• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ତି୍ରସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର କ୍ଷମତା ସଙ୍କୁଚିତ ପ୍ରସଙ୍ଗ

Proprietor Abhimanyu Maharana by Proprietor Abhimanyu Maharana
September 21, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
ତି୍ରସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର କ୍ଷମତା ସଙ୍କୁଚିତ ପ୍ରସଙ୍ଗ
Share on FacebookShare on TwitterWhatsapp

ସେପ୍ଟେମ୍ବର ୨୩ରେ ବିଧାନସଭା ଘେରାଉ କରିବ ବିଜେଡି
ବିଜେପି କ୍ଷମତାକୁ ଆସିବା ପରଠାରୁ ଗ୍ରାମାଞ୍ଚଳ ବିକାଶ ବାଟବଣା
ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ଭୂମିକାକୁ ଗୌଣ କରୁଛି ବିଜେପି ସରକାର
ଗ୍ରାମସଭା ଓ ପଞ୍ଚାୟତକୁ ହେୟଜ୍ଞାନ କରି ପ୍ରଶାସନର ଦୂରୁପଯୋଗ କରୁଛି ବିଜେପି

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ସୁଦୃଢିକରଣ କରି ଗ୍ରାମାଞ୍ଚଳର ବିକାଶ ଜନସାଧାରଣଙ୍କ ହାତରେ ଦେବା ପାଇଁ ସମ୍ବିଧାନରେ ଉଲ୍ଲେଖ ଥିଲାବେଳେ ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ କ୍ଷମତାଲୋଭରେ ପ୍ରତ୍ୟେକ ଦିନ ଏହାକୁ ଉଲ୍ଲଂଘନ କରାଯାଉଛି ବୋଲି ବିଜେଡି କହିଛି । ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ବଡ ବଡ ପ୍ରତିଶ୍ରୁତି ଦେଇଥିବା ବିଜେପି ଦଳ ସରକାରକୁ ଆସିବା ପରେ ପ୍ରତ୍ୟେକ ବିଭାଗରେ ବଜେଟ କାଟ୍ କରୁଛନ୍ତି ।ପିଏମ୍ ଆବାସ, ଅନ୍ତଃଦ୍ୟୋୟ ଯୋଜନା, ଜଳ ଜୀବନ ମିଶନ, ସର୍ବୋପରି ଗ୍ରାମସଭା ଦ୍ୱାରା ଅନୁମୋଦିତ ହୋଇଥିବା ବିକାଶମୂଳକ କାର୍ଯ୍ୟକୁ ଯୋଜନାବଦ୍ଧ ଭାବେ ହ୍ରାସ କରାଯାଉଛି । ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲାପରିଷଦ ସ୍ତରରେ ବିଧି ବ୍ୟବସ୍ଥାକୁ ଦଳିଚକଟି ତି୍ରସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ପଙ୍ଗୁ କରିବା ପାଇଁ ବିଜେପି ବାରମ୍ବାର ଅପଚେଷ୍ଟା କରୁଛି । ନରେଗା ଯୋଜନାରେ ନିୟୋଜିତ ଶ୍ରମିକମାନଙ୍କୁ ସେମାନଙ୍କ ପ୍ରାପ୍ୟ ମିଳୁ ନାହିଁ । ଗ୍ରାମାଞ୍ଚଳରେ ଲୋକଙ୍କ ମନରେ ଥିବା ଆକ୍ରୋଶ ଓ କ୍ଷୋଭକୁ ନେଇ ଆସନ୍ତା ସେପ୍ଟେମ୍ବର ୨୩ ତାରିଖ ଦିନ ଭୁବନେଶ୍ୱର ଲୋୟର ପିଏମଜି ଠାରେ ସକାଳ ୧୦ ଘଟିକା ସମୟରେ ବିଧାନସଭା ଘେରାଉ କରିବା ପାଇଁ ବିଜୁ ଜନତା ଦଳ ନିଷ୍ପତ୍ତି ନେଇଛି ।

ସେହିପରି ଦଳର ଉପସଭାପତି ତଥା ବିଧାୟକ ଡ଼ ଅରୁଣ ସାହୁ କହିଛନ୍ତି ଯେ, ସରପଞ୍ଚ, ସମିତିସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲାପରିଷଦ ସଭ୍ୟ ତଥା ଅଧ୍ୟକ୍ଷଙ୍କୁ ସମ୍ବିଧାନ ପ୍ରଦତ୍ତ କ୍ଷମତା ଓ ଅଧିକାରକୁ ବିଜେପି ସରକାର ସଙ୍କୁଚିତ କରିବା ପାଇଁ ଅପଚେଷ୍ଟା କରୁଛନ୍ତି । ପ୍ରଶାସନିକ କଳକୁ ହାତବାରିଶି କରି ନିର୍ବାଚିତ ପ୍ରତିନିଧିଙ୍କ ସମ୍ମାନ କ୍ଷୁଣ୍ଣ କରିବା ପାଇଁ ପ୍ରତ୍ୟେକ ଦିନ ନୂଆ ନୂଆ ନିଦେ୍ର୍ଦଶନାମା ଜାରି କରାଯାଉଛି । ନିର୍ବାଚିତ ପ୍ରତିନିଧି ମାନଙ୍କୁ ରବର ଷ୍ଟାମ୍ପ ଭାବେ ବ୍ୟବହାର କରିବା ପାଇଁ ବିଜେପି ସରକାର ସରକାରୀ ଅଧିକାରୀଙ୍କ ହାତରେ ଅଧିକ କ୍ଷମତା ଦେବାକୁ ପଛାଉନାହାନ୍ତି ।

ଲୋକଙ୍କ ପାଖରେ ଉତ୍ତରଦାୟୀ ଥିବା ପଞ୍ଚାୟତ ପ୍ରତିନିଧିମାନଙ୍କୁ ସମ୍ବିଧାନ ସଂଶୋଧନ ଜରିଆରେ ଅଧିକ କ୍ଷମତା ଦିଆଯାଇଥିଲା ବେଳେ ନିଜ ଦଳୀୟ ସାଂସଦ, ବିଧାୟକ ଏବଂ କର୍ମୀଙ୍କ ଜରିଆରେ ଏହି କ୍ଷମତାକୁ ହଡ଼ପ କରିବା ପାଇଁ ବିଜେପି ଚାହୁଁଛି । ଏହା ଫଳରେ ଲୋକେ ଚାହୁଁଥିବା ବିକାଶ କାର୍ଯ୍ୟ ହୋଇପାରୁନାହିଁ ଏବଂ ପ୍ରତ୍ୟେକ ସରକାରୀ ଅଫିସକୁ ବିଜେପି ନିଜ ଦଳୀୟ କର୍ମୀଙ୍କ ଜରିଆରେ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମରେ ପ୍ରତି ପଞ୍ଚାୟତକୁ ଦେଇଥିବା ୫୦ ଲକ୍ଷ ଟଙ୍କା ବଦଳରେ ବିଜେପି ସରକାର ଏହି ଯୋଜନାର ନାଁ ପରିବର୍ତ୍ତନ କରି ‘ବିକଶିତ ଗାଁ ବିକଶିତ ଓଡିଶା’ ଯୋଜନା ମାଧ୍ୟମରେ ଏହାର ଏକଚତୁର୍ଥାଂଶ ଅନୁଦାନ ମଧ୍ୟ ଦେଉନାହାନ୍ତି ।

ଅନ୍ୟପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବିଜେପି ସରକାର ଦିଶାହୀନ ଭାବେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଛନ୍ତି । ପ୍ରତ୍ୟେକ ସ୍ତରରେ ରାଜନୈତିକ ହସ୍ତକ୍ଷେପ ଲାଗି ଜିଲ୍ଲାପାଳ ଅଫିସ୍ ଠାରୁ ବ୍ଲକ ଅଫିସ୍ ପର୍ଯ୍ୟନ୍ତ ପ୍ରଶାସନ ଚାପଗ୍ରସ୍ତ ହୋଇ କାମ କରୁଛନ୍ତି । ପଞ୍ଚାୟତ ସ୍ତରରେ ବିଜୁ ଜନତା ଦଳ ଦୃଢ ସ୍ଥିତିରେ ଥିବାରୁ ବିଜେପି କର୍ମୀମାନେ ସାଧାରଣ ଲୋକଙ୍କ ଉପରେ ଉତ୍ପୀଡନ କରୁଛନ୍ତି, ଫଳରେ ସାଧାରଣ ଲୋକ ତ୍ରାହି ତ୍ରାହି ଡାକୁଛନ୍ତି ।

ଲୋକଙ୍କ ସମସ୍ୟାଠୁ ଦୂରେଇ ଯାଇ ନିଜ ଦଳର କର୍ମୀଙ୍କୁ ପୋଷିବାକୁ ସମ୍ବିଧାନ ଓ ଗଣତନ୍ତ୍ରର ହତ୍ୟା କରୁଛି ବିଜେପି । ବିଜୁ ଜନତା ଦଳ ଏହାକୁ ଦୃଢ ଭାବେ ବିରୋଧ କରୁଛି । ଆଗାମୀ ସେପ୍ଟେମ୍ବର ୨୩ ତାରିଖ ଦିନ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତର ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲାପରିଷଦ ସଭ୍ୟ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରମୁଖ ବିଧାନସଭା ଘେରାଉ କାର୍ଯ୍ୟକ୍ରମରେ ସାମିଲ ହୋଇ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ସୁରକ୍ଷା ପାଇଁ ଅଗଣତାନ୍ତ୍ରିକ, ଅସାମ୍ବିଧାନିକ ନିଦେ୍ର୍ଦଶନାମାକୁ ବାତିଲ କରିବା ପାଇଁ ଦୃଢ ଦାବି ଉପସ୍ଥାପନ କରାଯିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ

ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ

September 8, 2026
ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ

ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ

September 8, 2026
ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ

September 8, 2026
Strengthening Odisha’s Power Transmission Infrastructure: A New Era of Confidence in Power System of Odisha

Strengthening Odisha’s Power Transmission Infrastructure: A New Era of Confidence in Power System of Odisha

September 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ

ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ

September 8, 2026
ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ

ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ

September 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version