No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଭୁବନେଶ୍ୱର କ୍ଲବ୍ ନିର୍ବାଚନ ଫଳ ପ୍ରକାଶ ପାଇଛି । ଏଥିରେ ସଭାପତି ଭାବରେ ବିଜୟ ହୋଇଛନ୍ତି ପୁର୍ବତନ ମୂଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା । ସେ ଶ୍ରୀ ଅସିତ୍ କୁମାର ତ୍ରିପାଠୀଙ୍କୁ ପଛରେ ପକାଇ ୧୮ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ।
ଏହି ନିର୍ବାଚନରେ ଦୁଇ ପୁର୍ବତନ ମୂଖ୍ୟ ଶାସନ ସଚିବ ରାଜ୍ୟର ଏହି ପ୍ରମୁଖ କ୍ଲବର ପ୍ରାମୁଖ ପଦବୀ ପାଇଁ ଲଢେଇ କରିଥିଲେ । ୧୨ ରାଉଣ୍ଡ ଗଣତି ପରେ ପ୍ରଦୀପ କୁମାର ଜେନା ୮୯୧ଖଣ୍ଡ ଭୋଟ ପାଇଥିଲେ ଓ ଅସିତ୍ କୁମାର ତ୍ରିପାଠୀ ମିଳିଛି ୮୭୩ ଖଣ୍ଡ ଭୋଟ ପାଇଥିଲେ ।
ତେବେ ଅନ୍ୟ ମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ପଦ ପାଇଁ ଶ୍ରୀ ପ୍ରଗତି ମହାନ୍ତି ୬୦ ଭୋଟର ଲିଡ୍ ସହିତ ବିଜୟୀ ହୋଇଛନ୍ତି । ଏବଂ ସଚିବ ପଦ ପାଇଁ ଶ୍ରୀ ଲଳିତ ଦାସ ୭୬ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଜେବେକି ଯୁଗ୍ମ ସମ୍ପାଦକ ଭାବେ ସମ୍ବିତ ମହାନ୍ତି ୬୮ ଭୋଟରେ ବିଜୟୀ ହୋଇଛନ୍ତି ।

No Result
View All Result