No Result
View All Result
ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଓଡ଼ିଶା ପ୍ରାଣୀ ସମ୍ପଦ ବିକାଶ ବିଭାଗ,ରାୟଗଡ ତରଫରୁ ବ୍ଲକ ସ୍ତରୀୟ ବିଶ୍ଵ ଜଳାତଙ୍କ ଦିବସ- ୨୦୨୫ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ରାମନାଗୁଡ଼ା ଠାରେ ପାଳନ କରାଯାଇଛି । ଏହି ଅବସରରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିର ରେ ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ୫୦ ଜଣ ଚାଷୀ ଭାଇ ଓ ଭଉଣୀ ଯୋଗଦାନ କରିଥିଲେ ।

ଏହି ଶିବିର ଟି ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର କୃଷ୍ନାନନ୍ଦ ବେହେରା ଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା । ସେ ବିଶ୍ଵ ଜଳାତଙ୍କ ଦିବସ ପାଳନର ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ତତ୍ ସହିତ ୨୦୩୦ ମସିହା ସୁଦ୍ଧା ଦେଶକୁ ଜଳlତଙ୍କ ରୋଗ ମୁକ୍ତ କରିବା ପାଇଁ ଉପସ୍ଥିତ ଚାଷୀ ମାନଙ୍କୁ ଉପଦେଶ ଦେଇଥିଲେ।

ସେ ଜଳାତଙ୍କ ରୋଗ ର କାରଣ, ଲକ୍ଷଣ, ଚିକିତ୍ସା ଓ ପ୍ରତିଷେଧକ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ପଦ୍ମନ୍ ସାହୁ ,ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ,ରାମନଗୁଡ଼ା ଯୋଗଦାନ କରି ଜଳାତଙ୍କ ରୋଗ ର ଭୟାବହତା ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ସୁବୁଦ୍ଧି ଶବର ,

ପର୍ୟବେଖିକା ରାମନାଗୁଡ଼ା ଶିଶୁ ପ୍ରକଳ୍ପ,ଯୋଗଦାନ କରି ଶିଶୁ ମାନଙ୍କୁ କିପରି ଜଳ।ତଙ୍କ ରୋଗରୁ ରକ୍ଷା କରାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ରବିଶଙ୍କର ଗମାଙ୍ଗ ,ଅଧକ୍ଷ ପଞ୍ଚାୟତ ସମିତି ରାମନାଗୁଡ। ଯୋଗଦାନ କରିଥିଲେ।ସେ ବିଶ୍ଵ ଜଳାତଙ୍କ ଦିବସ- ୨୦୨୫ ର theme “act now:you,we & community” ସମ୍ପର୍କରେ ପୁଙ୍ଖାନପୁଙ୍ଖ ଆଲୋଚନା କରିଥିଲେ।

ଏହି ଅବସରରେ ଉପସ୍ଥିତ ସମସ୍ତ ଚାଷୀ ଭାଇ ଭଉଣୀ ମାନଙ୍କୁ ବିଶ୍ଵ ଜଳାତଙ୍କ ଦିବସ- ୨୦୨୫ ର ଲିଫ୍ଲେଟ ଗୁଡ଼ିକ ବିତରଣ କରାଯାଇଥିଲା । ସର୍ବଶେଷରେ ଉପସ୍ଥିତ ସମସ୍ତ ଅତିଥି ଓ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଡାକ୍ତର କୃଷ୍ଣାନନ୍ଦ ବେହେରା, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ, ରାମନାଗୁଡା ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result