ଉକ୍ତ ରଥ ଏନଏସିର ସମସ୍ତ ୱାର୍ଡରେ ପରିକ୍ରମଣ କରି ସ୍ଵଚ୍ଛତା ହିଁ ସେବା ୨୦୨୫ ର ଜନ ସଚେତନତା ସମ୍ପର୍କରେ ଅବଗତ କରାଇବାର କାର୍ଯ୍ୟସୂଚୀ ସ୍ଥିର କରାଯାଇଛି । ଏହା ବ୍ୟତୀତ ଆଜି ମଧ୍ୟାହ୍ନରେ ଭୁବନେଶ୍ଵରରୁ ହେଲ୍ସ ମେଟ ସ୍ୱେଛାସେବୀ ସଂଗଠନର ସଭ୍ୟ/ସଭ୍ୟା ମାନଙ୍କ ସହ ଏନଏସିର ପରିମଳ କର୍ମଚାରୀ,
ସ୍ୱଚ୍ଛ ସାଥି , ଅନ୍ୟାନ୍ୟ କର୍ମଚାରୀ ମିଶି ରଣପୁର ବିସି ହାଇସ୍କୁଲ ପରିସରରେ ସମୁହ ସଫେଇ କରିଥିଲେ । ଉକ୍ତ ସଫେଇ କାର୍ଯ୍ୟରେ ସ୍କୁଲର ଶିକ୍ଷକ ତଥା ଛାତ୍ର/ଛାତ୍ରୀ ସହଯୋଗ କରିଥିଲେ । ଏ ସମସ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ବମ୍ଭର ମହାପାତ୍ର ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିଲା ।
ପରିଷଦର ସମସ୍ତ କାଉନସିଲର ଏବଂ କର୍ମଚାରି ଉପସ୍ଥିତ ରହି ସହଯୋଗ କରିଥିଲେ । ଆସନ୍ତା ଦୁଇ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସ୍ବଚ୍ଛତା ହିଁ ସେବା ର ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ଜନ ସଚେତନତା ସୃଷ୍ଟି କରାଯିବ ବୋଲି କନିଷ୍ଠ ପରିମଳ ବିଶେଷଜ୍ଞ ସୁଜିତ କୁମାର ସୂଚନା ଦେଇଛନ୍ତି ।

© 2023 Odisha Taza News.