ରାଜ ସୁନାଖଳା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନୟାଗଡ ଜିଲ୍ଲା, ରଣପୁର ବ୍ଲକ ଅନ୍ତର୍ଗତ, ରାଜ ସୁନାଖଳା ମହା ବିଦ୍ୟାଳୟ, ଯାହାକି ଉଭୟ ମାଧ୍ୟମିକ ଓ ଡିଗ୍ରୀ କଲେଜରେ ଉଭୟ ବିଜ୍ଞାନ ଓ କଳା ବିଭାଗରେ ପ୍ରାୟ ୧୫୦୦ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି l ଅତି ନିକଟରେ, ଗତ ବିଜେଡି ସରକାର ଅମଳରେ ଫାଇଭ ଟି, ଆମ ଓଡିଶା ନବୀନ ଓଡିଶା ସ୍କିମ ରେ କଲେଜର ପୁନଃରୁଦ୍ଧାର କରାଯାଇ ଗୋଟିଏ ନୂତନ ଆଈ ଡ଼ି ପି ବିଲଡିଂ ନିର୍ମାଣ କରାଯାଇ, ସେଥିରେ ବିଜ୍ଞାନ ବିଭାଗର ଚାରୋଟି ପ୍ରାକ୍ଟିକାଲ ରୁମର ବ୍ୟବସ୍ଥା କରାଯାଇଛି ।

ହେଲେ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇ ନଥିବା ଜଣା ପଡିଛି ।ମାତ୍ର ନବୀକରଣ ନାମରେ ଅନ୍ୟାବଶ୍ୟକ ଭାବେ ମାତ୍ରାଧିକ ବେଞ୍ଚ ଓ ହାଇ ଡେସ୍କ କିଣା ଯାଇଥିବାରୁ, ମହାବିଦ୍ୟାଳୟରେ ପ୍ରତେକ ବାରଣ୍ଡାରେ, ଶ୍ରେଣୀ ଗୃହରେ ପୁରୁଣା ବେଞ୍ଚ ଓ ହାଇ ଡେସ୍କ ଗୁଡିକ ପଡି ରହି ଏକ କବାଡିଖାନାର ଭ୍ରମ ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି । ଯାହା ଫଳରେ ଛାତ୍ର ଛାତ୍ରୀ ମାନେ ପାଠ ପଢ଼ାରେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଥିବା ଦେଖିବାକୁ ମିଳୁଛି.

ଜାଗା ଅଭାବରୁ ଅନେକ ବେଞ୍ଚ ଓ ହାଇ ଡେସ୍କ ବାଳିକା କମନ ରୁମ ରେ ଥିବା ଅର୍ଦ୍ଧ ନିର୍ମିତ ପାଇଖାନା ଘରେ ପଡି ରହିଥିବା ଦେଖିବାକୁ ମିଳୁଛି । ତେଣେ ଅନେକ ଛାତ ଖରାପ ହୋଇ ଢ଼ଳେଇ ଖସି ବିପଦ ସଂକୁଳ ଅବସ୍ଥାରେ ଥିବା ଜଣା ପଡିଛି l ଯଥାଶୀଘ୍ର ପୁରୁଣା ବେଞ୍ଚ ଓ ହାଇ ଡେସ୍କ ଗୁଡିକ ନିଲାମ କରାଯାଇ ଵା ଅନ୍ୟତ୍ର ସ୍ଥାନାନ୍ତର କରି ମହା ବିଦ୍ୟାଳୟ ପରିବେଶକୁ ପାଠ ପଢା ଉପଯୋଗୀ କରିବା ପାଇଁ ଛାତ୍ର ଛାତ୍ରୀ ଓ ଅଭିଭାବକ ମହଲରେ ଦାବି ହେଉଛି।
-
ରାଜ ସୁନାଖଳା ମହାବିଦ୍ୟାଳୟ – ଏହା କଲେଜ କି କବାଡିଖାନା ..?
-
ଦୁର୍ନୀତି ପାଇଁ ପୂର୍ବତନ ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମହାନ୍ତି ଦାୟୀ କି ପ୍ରଶାସନ ଦାୟୀ ତାହା ସାଧାରଣରେ ପ୍ରଶ୍ନ ବାଚୀ ?
-
ଇଂରାଜି ବିଭାଗ ଓ ରାଜନୀତି ବିଜ୍ଞାନ ବିଭାଗରେ ବର୍ଷା ସମୟରେ ଝରକା କବାଟ ଗୁଡିକ କରେଣ୍ଟ ମାରୁଥିବା ଛାତ୍ର ଛାତ୍ରୀ ମାନେ ସୁନାଖଳା କଲେଜ ପାଲଟିଛି ମରଣ ଜନ୍ତା ଅଭିଯୋଗ କରିଛନ୍ତି ।

ଇଂରାଜି ବିଭାଗ ଓ ରାଜନୀତି ବିଜ୍ଞାନ ବିଭାଗରେ ବର୍ଷା ସମୟରେ ଝରକା କବାଟ ଗୁଡିକ କରେଣ୍ଟ ମାରୁଥିବା ଛାତ୍ର ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି । ଏଣୁ ଏହାର ବିଧିବଦ୍ଧ ତଦନ୍ତ କରାଯାଇ ମରାମତି କରିବାକୁ ଛାତ୍ର ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି l ଏସବୁ ଦୁର୍ନୀତି ପାଇଁ ପୂର୍ବତନ ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମହାନ୍ତି ଦାୟୀ କି ପ୍ରଶାସନ ଦାୟୀ ତାହା ସାଧାରଣରେ ପ୍ରଶ୍ନ ବାଚୀ ?
ଏହାର ବିଧିବଦ୍ଧ ତଦନ୍ତ କରାଯାଇ, କେଉଁ ପରିପ୍ରେକ୍ଷୀରେ ଏତେ ଗୁଡ଼ିଏ ବେଞ୍ଚ ଓ ହାଇ ଡେସ୍କ ଅନ୍ୟାବଶ୍ୟକ ଭାବେ କ୍ରୟ କରାଗଲା, ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଏ ସବୁ ଅବ୍ୟବସ୍ଥା ପାଇଁ ବର୍ତମାନ କଲେଜ ଅଧ୍ୟକ୍ଷା ସଂଯୁକ୍ତା ମିଶ୍ର ଉଦବେଗ ପ୍ରକାଶ କରିବା ସହ ଯଥା ଶୀଘ୍ର ପଦକ୍ଷେପ ନିଆ ଯିବ ବୋଲି କହିଛନ୍ତି।















