ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ ଗୁରୁବାର ରାତିରେ ଏକ ବେଆଇନ ବାଣ ଗୋଦାମରେ ଚଢ଼ାଉ କରି ବ୍ୟାପକ ପରିମାଣର ବାଣ ଜବତ କରିଛନ୍ତି| ଏହାକୁ ନେଇ ଥାନା ପରିସରରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି | ଡିଜି ଙ୍କ ନିର୍ଦେଶ କ୍ରମେ ବାଲିଗୁଡା କଟାରି ସାହି ସ୍ଥିତ ତ୍ରିଲୋଚନ ପାତ୍ର (ଟିଲୁ) ଙ୍କ ଘରେ ଚଢ଼ାଉ କରି ତାଙ୍କ ଘର ପରିସରରେ ଥିବା ଏକ ଗୋଦାମ ଭିତରେ ଥିବା ୧୧୧ ପ୍ରକାରର ବିଭିନ୍ନ ରକମର ବାଣ ଦେଖିବାକୁ ପାଇଥିଲେ |















