ଲୋଧାଚୁଆ ଗ୍ରାମର ସମାଜସେବୀ ବାନାମ୍ବର ନାୟକ ଓ ସୁଗୃହିଣୀ ପ୍ରମିଳା ନାୟକଙ୍କ ସୁକନ୍ୟା ସରିତା ନାୟକ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୧୩୫ ରାଙ୍କ୍ ରେ ଉତୀର୍ଣ୍ଣ ହୋଇ ରଣପୁର ଅଞ୍ଚଳରେ ଏ କ୍ଷେତ୍ରରେ ପ୍ରଥମ ମହିଳା ଭାବେ କୃତୀତ୍ୱ ଅର୍ଜନ କରି ରଣପୁର ଇତିହାସରେ ନୂଆ ଫର୍ଦ୍ଦ ଟିଏ ଯୋଡ଼ିଛନ୍ତି l

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍ ସି) ଦ୍ଵାରା ପରିଚାଳିତ ଓଡିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। ରାଜ୍ୟ ସ୍ତରୀୟ ଉକ୍ତ ପ୍ରଶାସନିକ ସେବା ପରୀକ୍ଷାରେ ସମଗ୍ର ନୟାଗଡ଼ ଜିଲ୍ଲାରୁ ୫ ରୁ ଅଧିକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିଲାବେଳେ କେବଳ ରଣପୁର ଅଞ୍ଚଳରୁ ଦୁଇ ଜଣ ମେଧାବୀ ଭଲ ନମ୍ବର ରଖି ଯଥାକ୍ରମେ ୩୭ ଓ ୧୩୫ ରାଙ୍କରେ ଉତ୍ତୀର୍ଣ୍ଣ ହୋଇ ଜିଲ୍ଲା ତଥା ରଣପୁର ଅଞ୍ଚଳକୁ ଗୌରବାନ୍ୱିତ କରିଛନ୍ତି । ରଣପୁର ବ୍ଲକ୍ ଗୋପାଳ ପୁର ବଜାର ସାହିର ଆଦର୍ଶ ଶିକ୍ଷକ ହୃଷିକେଶ ପାତ୍ର (ବୁଲୁ ସାରେ) ଓ ଶିକ୍ଷୟିତ୍ରୀ ପ୍ରଶାନ୍ତି ପାତ୍ରଙ୍କ କନିଷ୍ଠ ପୁତ୍ର ସାଇ ରମଣ ପାତ୍ର ୩୭ ରାଙ୍କ୍ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

୨୦୧୫ ମସିହାରେ ଗୋପାଳପୁର ହାଇସ୍କୁଲରୁ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ସାଇ ରମଣ ପରବର୍ତ୍ତୀ ସମୟରେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଅଧ୍ୟୟନ କରନ୍ତି । ସେଠାରୁ ସେ ୨୦୧୭ ମସିହାରେ ଯୁକ୍ତ ଦୁଇ ବିଜ୍ଞାନରେ ଉତ୍ତୀର୍ଣ୍ଣ ହୋଇ କଲିକତାସ୍ଥିତ ଆଇଜର (ଆଇ ଆଇ ଏସ୍ ଇ ଆର୍) ରୁ ଜିଓଲୋଜି (ଭୂ-ତତ୍ତ୍ୱ ବିଜ୍ଞାନ)ରେ ଇଣ୍ଟିଗ୍ରେଟେଡ୍ ଏମ୍ ଏମ୍ ସି ରେ ଗୋଲ୍ଡ ମେଡାଲ୍ ହାସଲ କରି ସାରା ଭାରତ ବର୍ଷରେ ଟପର୍ ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମେଧାବୀ ଛାତ୍ର ସାଇ ରମଣ ଭାରତ ସରକାରଙ୍କ ତରଫରୁ କେମ୍ବ୍ରିଜ୍ ବିଶ୍ଵବିଦ୍ୟାଳୟରେ ଫେଲୋସିପ୍ ରେ କୃତକାର୍ଯ୍ୟ ହେଲା ପରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ମନୋ ନିବେଶ କରନ୍ତି ; ଦିନକୁ ୮ ରୁ ୯ ଘଣ୍ଟା ପରିଶ୍ରମ କରି ଉକ୍ତ ସଫଳତା ପାଇଛନ୍ତି ବୋଲି କହିଛନ୍ତି ।

ସେହିପରି ରଣପୁର ବ୍ଳକ ସନ୍ନିକଟ ଲୋଧାଚୁଆ ଗ୍ରାମର ସମାଜସେବୀ ବାନାମ୍ବର ନାୟକ ଓ ସୁଗୃହିଣୀ ପ୍ରମିଳା ନାୟକଙ୍କ କନିଷ୍ଠା କନ୍ୟା ସରିତା ନାୟକ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୧୩୫ ରାଙ୍କ୍ ରେ ଉତୀର୍ଣ୍ଣ ହୋଇ ରଣପୁର ଅଞ୍ଚଳରେ ଏ କ୍ଷେତ୍ରରେ ପ୍ରଥମ ମହିଳା ଭାବେ ବିଜୟିନୀ ହୋଇ ରଣପୁର ଇତିହାସରେ ଏକ ନୂତନ ଫର୍ଦ୍ଦଟିଏ ଯୋଡ଼ି ରଣପୁର ଇତିହାସକୁ ଆଉ ଦି' ପାଦ ଆଗକୁ ନେଇ ସମଗ୍ର ରାଜ୍ୟରେ ରଣପୁର ଗୌରବକୁ ସମୃଦ୍ଧ କରିଛନ୍ତି ।

ସରିତା, ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟରୁ (କେମେଷ୍ଟ୍ରୀ) ରସାୟନ ବିଜ୍ଞାନ(ଅନର୍ସ)ରେ ଉତୀର୍ଣ୍ଣ ହୋଇ ଭୁବନେଶ୍ୱର ସ୍ଥିତ ଓୟୁଟିଆର୍ ରେ କେମେଷ୍ଟ୍ରୀରେ ପୋଷ୍ଟ୍ ଗ୍ରାଜୁଏସନ୍ ସାରିବା ପରେ ସେକେଣ୍ଡ୍ ଆଟେଣ୍ଡ୍ ରେ ସେ ଏହି ସଫଳତା ପାଇଛନ୍ତି ବୋଲି କୁହନ୍ତି । ଦିନକୁ ୯/୧୦ ଘଣ୍ଟା କଠିନ ପରିଶ୍ରମ ସାଙ୍ଗକୁ ଭାଗ୍ଯ ଓ ଭଗବାନଙ୍କ ଉପରେ ଭରସା ରଖି ଆଗକୁ ବଢିଥିବା ଏହି ପ୍ରତିଭା 'କନ୍ସିଷ୍ଟେନ୍ସି ଇଜ୍ ଦି କି ଟୁ ସକ୍ସେସ୍ ' ରେ ବିଶ୍ଵାସ କରୁଥିବା କଥା କହିଛନ୍ତି ।

ଉଭୟ ସାଇ ରମଣ ଓ ସରିତା ଉକ୍ତ ସଫଳତାର ଶ୍ରେୟ ବାପା-ମା', ସାଙ୍ଗସାଥୀ, ଗୁରୁଜୀ ଓ ଗୁରୁଜନଙ୍କୁ ଦେବା ସହ ଭବିଷ୍ୟତରେ ଭଲ ପ୍ରଶାସନିକ ଅଧିକାରୀ ହୋଇ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ମୌଳିକ ସୁବିଧାକୁ କିପରି ସେମାନଙ୍କ ପାଇଁ କାର୍ଯ୍ୟକାରୀ କରେଇ ଭାରତୀୟ ସମ୍ବିଧାନର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବେ ବୋଲି ମତ ପ୍ରକାଶ କରିଛନ୍ତି ।