No Result
View All Result
ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ରାଜ୍ୟରେ ଦୃତ ଗତିରେ ବଢ଼ି ଚାଲିଛି ମହିଳା ହିଂସା, ବଳତ୍କାର, ହତ୍ୟା, ଆତ୍ମହତ୍ୟା ଭଳି ଘୃଣ୍ୟ ଏବଂ ହୃଦୟ ବିଦାରକ ଘଟଣା ମାନ ଜଗନ୍ନାଥ ସଂସ୍କୃତି ଏବଂ ରାଜ୍ୟର ଛବିକୁ ବିଶ୍ୱ ସ୍ତରରେ ମଳିନ କରିଛି l ଗତ କାଲି ବିଧାନସଭରେ ମୁଖ୍ୟମନ୍ତ୍ରୀ ଙ୍କ ସ୍ପଷ୍ଟକ୍ତି ପରେ ପ୍ରତିକ୍ରିୟା ରଖିଛି ସମାଜବାଦୀ ପାର୍ଟି l ପାର୍ଟିର ରାଜ୍ୟ ସଭାପତି ଶିବ ହାତି ଯାଦବ ବିଜେପି ସରକାର ଙ୍କୁ ଭର୍ସନା କରିବା ସହ ଓଡିଶା ରେ ଏବେ ତାଲିବାନ ସାଶନ ଚାଲିଛି କହି କଟାକ୍ଷ କରିଛନ୍ତି l

ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଙ୍କ ତଥ୍ୟ ଅନୁଯାଇ ଗତ ୧୪ ମାସରେ ରାଜ୍ୟରେ ୩୭ହଜାର ୬୧୧ଟି ନାରୀ ନିର୍ଯାତନା ମାମଲା ରୁଜୁ ହୋଇଛି। ଏଥିରେ ୯୧୮୧ଟି ଅସଦାଚରଣ ମାମଲା ରହିଛି। ସେହିପରି ଦେଢ଼ ବର୍ଷ ମଧ୍ୟରେ ରାଜ୍ୟର ୪୫୪୪ ଜଣ ମହିଳା ଦୁଷ୍କର୍ମ ଓ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ଏହି ଅବଧୂ ମଧ୍ଯରେ ରାଜ୍ୟରେ ୨୯୩୩ଟି ଦୁଷ୍କର୍ମ, ୧୨୭୮ଟି ଯୌନ ନିର୍ଯାତନା, ୮୨୨୭ଟି ଅପହରଣ ମାମଲା ରୁଜୁ ହୋଇଛି |

ସେହିପରି ୫୪୬୪ଟି ଯୌତୁକ ନିର୍ଯାତନା ମାମଲା ବିଭିନ୍ନ ଥାନାରେ ମଧ୍ଯ ରୁଜୁ କରାଯାଇଛି | ୪୫୪୪ଟି ଦୁଷ୍କର୍ମ ଘଟଣାରେ ୩୮୦୫ ଜଣ ପୁରୁଷ ଏବଂ ୫୭ ମହିଳା ଗିରଫ ହୋଇଛନ୍ତି I ସୂଚନା ଅନୁସାରେ ଗତ ୧ ବର୍ଷ ମଧ୍ୟରେ ରାଜ୍ୟରେ ମହିଳା ଅସଦାଚରଣ ମାମଲା ବୃଦ୍ଧି ପାଇଛି | ୪୪ଟି ଯୌତୁକ ଜନିତ ଆତ୍ମହତ୍ୟା, ୨୧୬୧ଟି ସର୍ବସାଧାରଣ ସ୍ଥାନରେ ମହିଳାଙ୍କୁ ଦୁବ୍ୟବହାର, ୧୨୭୮ ଯୌନ ନିର୍ଯାତନା, ୨୨୪ ଶାରିରୀକ ସମ୍ପର୍କ ରଖ୍ ବିବାହ ନ କରିବା ଆଦି ମାମଲା ରୁଜୁ ହୋଇଛି l

ରାଜ୍ୟରେ ମହିଳାବିରୋଧୀ ଅପରାଧ ବୃଦ୍ଧି ପାଉଥିବା ବେଳେ ଆତ୍ମାହୁତି ଘଟଣା ମଧ୍ୟ ଢେର୍ ବଢ଼ିଛି। କିଏ ନିର୍ଯାତନା ସହି ନପାରି ଆତ୍ମାହୁତି ଦେଇଛି ତ ଆଉ କିଏ ପାରିବାରିକ କଳହରୁ ଏଭଳି ଚରମ ନିଷ୍ପଭି ନେଇଛି। ବିଶେଷକରି, ଗତ ୧୫ ମାସରେ ରାଜ୍ୟରେ ୧୫ଜଣ ଯୁବତୀ ଓ ମହିଳା ଆତ୍ମାହୁତି ଦେଇଛନ୍ତି। ରାଜ୍ୟରେ ପାରିବାରିକ କଳହଠାରୁ ଆରମ୍ଭ କରି ଯୌତୁକ ଓ ମାନସିକ ନିର୍ଯାତନା ମାମଲା ବଢ଼ିଛି |
ଏସବୁର ଶିକାର ହେଉଥିବା ଛାତ୍ରୀ ଓ ମହିଳାମାନେ ନିଜକୁ ଜାଳିଦେବା ଭଳି ଚରମ ପଦକ୍ଷେପ ନେଇଛନ୍ତି। ବିଗତ ଦିନରେ ବାଲେଶ୍ବର, ବଳଙ୍ଗା, ଜଟଣା, ଜଗତପୁର,ବ୍ରହ୍ମପୁର ସଦର, ମାହାଙ୍ଗା, ପଟ୍ଟାମୁଣ୍ଡାଇ, ଖଇରା, ରାଉରକେଲା, ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି | ମୋଟ ୧୫ ଜଣ ଛାତ୍ରୀ ଓ ମହିଳା ଏଥିରେ ପ୍ରାଣ ହରାଇଛନ୍ତି | ଏ ସଂକ୍ରାନ୍ତରେ ରାଜ୍ୟର ବିଭିନ୍ନ ଥାନାରେ ମୋଟ ୯ଟି ଧର୍ଭବ୍ୟ ଓ ୬ଟି ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।
ସେହିଭଳି ଭାବରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇଛି। ଗତ ୧୫ ମାସ ମଧ୍ୟରେ ୨୨ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି I ଏତେ ସବୁ ଘଟଣା ମାନ ଘଟିବା ପରେ ମଧ୍ୟ ସରକାର କୁରୁ ସଭାର ଧୃତରାଷ୍ଟ୍ର ସାଜି ନୀରବରେ ନାରୀ ନିର୍ଯ୍ୟାତନା କୁ ମନୋରଞ୍ଜନ ଭାବେ ଦେଖୁଛନ୍ତି l ଏହା ଘୋର ନିନ୍ଦନୀୟ ଆଉ ଦୁର୍ଭାଗ୍ୟପୁର୍ଣ ବିଷୟ l ନାରୀଙ୍କୁ ସୁରକ୍ଷା ଦେଇପାରୁନଥିବା ସରକାର ନିଜର ନୈତିକତା ହରାଇ ସାରିଛନ୍ତି l ଯଦି ଓଡିଆ ଅସ୍ମିତା ଥାଏ ତେବେ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ସମାଜବାଦୀ ପାର୍ଟି l

No Result
View All Result