ଓଡ଼ିଶା ତାଜା ନ୍ୟୁଜ (୧୩ ସେପ୍ଟେମ୍ବର ରବିବାର) ପଦ୍ମପୁର :- ପଦ୍ମପୁର କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ମେଲଛାମୁଣ୍ଡା ରେଞ୍ଜର ସର୍ଗିବାହାଲ କେନ୍ଦୁପତ୍ର ଗୋଦାମ ଘରୁ ଗତ ତା ୧ .୯ ରାତ୍ରରେ ୧୮ ବସ୍ତା ୧୩୧ ବଣ୍ତଳ କେନ୍ଦୁପତ୍ର ଯାହାର ଅନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ଚୋରି ହୋଇ ଯାଇଥିବା ନେଇ ମେଲଛାମୁଣ୍ଡା ରେଞ୍ଜର ଶ୍ରୀ ପହିଲ ବେହେରା ପଦ୍ମପୁର ଥାନାରେ ରିପୋର୍ଟ ପ୍ରଦାନ କରିଛନ୍ତି । ପଦ୍ମପୁର ଥାନା କେଶ ନଂ ୨୦୬ ରେ ମୋକଦ୍ଦମା ଦାୟର ହୋଇ ଚୋରି ଘଟଣାର ତଦନ୍ତ ଚାଲିଥିବା ପଦ୍ମପୁର ଆଇଆଇସି ଶ୍ରୀ ମାନସ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୯ ବର୍ଷରେ ପଦ୍ମପୁର ଡିଭିଜନ ର ମିଠାପାଲ ରେଞ୍ଜର ବିକ୍ରମ ନଗର ଗୋଦାମ ଘରୁ ୪୦ ବସ୍ତା କେନ୍ଦୁପତ୍ର ଯାହାର ଅନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ଚୋରି ହୋଇଥିଲା । କେନ୍ଦୁପତ୍ର ରେଞ୍ଜର ଓ ଫରେଷ୍ଟର ମାନେ ଆରାମରେ ନିଦ୍ରା ଯାଉଥିବାର ବେଳେ କେନ୍ଦୁପତ୍ର ଚୋରି, ଫଡିଘର ପୋଡି ଦିଆଯିବା ଭଲି ଘଟଣା ପଦ୍ମପୁର ଡିଭିଜନ ରେ ଘଟି ଚାଲିଛି ।
ଏକଦା ପଦ୍ମପୁର କେନ୍ଦୁପତ୍ର ଡିଭିଜନ ରେ ବାର୍ଷିକ ୩୩ ହଜାର କ୍ବିଣ୍ଟାଲ ଉନ୍ନତ ମାନର କେନ୍ଦୁପତ୍ର ଉତ୍ପାଦିତ ହେଉଥିବା ବେଳେ ଏବେ ସରକାରୀ ଅଧିକାରୀ ମାନେ କେବଳ କେନ୍ଦୁପତ୍ର ସଂସ୍ଥାକୁ ଆସୁଥିବା କୋଟି କୋଟି ଟଙ୍କା ଭାଗ ବାଣ୍ଟି ଖାଇବାରେ ବ୍ଯସ୍ତ ଥିବା ବେଳେ କେନ୍ଦୁପତ୍ର ସଂସ୍ଥାର ଆର୍ଥିକ ସ୍ଥିତି ଦିନକୁ ଦିନ ଦୁର୍ବଳ ହୋଇ ଚାଲିଛି । କେନ୍ଦୁପତ୍ର ୧ ଶହ ଚର୍ଚ୍ଚା ଡ୍ରାଇଙ୍ଗିଂ ଓ ଷ୍ଟେରେଜ ପାଇଁ ୯୭୦ ଟଙ୍କା ହିସାବରେ ପଦ୍ମପୁର ଡିଭିଜନ କୁ ପାଖାପାଖି ୩ କୋଟି ଟଙ୍କା ଓ ଫଡି ମରାମତି ପାଇଁ ୧ କୋଟି ଆସୁଥିବା ବେଳେ ମାତ୍ର ୪୦ ଭାଗ ଅର୍ଥ ଖର୍ଚ୍ଚ ହେଉଥିବା ବେଳେ ବାକି ଟଙ୍କା ମିଥ୍ଯା ବିଲ୍ ଭାଉଚର କରି ସରକାରୀ ଅଧିକାରୀ ମାନେ ଆତ୍ମସାତ କରି ଦେଉଥିବାରୁ ପତ୍ରର ମାନ ଖରାପ ହେଉଥିବାରୁ ନିଲାମ ସମୟରେ କମ ଦରରେ ବିକ୍ରି ହେଉଛି ।
ଗତ ୩ ମାସ ତଳେ ପାଟଣାଗଡ ଡିଏଫଓ ରେଞ୍ଜର ମାନଙ୍କ ଠାରୁ କେନ୍ଦୁପତ୍ର ରଚେଇ ବୁହେଇ,ଫଡି ମରାମତି ଟଙ୍କା ଅସୁଲ କରୁଥିବା ବେଳେ ଭିଜିଲାନ୍ସ ବିଭାଗ ଦ୍ବାରା ଧରା ପଡି ଜେଲ ଯିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ହୋଇଥିଲା । ବଲାଙ୍ଗୀର କେନ୍ଦୁପତ୍ର ସର୍କଲରେ ଅଫିସର ମାନଙ୍କ ସରକାରୀ ଅର୍ଥ ହଡପ କରିବାର ଯୋଜନା ଯୋଗୁଁ ଆଜି ବଲାଙ୍ଗୀର ସର୍କଲ ରେ କେନ୍ଦୁପତ୍ର ଉତ୍ପାଦନ ବିକ୍ରୀ କମି କମି ଯାଉଛି । ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ କେନ୍ଦୁପତ୍ର ସଂସ୍ଥା ଯେଉଁଥିରେ ଓଡିଶାର ୧୪ ଲକ୍ଷ ଶ୍ରମିକ ନିର୍ଭର କରୁଛନ୍ତି ତାହା ବୁଡିଯିବାର ସମ୍ଭାବନା ଅଛି (ରିପୋର୍ଟ – ନିରୋଜ କୁମାର ପାଣୀ)