No Result
View All Result
ନୂଆପଡା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନୂଆପଡା ବିଧାନ ସଭା ନିର୍ବାଚନ ମଣ୍ଡଳୀ (Assembly Constituency) ୭୧ ର ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କ ଅସମୟ ଦେହାନ୍ତ ପରେ ଏଠାରେ ଉପ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି l ଏହି କ୍ରମରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଇ ଭି ଏମ୍ ଓ ଭି ଭି ପାଟ ଗୋଦାମ ଗୃହ ରେ ସଂରକ୍ଷିତ ଥିବା ୟୁନିଟ ଗୁଡିକର ପ୍ରଥମ ସ୍ତରୀୟ ତଦାରଖ ଆରମ୍ଭ ହୋଇ ଯାଇଛି l
ଏଥିରେ ଜିଲ୍ଲାପାଳ ମଧୁସୂଦନ ଦାଶ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ, ଅତିରିକ୍ତ ଶାସନ ସଚିବ ତଥା ଇ ଭି ଏମ୍ , ରାଜ୍ୟ ନୋଡାଲ ଅଧିକାରୀ ପ୍ରମୋଦ କୁମାର ସାହୁ, ଉପ ଶାସନ ସଚିବ ଜିତେନ୍ଦ୍ର ପାତ୍ର, ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଅତିରିକ୍ତ ନିର୍ବାଚନ ଅଧିକାରୀ ସୁବାଷ ଚନ୍ଦ୍ର ରଇତ , ଉପ ଜିଲ୍ଲାପାଳ ତଥା ଇ ଆର୍ ଓ, ସୁର୍ମି ସୋରେନ୍,
ନିର୍ବାଚନ ଡେପୁଟୀ କଲେକ୍ଟର ସେଖ ନସିମ, ଡି ସି ହେମନ୍ତ ପୁଟା, ବିଡ଼ିଓ କୋମନା ସର୍ବେଶ୍ଵର ଜାଲ, ତହସିଲଦାର ନୂଆପଡା ପ୍ରଣବ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ lଏହା ସହିତ ସ୍ବୀକୃତି ପ୍ରାପ୍ତ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟି, ବିଜୁ ଜନତା ଦଳ ଏବଂ ଆପ୍ ପ୍ରତିନିଧି ମଣ୍ଡଳ ଉପସ୍ଥିତ ଥିଲେ l


No Result
View All Result