• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଟ୍ୱିନ ସିଟିର ସବୁଠାରୁ ବଡ ନବରାତ୍ରି ସେଲିବ୍ରେଶନ ‘ଦାଣ୍ଡିଆ କାର୍ଣ୍ଣିଭାଲ ୨କେ୨୫’

Proprietor Abhimanyu Maharana by Proprietor Abhimanyu Maharana
September 22, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଟ୍ୱିନ ସିଟିର ସବୁଠାରୁ ବଡ ନବରାତ୍ରି ସେଲିବ୍ରେଶନ ‘ଦାଣ୍ଡିଆ କାର୍ଣ୍ଣିଭାଲ ୨କେ୨୫’
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନେଟ୍‌ୱର୍କ ଇଭେଂଟ୍‌ସ ଆଣ୍ଡ ପ୍ରମୋସନ୍ସ, କ୍ରିଷ୍ଟାଲ କ୍ରାଉନ ସହ ସହଭାଗିତାରେ ଆସନ୍ତା ସେପ୍ଟେମ୍ବର ୨୯ ତାରିଖରୁ ଅକ୍ଟୋବର ୧ ତାରିଖ ୨୦୨୫ ପର୍ଯ୍ୟନ୍ତ ପଟିଆସ୍ଥିତ କ୍ରିଷ୍ଟାଲ କ୍ରାଉନଠାରେ ଚଳିତ ବର୍ଷର ବହୁପ୍ରତିକ୍ଷୀତ ନବରାତ୍ରି ମହୋତ୍ସବ – ଦାଣ୍ଡିଆ କାର୍ଣ୍ଣିଭାଲ ୨କେ୨୫’ର ଆୟୋଜନ କରିବା ପାଇଁ ପ୍ରସ୍ତୁତ ରହିଛି । ଟ୍ୱିନସିଟିର ସବୁଠାରୁ ବଡ ନବରାତ୍ରି ଭାବେ ପାଳିତ ହେବାକୁ ଥିବା ଏହି ଦାଣ୍ଡିଆ କାର୍ଣ୍ଣିଭାଲ ୨କେ୨୫ ଇଭେଂଟ ୩ ରାତିର ଅତୁଳନୀୟ ଉତ୍ସାହ, ଆକର୍ଷଣୀୟ ନୃତ୍ୟ,ଲାଇଭ ମ୍ୟୁଜିକ ଓ ଅସିମୀତ ପାର୍ବଣ ଆନନ୍ଦର ପ୍ରତିଶ୍ରୁତି ଦେଉଛି ।ଏହି ଦାଣ୍ଡିଆ କାର୍ଣ୍ଣିଭାଲ ୨କେ୨୫ର ମୁଖ୍ୟ ଆକର୍ଷଣରେ ସେଲିବ୍ରିଟି ଗାୟକ, ଲୋକପ୍ରିୟ ଡିଜେ, ଲାଇଭ ବ୍ୟାଣ୍ଡ ଓ ପାରମ୍ପରିକ ପଞ୍ଜାବୀ ଡୋଲ ଭଳି ଷ୍ଟାର ପ୍ରଦର୍ଶନ ସାମିଲ ରହିଛି । ଏହି ଉତ୍ସବ ସମ୍ପର୍କରେ ନେଟ୍‌ୱର୍କ ଇଭେଂଟ୍‌ସ ଆଣ୍ଡ ପ୍ରମୋସନ୍ସର ପ୍ରତିଷ୍ଠାତା ଚନ୍ଦନ ନାୟକ କହିଛନ୍ତି, “ ଦାଣ୍ଡିଆ କାର୍ଣ୍ଣିଭାଲ ସବୁବେଳେ ନୃତ୍ୟ, ଭକ୍ତି ଓ ଆନନ୍ଦ ସହିତ ନବରାତ୍ରିର ଉତ୍ସାହକୁ ପାଳନ କରିବା ପାଇଁ ଲୋକମାନଙ୍କୁ ଏକତ୍ରିତ କରିଆସିଛି । ଚଳିତ ବର୍ଷ ଆମେ ଏହାକୁ ସମସ୍ତଙ୍କ ପାଇଁ ଆହୁରି ବୃହତ ଓ ସ୍ମରଣୀୟ କରିଛୁ ।”

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଓଡ଼ିଆ ସିନେମା ଜଗତର ଲୋକପ୍ରିୟ ଅଭିନେତ୍ରୀ, ଲିପସା ମିଶ୍ର ଏବଂ ପ୍ରିୟଙ୍କା ପାଣିଗ୍ରାହୀ, କ୍ରିଷ୍ଟାଲ କ୍ରାଉନର ଜେନେରାଲ ମ୍ୟାନେଜର, ରମେଶ ସିଂ କନ୍ଦାରୀ, କ୍ରିଷ୍ଟାଲ କ୍ରାଉନର ଡ଼ାଇରେକ୍ଟର, ନିକଲାସ ମହାନ୍ତି ଏବଂ ଜୁନିୟର ସେଫ୍‌, ଜୀବନ କୃଷ୍ଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଉତ୍ସବର ପ୍ରଥମ ଦିନରେ ଅର୍ଥାତ୍ ୨୯ ତାରିଖରେ ଓଡ଼ିଶାର ପ୍ରଥମ ଡ଼ିଜେ ବ୍ୟାଣ୍ଡ, ବଲି ବଏଜ୍‌, ପ୍ଲେବ୍ୟାକ୍ ସିଙ୍ଗର, ନବ୍ୟା ଜଇତି, ସେଲିବ୍ରେଟି ଆଙ୍କର ଶୁଭମ୍ପ୍ରମୁଖ କାର୍ଯ୍ୟକ୍ରମ ପରିବେଶଣ କରିବାକୁ ଥିବାବେଳେ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ବଲିଉଡ଼ ପ୍ଲେବ୍ୟାକ ସିଙ୍ଗର, ମେହେରୋଲିୟା, ଇଣ୍ଡିଆନ ଆଇଡ଼ଲ ସେନସେସନ୍‌, ତୋରଶା ସରକାର, ଆଙ୍କର ପୁନ୍ୟା, ଡ଼ିଜେ ଏସକେବି (ରିମିକ୍ସ ମାଷ୍ଟର) ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମର ଶେଷ ଦିବସରେ ଅର୍ଥାତ୍ ୧ ଅକ୍ଟୋବରରେ ପିନାକୀ ଝା, (ଶ୍ରେଷ୍ଠ ୨୫ ଏମସିି ଅଫ ଏସିଆ), ମୁମ୍ବାଇ ଡ଼ିଜେ ବ୍ୟାଣ୍ଡ, ଶୁଭାରମ୍ଭ, ବଲିଉଡ଼୍ ଡ଼ିଜେ, ଡ଼ିଜେ ରାଜ୍ ପ୍ରମୁଖ କାର୍ଯ୍ୟକ୍ରମ ପରିବେଶଣ କରିବେ ।

ନୃତ୍ୟ ଓ ଉତ୍ସବରେ ପେସାଦାର କଳାକାରଙ୍କ ସହିତ ଉତ୍ସାହପୂର୍ଣ୍ଣ ଗର୍‌ବା ଓ ଦାଣ୍ଡିଆ ନୃତ୍ୟ, ଓପନ-ଫ୍ଲୋର ପାର୍ଟିସିପେଶନ ସାମିଲ ଥିବା ବେଳେ ଏହି ଇଭେଂଟରେ ଅସିମୀତ ଖାଦ୍ୟ ଓ ବୁଫେ, ଗିଫ୍ଟ ହାମ୍ପର, ଫେଷ୍ଟିଭ କ୍ଲିକ ଓ ସ୍ମରଣୀୟ ଅନୁଭୂତି ଅନ୍ତର୍ଭୁକ୍ତ ରହିଛି । ଏକ୍ସକ୍ଲୁସିଭ ଭିଆଇପି ଲାଉଞ୍ଜରେ ଏନର୍ଜି ଡ୍ରିଙ୍କ, ବଟ୍‌ଲର ସର୍ଭିସ, ହୁକା, ଭିଆଇପି ସୋଫା ସିଟିଙ୍ଗ ଓ ପ୍ରିମିୟମ ହସ୍ପିଟାଲିଟି ଉପଲବ୍ଧ ରହିଛି ।

ଏହି ଇଭେଂଟ ପାଇଁ ଟିକେଟ ମୂଲ୍ୟ ବୟସ୍କ ବ୍ୟକ୍ତିଙ୍କ ପାଇଁ ୧୨୦୦ ଟଙ୍କା ଏବଂ ୬ ରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ ୮୦୦ ଟଙ୍କା ରହିଛି । ୫ ଜଣଙ୍କ ପାଇଁ ଏକ ଭିଆଇପି ଅନୁଭୂତି କେବଳ ୧୫,୦୦୦ ଟଙ୍କାରେ ଉପଲବ୍ଧ ହେଉଛି । ଏହାର ଟିକେଟଗୁଡିକୁ ଅନ୍‌ଲାଇନରେ ବୁକ୍‌ମାଇଁଶୋ’ ମାଧ୍ୟମରେ ଏବଂ ଅଫ୍‌ଲାଇନରେ ପଟିଆସ୍ଥିତ ଜଷ୍ଟ୍ ଡେଲିସିୟସ ବାଏ କ୍ରିଷ୍ଟାଲ କ୍ରାଉନ ଏବଂ ଅଶୋକ ନଗରସ୍ଥିତ ପଣ୍ଡା ଟ୍ରାଭେଲ ମାର୍ଟରେ ବୁକ୍ କରାଯାଇପାରିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶ୍ରୀଜଗନ୍ନାଥ ରସାମୃତ’ ପୁସ୍ତକ ଉନ୍ମୋଚିତ

ଶ୍ରୀଜଗନ୍ନାଥ ରସାମୃତ’ ପୁସ୍ତକ ଉନ୍ମୋଚିତ

May 10, 2026
ଶ୍ରୀମନ୍ଦିର ରେ ଚତୃର୍ଦ୍ଧାମୂର୍ତ୍ତି ଙ୍କ ଦର୍ଶନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଦଇତାପତି ଭବାନୀ ପ୍ରସାଦ

ଶ୍ରୀମନ୍ଦିର ରେ ଚତୃର୍ଦ୍ଧାମୂର୍ତ୍ତି ଙ୍କ ଦର୍ଶନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଦଇତାପତି ଭବାନୀ ପ୍ରସାଦ

May 10, 2026
ଅପରେସନ ସିନ୍ଦୂର ପ୍ରଥମ ବାର୍ଷିକ ପାଳିତ।

ଅପରେସନ ସିନ୍ଦୂର ପ୍ରଥମ ବାର୍ଷିକ ପାଳିତ।

May 10, 2026
Malabar Gold & Diamonds unveils its Bridal Show Campaign at its Bhubaneswar Showroom

Malabar Gold & Diamonds unveils its Bridal Show Campaign at its Bhubaneswar Showroom

May 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶ୍ରୀଜଗନ୍ନାଥ ରସାମୃତ’ ପୁସ୍ତକ ଉନ୍ମୋଚିତ

ଶ୍ରୀଜଗନ୍ନାଥ ରସାମୃତ’ ପୁସ୍ତକ ଉନ୍ମୋଚିତ

May 10, 2026
ଶ୍ରୀମନ୍ଦିର ରେ ଚତୃର୍ଦ୍ଧାମୂର୍ତ୍ତି ଙ୍କ ଦର୍ଶନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଦଇତାପତି ଭବାନୀ ପ୍ରସାଦ

ଶ୍ରୀମନ୍ଦିର ରେ ଚତୃର୍ଦ୍ଧାମୂର୍ତ୍ତି ଙ୍କ ଦର୍ଶନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଦଇତାପତି ଭବାନୀ ପ୍ରସାଦ

May 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version