଣ ପରିଚାଳନା କମିଟିର ସଦସ୍ଯ ପ୍ରଦୀପ କୁମାର ପ୍ରୁଷ୍ଟି,ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଶ୍ରୀକାନ୍ତ କୁମାର ପଟ୍ଟନାୟକ ଓ ମିହିର ରଂଜନ ନାୟକଙ୍କ ସମେତ ମାଇଁ ଭାରତ କେନ୍ଦ୍ର ନୟାଗଡ଼ର ସଦସ୍ଯ ଅନିଲ୍ କୁମାର ପ୍ରଧାନ ଓ ସୁକାନ୍ତି ପ୍ରଧାନ ସମର୍ପଣରେ ପହଞ୍ଚି ସମସ୍ତ ଅନ୍ତେବାସୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ।
ସମସ୍ତ ଅନ୍ତେବାସୀ ମାନଙ୍କର ସ୍ବାସ୍ଥ୍ଯ ସୁରକ୍ଷା ଓ ବାର୍ଦ୍ଧକ୍ଯ ଜନିତ ବିଭିନ୍ନ ସମସ୍ଯାର ସମାଧାନ ବିଷୟରେ ମଞ୍ଚାସୀନ ସଦସ୍ଯ ମାନେ ବହୁ ମୂଲ୍ଯବାନ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମର୍ପଣ ମ୍ଯାନେଜର ସୀତାରାମ ପ୍ରଧାନ ଓ କର୍ମଚାରୀ ମାନସ କୁମାର ନାୟକ,ସରସ୍ବତୀ ସାହୁ,ମାମି ଡାକୁଆ,ଶୋଭାରାଣୀ ଦଳେଇ ପ୍ରତ୍ଯେକ୍ଷ ଭାବେ ଉପସ୍ଥିତ ରହି ସହଯୋଗ କରିଥିଲେ।


No Result
View All Result