No Result
View All Result
ନୂଆପାଟଣା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଓଡିଶାର ପ୍ରିୟ ପୁରୁଷ ବ୍ରାଣ୍ଡ୍ “ସାଇଟ୍ରସ୍” କ୍ଲଥିଂ ଷ୍ଟୋର୍ ଏହାର ନୂତନ ଷ୍ଟୋର୍ ନୂଆପାଟଣାଠାରେ ଶୁଭ ଉଦ୍ଘାଟନ କରିବା ସହ ଏହାର ସଫଳତାର କାହାଣୀ ଜାରି ରଖିଛି । ଚଳିତ ବର୍ଷ ଫେବୃୟାରୀ ମାସରେ ଭୁବନେଶ୍ଵର, ପୁରୀ ଓ ଅନୁଗୁଳଠାରେ ମାତ୍ର ୪୮ଘଣ୍ଟା ବ୍ୟବଧାନରେ “ସାଇଟ୍ରସ୍” ର ତିନୋଟି ନୂତନ ଷ୍ଟୋର୍ ଆରମ୍ଭ କରାଯାଇ ରେକର୍ଡ ସୃଷ୍ଟି ହୋଇଥିଲା ଏବଂ ଗ୍ରାହକମାନଙ୍କଠାରୁ ଜବରଦସ୍ତ ପ୍ରତିକ୍ରିୟା ମିଳିଥିଲା ।
ଷ୍ଟୋର୍କୁ ଆହୁରି ବିସ୍ତାର କରିବାର ପ୍ରତିଶୃତିକୁ ପୂରଣ କରି ସାଇଟ୍ରସ୍ ନୂଆପାଟଣାଠାରେ (୬୦୦ ବର୍ଗଫୁଟ)ର ଏକ ନୂତନ ଆଉଟ୍ଲେଟ୍ ଖୋଲିଛି । ଏହି ଉଦ୍ଘାଟନୀ ଉତ୍ସବରେ ବିଶିଷ୍ଟ ଅଭିନେତା ସବ୍ୟସାଚୀ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହି ଷ୍ଟୋର୍ର ଉଦ୍ଘାଟନ କରିଥିଲେ । ସାଇଟ୍ରସ୍ କ୍ଲଥର ପରିଚାଳନା ନିର୍ଦ୍ଦେଶକ ହିତେଶ ଜୈନ୍ ଏବଂ ସାଇଟ୍ରସ୍ କ୍ଲଥର ସିଏମ୍ଓ ତଥା ରିଟେଲ୍ ମୁଖ୍ୟ ସୟମ୍ ସିଂଘବିଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଯୋଗଦେଇଥିଲେ ।
ଏଥିରେ ଫ୍ରାଞ୍ଚାଇଜ୍ ଡିଷ୍ଟ୍ରିବ୍ୟୁଟର ଶ୍ୟାମ ସୁନ୍ଦର ସନ୍ଥାଲିଆ, ଫ୍ରାଞ୍ଚାଇଜ୍ ଡିଷ୍ଟ୍ରିବ୍ୟୁଟର ଉମେଶ ଅଗ୍ରୱାଲ ଏବଂ ସାଇଟ୍ରସ୍ର ଫ୍ରାଞ୍ଚାଇଜ୍ ମାଲିକ ଜିତେନ୍ଦ୍ର କରନ୍ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ସାଇଟ୍ରସ୍ ଏହାର ଫେଷ୍ଟିଭ ଅଫର ମଧ୍ଯ ଘୋଷଣା କରିଥିଲା। ଯେଉଁ ଗ୍ରାହକକମାନେ ୪,୯୯୯ କିମ୍ବା ତା ଠାରୁ ଅଧିକ ମୂଲ୍ୟର ପୋଷାକ କିଣିବେ ସେମାନେ ଏକ ଆକର୍ଷଣୀୟ ଲକି ଡ୍ର ପାଇଁ ଯୋଗ୍ୟ ବିବେଚିତ ହେବେ । ପ୍ରତ୍ୟେକ ଷ୍ଟୋର୍ରେ ଜଣେ ଭାଗ୍ୟବାନ ଗ୍ରାହକଙ୍କୁ ୩୨ ଇଞ୍ଚର ଏଲ୍ଇଡି ଟିଭି ପ୍ରଦାନ କରାଯିବ ଏବଂ ପାଞ୍ଚଟି ସାଇଟ୍ରସ୍ ଷ୍ଟୋର୍ରେ ଜଣେ ମହା ପୁରସ୍କାର ବିଜେତାଙ୍କୁ ଏକ ରୟାଲ ଏନ୍ଫିଲ୍ମ ହଣ୍ଟର ମୋଟର ସାଇକେଲ ମିଳିବ।

No Result
View All Result