No Result
View All Result
ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର କେନ୍ଦ୍ରସ୍ଥଳରେ ରହିଛି କଣ୍ଟାବାଞ୍ଜି ଡିଗ୍ରୀ ମହିଳା ମହାବିଦ୍ୟାଳୟ I ଏହି ମହାବିଦ୍ୟାଳୟର କ୍ୟାମ୍ପସ୍ରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟ ରହିଛି I ଏହା ଏକ ସର୍ବ ପୁରାତନ ଶିକ୍ଷାନୁଷ୍ଠାନ I ତେବେ ମହିଳା ଡିଗ୍ରୀ ମହାବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ କେତେକ ବ୍ୟବସାୟୀ ଜନସାଧାରଣ ଅଳିଆ ଆବର୍ଜନା ଫିଙ୍ଗୁଥିବାରୁ ଏହି ସ୍ଥାନ ଏନ୍ଏସିର ଡ଼ମ୍ଫିୟାର୍ଡ଼ ପାଲଟିଛି I ମୁଖ୍ୟ ଫାଟକ ସମ୍ମୁଖରେ ମାସ ମାସ ଧରି ଅଳିଆ ଆବର୍ଜନା ପଡ଼ି ରହିଥିବାରୁ ପଚାସଢା ଦୁର୍ଗନ୍ଧରେ ଅଧ୍ୟୟନରତ ଛାତ୍ରୀମାନେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ରହୁଛନ୍ତି I
ସେହିପରି ମୁଖ୍ୟ ଫାଟକ ସମ୍ମୁଖରେ ଏକ ମିକ୍ସଚର ଫାକ୍ଟ୍ରି ରହିଥିବାରୁ ଏହାର ମସଲାଯୁକ୍ତ ଧୂଆଁରେ କ୍ୟାମ୍ପସ ପରିବେଶ ନଷ୍ଟ ହେଉଛି I ଏହାଛଡ଼ା ମୁଖ୍ୟ ଫାଟକ ସମ୍ମୁଖରେ ବଡ଼ ବଡ଼ ହୋଲସେଲର ଦୋକାନ ରହିଥିବାରୁ ଗାଡ଼ି ମୋଟର ପାର୍କିଂ ଯୋଗୁ ଅନେକ ସମୟରେ ଟ୍ରାଫିକ ସମସ୍ୟା ଉପୁଜୁଛି I ଫଳରେ ଛାତ୍ରୀମାନଙ୍କ ଯିବା ଆସିବାରେ ଅସୁବିଧା ହେଉଛି I
ମହାବିଦ୍ୟାଳୟ ସମ୍ମୁଖ ଅଞ୍ଚଳରେ ସରକାରୀ ଜମି ଥିବାରୁ ସର୍ବସାଧାରଣ ସେଠାରେ ଅଳିଆ ଫିଙ୍ଗୁଥିବା ଦେଖିବାକୁ ମିଳୁଛି I ନିକଟରେ ଥିବା ଡେ଼ଲି ମାର୍କେଟର ବ୍ୟବସାୟୀ ମଧ୍ୟ ବର୍ଯ୍ୟ ବସ୍ତୁ ଏଠାରେ ଫିଙ୍ଗିବାକୁ ପଛାଉନାହାନ୍ତି I ପରିମଳ ବ୍ୟବସ୍ଥାକୁ ନେଇ ମହାବିଦ୍ୟାଳୟ ତରଫରୁ ଅନେକଥର ଏନଏସିର ବିଭାଗୀୟ ଇନ୍ସପେକ୍ଟର ଏବଂ ସଫେଇ କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ କରାଗଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉନାହିଁ I ଫଳରେ ଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି I

No Result
View All Result