No Result
View All Result
ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଟାଙ୍ଗୀ ଥାନା ଝରିଆ ଗ୍ରାମରେ ଦୀର୍ଘ ଦିନ ହେଲା ଚୋରା ଗଞ୍ଜେଇ କାରବାର ହୋଇ ଆସୁଥିବା ଗାଁ ଲୋକେ ଅବକାରୀ ପୋଲିସ କୁ ଜଣାଇ ଆସୁଥିଲେ। ଅବକାରୀ ପୋଲିସ ଗଞ୍ଜେଇ ବେପାରୀ କୁ ଗିରଫ କରିବା ପାଇଁ ବାରମ୍ବାର ଚଢ଼ାଉ କରି ବିଫଳ ହେଉଥିଲା। ଗଞ୍ଜେଇ ବେପାରୀ ଜଣକ କୌଣସି ସୂତ୍ର ରୁ ସୂଚନା ପାଇ ଗଞ୍ଜେଇ ସହ ଫେରାର ହୋଇ ଯାଉଥିବାରୁ ଅବକାରୀ ପୋଲିସ ଏଥିରେ ସଫଳ ହୋଇ ପାରୁନଥିଲା l
ତେବେ ଗତ କାଲି ଅବକାରୀ ପୋଲିସ ସାଦା ପୋଷାକ ରେ ଝରିଆ ଗ୍ରାମରେ ଚଢ଼ାଉ କରିଥିଲା,, ଝରିଆ ଗ୍ରାମରେ ଚଢ଼ାଉ କରି ଚୋରା ଗଞ୍ଜେଇ ବେପାରୀ କିଶୋର ପ୍ରଧାନ ୫୮ ବର୍ଷ ଙ୍କୁ ଗିରଫ କରିଥିଲା,।କିଶୋର ପ୍ରଧାନ ନିକଟରୁ ୫ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ପୋଲିସ। ଗଞ୍ଜେଈ ଜବତ କରି ଅଭିଯୁକ୍ତ କିଶୋର ପ୍ରଧାନ କୁ ଖୋର୍ଦ୍ଧା କୋର୍ଟ କୁ ଚାଲାଣ କରିଛି ।
ମାନ୍ୟବର କୋର୍ଟ ଅଭିଯୁକ୍ତର ଜାମିନ ନାମଞ୍ଜୁର କରିବାରୁ ଜେଲ କୁ ଅଭିଯୁକ୍ତ କୁ ପଠାଇ ଦିଆ ଯାଇଛି।ଏନେଇ ଟାଙ୍ଗୀ ଅବକାରୀ ପୋଲିସ ୧୧୭/ ୨୦୨୫ ରେ ମାମଲା ରୁଜୁ କରି ତଦନ୍ତ କରୁଛି । ଏହି ଚଢ଼ାଉ ଟାଙ୍ଗୀ ଅବକାରୀ ଏସ ଆଇ ରମେଶ ଚନ୍ଦ୍ର ବାରିକଙ୍କ ନେତୃତ୍ୱ ରେ କରା ଯାଇଥିଲା ।

No Result
View All Result