ଓଡ଼ିଶା ତାଜା ନ୍ୟୁଜ (୧୨ ସେପ୍ଟେମ୍ବର ଶନିବାର) ହିଞ୍ଜିଳିକାଟୁ :- ଚଳିତ ମାସ ୫ ତାରିଖରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରୁ ପ୍ରାୟ ୭୦ ଜଣ ପ୍ରବାସୀଙ୍କୁ ନେଇ ସୁରଥ ଅଭିମୂଖେ ଯାଉଥିବା ଯାତ୍ରୀବାସୀ ବସ୍ ଛତିଶିଗଡ଼ ରାଜ୍ୟ ରାୟପୁର ଚେରିଖେଡ଼ି ନିକଟରେ ଦୂର୍ଘଟଣାଗ୍ରସ୍ତ ହୋଇଥିଲା । ଦୂର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ପରିବାର ବର୍ଗଙ୍କୁ ସହାୟତାର ହାତ ବଢାଇଛି ଭୂବନେଶ୍ୱର ସ୍ଥିତ କିସ୍ ଫାଉଣ୍ଡେସନ୍ । କନ୍ଧମାଳ ସଂସଦ ତଥା କିସ୍ ଫାଣ୍ଡେସନ୍ର ପ୍ରତିଷ୍ଠାତା ଡ଼ଃ. ଅଚ୍ୟୁତ ସାମନ୍ତଗଭୀର ଦୁଃଖ ପ୍ରକଶ କରିଥିଲେ । ଦୂର୍ଘଟଣାରେ ପ୍ରାଣ ହରାଇଥିବା ଶେକ ସନ୍ତପ ପରିବାର ବର୍ଗଙ୍କୁ ସାୟତା ପ୍ରଦାନ କରିବା ସକାଶେ ତତ୍ପରତା ପ୍ରକାଶ କରିଥିଲେ ।
ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ବାଦିଆମ୍ବଗାଁର ମୃତ୍ୟବରଣ କରିଥିବା କୌଳାସ ଜେନାଙ୍କ ମୃତ୍ୟୁ ପରେ ଘରେ ତାଙ୍କ ବିଧବା ସ୍ତ୍ରୀ ସମେତ ୨ଝିଅ ଓ ଜଣେ ଦେଢ ବର୍ଷ ବୟସର ପୁଅ ରହିଛନ୍ତି । ମୃତ କୌଳାସଙ୍କ ପୁଅ, ଝିଅ ମାନେ ମାନେ ଶିକ୍ଷା ଅଧ୍ୟୟନରୁ ଯେପରି ବଞ୍ଚିତ ନହେବେ ସେଥି ସକାଶେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ବିନାଦେୟରେ କିସ୍ ଅନୁଷ୍ଠାନରେ ଶିକ୍ଷା ଗ୍ରହଣ କରିବା ସକାଶେ ପ୍ରତିଶୃତି ଦେଇଛନ୍ତି ।
ଏପରିକି ମୃତ ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ପ୍ରଦାନ ସକାଶେ ପ୍ରତିଶୃତି ଦେଇଛନ୍ତି । ଏ ନେଇ କିସ୍ ଫାଣ୍ଡେସନ୍ର ପ୍ରତିଷ୍ଠାତା ଡ଼ଃ. ସାମନ୍ତ ଦ୍ୱାରା ପ୍ରେରିତ ଏକ ପତ୍ର ଓ ସହାୟତା ରାଶିକୁ କଳିଙ୍ଗ ଟିଭିର ସାମ୍ବାଦିକ ମାନସ ବିଷୋୟୀ, ମୃତକଙ୍କ ଗ୍ରାମରେ ପହଞ୍ଚି ପରିବାର ବର୍ଗଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି । କିସ୍ ଫାଣ୍ଡେସନ୍ର ପ୍ରତିଷ୍ଠାତା ଡ଼ଃ. ଅଚ୍ୟୁତ ସାମନ୍ତଙ୍କ ଏଭଳି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି । (ହିଞ୍ଜିଳିକାଟୁ/ଶେଷଦେବ ସାହୁ)